କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ
ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଛକ ଓ ଶେରଗଡ଼ ବସଷ୍ଟାଣ୍ଡ ନିକଟରେ ୨ଟି ଦଳୀୟ ସଭାରେ ଉଦବୋଧନ ଦେବେ। ଅନ୍ୟ ପକ୍ଷରେ ନବୀନଙ୍କ ଏହି ନିର୍ବାଚନ ପ୍ରଚାର ଗସ୍ତକୁ ନେଇ ଦଳୀୟ ନେତା କର୍ମୀ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ପ୍ରତ୍ୟେକ ସଭାରେ ଅଧିକରୁ ଅଧିକ ସଂଖ୍ୟାରେ ଜନ ସମାଗମ […] The post କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ appeared first on Dharitri Odia News.
ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ଛକ ଓ ଶେରଗଡ଼ ବସଷ୍ଟାଣ୍ଡ ନିକଟରେ ୨ଟି ଦଳୀୟ ସଭାରେ ଉଦବୋଧନ ଦେବେ। ଅନ୍ୟ ପକ୍ଷରେ ନବୀନଙ୍କ ଏହି ନିର୍ବାଚନ ପ୍ରଚାର ଗସ୍ତକୁ ନେଇ ଦଳୀୟ ନେତା କର୍ମୀ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ପ୍ରତ୍ୟେକ ସଭାରେ ଅଧିକରୁ ଅଧିକ ସଂଖ୍ୟାରେ ଜନ ସମାଗମ ନିମନ୍ତେ ନେତା ଓ କର୍ମୀମାନେ ଲାଗି ପଡିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡ଼ି ନେତା ଭିକେ ପାଣ୍ଡିଆନ ମଧ୍ୟ ଏହି ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏଥିସହ ଆସିକା ଏମପି ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କ ସମେତ ଜିଲାର ବହୁ ପ୍ରାର୍ଥୀ, ପ୍ରାର୍ଥୀନୀ ଓ ନେତା ଉପସ୍ଥିତ ରହିବେ। ଉଭୟ କାର୍ଯ୍ୟକ୍ରମ ନିମନ୍ତେ ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୋଲିସ ଉଚ୍ଚ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ସଭାରେ ଦଳର ପ୍ରଚାର ପ୍ରସାର ସୁବନ୍ଦୋବସ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ଡି ବିଶ୍ବନାଥ , ଯୁବ ବିଜେଡ଼ି ସଭାପତି ସନ୍ତୋଷ ପଟ୍ଟନାୟକ, ସଞ୍ଜୟ ପଣ୍ଡା, ନୀଳମଣି ପଟ୍ଟନାୟକ ପ୍ରମୁଖଙ୍କ ସହ ବରିଷ୍ଠ ନେତା ମାନେ ତଦାରଖ କରୁଛନ୍ତି।
ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଥର ଯୋଡ଼ି ଶଙ୍ଖ, ଗୋଟିଏ ଏମଏଲଏ ଓ ଅନ୍ୟଟି ଏମପି ପାଇଁ ସୋସିଆଲ ମିଡିଆରେ ବେଶ ଟ୍ରେଣ୍ଡିଂ ହୋଇଛି। ତେଣୁ ଗତ ସମସ୍ତ ନିର୍ବାଚନ ପରି ଚଳିତ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ହିଞ୍ଜିଳିରୁ ଯୋଡି ଶଙ୍ଖରେ ଭୋଟ ପ୍ରଚାର ଆରମ୍ଭ ଭୋଟରଙ୍କ ମଧ୍ୟରେ ବେଶ ପ୍ରଭାବ ବିସ୍ତାର କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ନଗର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା କହିଛନ୍ତି।
The post କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ appeared first on Dharitri Odia News.