୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ
ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ସଂକୀର୍ଣ୍ଣ ଗଳି ଏବଂ ପାଖରେ କୌଣସି ଜଳ ଉତ୍ସ ନ ଥିବାରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନିଆଁ ଲାଗିବା ପରେ ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ ବିଲ୍ଡିଂରେ ଥିବା ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକ ବିସ୍ଫୋରଣ […] The post ୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ସଂକୀର୍ଣ୍ଣ ଗଳି ଏବଂ ପାଖରେ କୌଣସି ଜଳ ଉତ୍ସ ନ ଥିବାରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନିଆଁ ଲାଗିବା ପରେ ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ ବିଲ୍ଡିଂରେ ଥିବା ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକ ବିସ୍ଫୋରଣ ହେବାରୁ ପାଖରେ ଥିବା କେତେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡ ପରେ ଫେରାର ଥିବା ହସ୍ପିଟାଲର ମାଲିକ ଡ. ନବୀନ କିଚିଙ୍କୁ ରବିବାର ଗିରଫ କରାଯାଇଛି। ସେ ଦିଲ୍ଲୀରେ ଅନ୍ୟ କେତେକ ହସ୍ପିଟାଲ ଚଳାଉଥିବା ପୋଲିସ କହିଛି। ଚିକିତ୍ସାରେ ଅବହେଳା ଏବଂ ରୋଗୀ ପ୍ରତି କ୍ଷତି ଘଟାଇବା ନେଇ ପୂର୍ବରୁ କିଚିଙ୍କ ବିରୋଧରେ ମାମଲା ରହିଛି। ୨୦୨୧ରେ ତାଙ୍କ ହସ୍ପିଟାଲର ପଞ୍ଜୀକରଣକୁ ବାତିଲ କରାଯିବା ସହ ଜରିମାନା କରାଯାଇଥିଲା।
ହସ୍ପିଟାଲରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଶିଶୁଙ୍କୁ ଅନ୍ୟତ୍ର ଚିକିତ୍ସା କରାଯାଉଛି। ହସ୍ପିଟାଲ ବିଲ୍ଡିଂର ସମ୍ଭବତଃ ଏନ୍ଓସି (ଆପତ୍ତିବିହୀନ ପ୍ରମାଣପତ୍ର) ନ ଥିଲା ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଲାଗି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ସ୍ବାସ୍ଥତ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ସେନା ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଘଟଣାର ତଦନ୍ତ ଲାଗି କମିଟି ଗଠନ କରିବାକୁ କହିଥିବାବେଳେ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବା ଲାଗି ଭରଦ୍ୱାଜ ସ୍ବାସ୍ଥ୍ୟ ସଚିବ ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘଟଣାକୁ ହୃଦୟ ବିଦାରକ ବୋଲି କହିବା ସହ ଅବହେଳା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଏନ୍ସିପିସିଆର୍(ଜାତୀୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ) ମଧ୍ୟ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଏକ ଟିମ୍କୁ ନିୟୋଜିତ କରିଛି।
The post ୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ appeared first on Dharitri Odia News.