କଂଗ୍ରେସର ଘୋଷଣାପତ୍ରରେ କାହିଁକି ନାହିଁ ପୁରୁଣା ପେନସନ ଯୋଜନା ପ୍ରସଙ୍ଗ? ଚିଦାମ୍ବରମ୍ କହିଲେ…
ନୂଆଦିଲ୍ଲୀ,୫।୪: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ମାନିଫେଷ୍ଟୋ(ଘୋଷଣାପତ୍ର) ପ୍ରକାଶ କରିଛି। ଏଥିରେ ଦଳ ଅନେକ ଜନପ୍ରିୟ ପ୍ରତିଶ୍ରୁତି ଦେଇଛି। ଏହାର ନ୍ୟାୟ ପତ୍ରରେ ମହିଳା, ଯୁବକ, ଶ୍ରମିକ ଏବଂ ଗରିବଙ୍କ ଲାଗି ଅନେକ ଘୋଷଣା କରିଛି କଂଗ୍ରେସ, ହେଲେ କୌଣସି ସ୍ଥାନରେ ପୁରୁଣା ପେନସନ୍ ଯୋଜନା(ଓପିଏସ୍) ବିଷୟରେ ଉଲ୍ଲେଖ ନାହିଁ। ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ହିମାଚଳ ପ୍ରଦେଶ ନିର୍ବାଚନ ସମୟରେ ଦଳ ପୁରୁଣା ପେନସନ ଯୋଜନା ନୀତି […] The post କଂଗ୍ରେସର ଘୋଷଣାପତ୍ରରେ କାହିଁକି ନାହିଁ ପୁରୁଣା ପେନସନ ଯୋଜନା ପ୍ରସଙ୍ଗ? ଚିଦାମ୍ବରମ୍ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୫।୪: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ମାନିଫେଷ୍ଟୋ(ଘୋଷଣାପତ୍ର) ପ୍ରକାଶ କରିଛି। ଏଥିରେ ଦଳ ଅନେକ ଜନପ୍ରିୟ ପ୍ରତିଶ୍ରୁତି ଦେଇଛି। ଏହାର ନ୍ୟାୟ ପତ୍ରରେ ମହିଳା, ଯୁବକ, ଶ୍ରମିକ ଏବଂ ଗରିବଙ୍କ ଲାଗି ଅନେକ ଘୋଷଣା କରିଛି କଂଗ୍ରେସ, ହେଲେ କୌଣସି ସ୍ଥାନରେ ପୁରୁଣା ପେନସନ୍ ଯୋଜନା(ଓପିଏସ୍) ବିଷୟରେ ଉଲ୍ଲେଖ ନାହିଁ। ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ହିମାଚଳ ପ୍ରଦେଶ ନିର୍ବାଚନ ସମୟରେ ଦଳ ପୁରୁଣା ପେନସନ ଯୋଜନା ନୀତି କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ଘୋଷଣାପତ୍ରରେ ନ ଥିବା ପ୍ରଶ୍ନ ଶୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୁପ୍ ରହିଥିଲେ।
ତାଙ୍କ ବଦଳରେ ପି ଚିଦାମ୍ବରମ୍ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଏହା ହଜିନାହିଁ। ଉକ୍ତ ପ୍ରସଙ୍ଗ ମୋ ମନରେ ଅଛି। ତାହା ଉପରେ କାର୍ଯ୍ୟ କରାଯାଉଛି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ସରକାର ଏକ କମିଟି ଗଠନ କରିଛନ୍ତି, ଯାହା ଏନ୍ପିଏସ୍ ଏବଂ ଓପିଏସ୍ର ଚାହିଦା ସମୀକ୍ଷା କରିବ। କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯାହା ବି ହେବ, ତାହା ଉପରେ ଆମେ କାମ କରିବୁ।
କହିରଖୁଛୁ, କଂଗ୍ରେସ ଏହାର ନ୍ୟାୟ ପତ୍ରରେ ୫ ନ୍ୟାୟ, ୨୫ ଗ୍ୟାରେଣ୍ଟିଂ ଉପରେ ଧ୍ୟାନ ଦେଇଛି। ଏଥିରେ ଯୁବକ, କୃଷକ, ସଂଖ୍ୟାଲଘୁ, ମହିଳା, ସମସ୍ତଙ୍କ ସ୍ବାର୍ଥ ଉପରେ ଫୋକସ୍ କରାଯାଇଛି। ସରକାର ଆସିଲେ ଏହି ଗ୍ୟାରେଣ୍ଟିଂ ପୂରଣ ହେବ।
The post କଂଗ୍ରେସର ଘୋଷଣାପତ୍ରରେ କାହିଁକି ନାହିଁ ପୁରୁଣା ପେନସନ ଯୋଜନା ପ୍ରସଙ୍ଗ? ଚିଦାମ୍ବରମ୍ କହିଲେ… appeared first on Dharitri Odia News.