ମାଲାଓ୍ବାର ଉପକୂଳରେ ନୌସେନାର ସମରାଭ୍ୟାସ; ସାମିଲ ହେବେ ୪ ଶକ୍ତିଶାଳୀ ଦେଶ

ନୂଆଦିଲ୍ଲୀ: ଚୀନ ସୀମାରେ ଉତ୍ତେଜନା ଭିତରେ ମଙ୍ଗଳବାର ଆରମ୍ଭ ହେଉଛି ସମରାଭ୍ୟାସ । ୪ ଦେଶର ମିଳିତି ଏହି ଯୁଦ୍ଧାଭ୍ୟାସକୁ ନେତୃତ୍ବ ନେଉଛି ଭାରତ । ମାଲାଓ୍ବାର ଉପକୂଳରେ ଏହି ସମରାଭ୍ୟାସ ହେବ । ଏଥିରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ନୌ-ସେନା ସାମିଲ ହେବେ । ଭାରତୀୟ ନୌସେନ ପକ୍ଷରୁ କୁହାଯାଇଛି , ମଙ୍ଗଳବାର  ‘ମାଲାଓ୍ବାର ଅଭ୍ୟାସ ୨୦୨୪’ ଅକ୍ଟୋବର ୮ ତାରିଖରୁ ୧୮ ଅକ୍ଟୋବର ଯାଏଁ ଚାଲିବ । ବିଶାଖାପାଟନମ୍ ବନ୍ଦରନଗରୀରୁ ଏହି ବିଶାଳ ଯୁଦ୍ଧାଭ୍ୟାସ ଆରମ୍ଭ ହେବ ପରେ ସମୁଦ୍ର ଭିତରେ ୪ ଦେଶର ନୌସେନା ନିଜର ପରାକ୍ରମ ଦେଖାଇବେ । ମାଲାଓ୍ବାର ଯୁଦ୍ଧା ଅଭ୍ୟାସ ୧୯୯୨ରୁ ଆମେରିକା ଏବଂ ଭାରତୀୟ ନୌସେନା ମଧ୍ୟରେ ଆରମ୍ଭ ହୋଇଥିଲା । ଏବେ ଏହା ୪ଟି ଦେଶ ମଧ୍ୟରେ ହେଉଛି । ମାଲାଓ୍ବାର ସମରାଭ୍ୟାସର ଉଦ୍ଦେଶ୍ୟ ହେଉଛି, ନୌ-ସେନା କ୍ଷମତାକୁ ବୃଦ୍ଧି କରିବା । ଦେଶ ମଧ୍ୟରେ ସାମରିକ ବୁଝାବଣାକୁ ବୃଦ୍ଧି କରିବା । ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଆସୁଥିବା ଚ୍ୟାଲେଞ୍ଜକୁ ସମାଧାନ କରିବା । ଏହି ଯୁଦ୍ଧା ଭାରତର ବହୁ ନୌସୈନିକ ସାମିଲ ହେବେ । ଯେଉଁଥିରେ ମିସାଇଲ୍ ବିଧ୍ବସଂକ, ଯୁଦ୍ଧପୋତ, ସବ୍ ମେରାଇନ, ଫାଇଟର ଜେଟ୍ ଏବଂ ଯୁଦ୍ଧ ହେଲିକପ୍ଟର ସାମିଲ୍ ହୋଇ ନିଜର ପରାକ୍ରମ ଦେଖାଇବେ । ଭାରତ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଉତ୍ତେଜନା ଲାଗି ରହିଛି । ଏହାକୁ ବାୟୁସେନା ମୁଖ୍ୟ ଚକିତ କଲା ଭଳି ବୟାନ ଦେଇଛନ୍ତି ।

ମାଲାଓ୍ବାର ଉପକୂଳରେ ନୌସେନାର ସମରାଭ୍ୟାସ; ସାମିଲ ହେବେ ୪ ଶକ୍ତିଶାଳୀ ଦେଶ

ନୂଆଦିଲ୍ଲୀ: ଚୀନ ସୀମାରେ ଉତ୍ତେଜନା ଭିତରେ ମଙ୍ଗଳବାର ଆରମ୍ଭ ହେଉଛି ସମରାଭ୍ୟାସ । ୪ ଦେଶର ମିଳିତି ଏହି ଯୁଦ୍ଧାଭ୍ୟାସକୁ ନେତୃତ୍ବ ନେଉଛି ଭାରତ । ମାଲାଓ୍ବାର ଉପକୂଳରେ ଏହି ସମରାଭ୍ୟାସ ହେବ । ଏଥିରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ନୌ-ସେନା ସାମିଲ ହେବେ । ଭାରତୀୟ ନୌସେନ ପକ୍ଷରୁ କୁହାଯାଇଛି , ମଙ୍ଗଳବାର  ‘ମାଲାଓ୍ବାର ଅଭ୍ୟାସ ୨୦୨୪’ ଅକ୍ଟୋବର ୮ ତାରିଖରୁ ୧୮ ଅକ୍ଟୋବର ଯାଏଁ ଚାଲିବ । ବିଶାଖାପାଟନମ୍ ବନ୍ଦରନଗରୀରୁ ଏହି ବିଶାଳ ଯୁଦ୍ଧାଭ୍ୟାସ ଆରମ୍ଭ ହେବ ପରେ ସମୁଦ୍ର ଭିତରେ ୪ ଦେଶର ନୌସେନା ନିଜର ପରାକ୍ରମ ଦେଖାଇବେ । ମାଲାଓ୍ବାର ଯୁଦ୍ଧା ଅଭ୍ୟାସ ୧୯୯୨ରୁ ଆମେରିକା ଏବଂ ଭାରତୀୟ ନୌସେନା ମଧ୍ୟରେ ଆରମ୍ଭ ହୋଇଥିଲା । ଏବେ ଏହା ୪ଟି ଦେଶ ମଧ୍ୟରେ ହେଉଛି । 

ମାଲାଓ୍ବାର ସମରାଭ୍ୟାସର ଉଦ୍ଦେଶ୍ୟ ହେଉଛି, ନୌ-ସେନା କ୍ଷମତାକୁ ବୃଦ୍ଧି କରିବା । ଦେଶ ମଧ୍ୟରେ ସାମରିକ ବୁଝାବଣାକୁ ବୃଦ୍ଧି କରିବା । ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଆସୁଥିବା ଚ୍ୟାଲେଞ୍ଜକୁ ସମାଧାନ କରିବା । ଏହି ଯୁଦ୍ଧା ଭାରତର ବହୁ ନୌସୈନିକ ସାମିଲ ହେବେ । ଯେଉଁଥିରେ ମିସାଇଲ୍ ବିଧ୍ବସଂକ, ଯୁଦ୍ଧପୋତ, ସବ୍ ମେରାଇନ, ଫାଇଟର ଜେଟ୍ ଏବଂ ଯୁଦ୍ଧ ହେଲିକପ୍ଟର ସାମିଲ୍ ହୋଇ ନିଜର ପରାକ୍ରମ ଦେଖାଇବେ । 

ଭାରତ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଉତ୍ତେଜନା ଲାଗି ରହିଛି । ଏହାକୁ ବାୟୁସେନା ମୁଖ୍ୟ ଚକିତ କଲା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି, ଗତବର୍ଷ ପୂର୍ବ ଲଦାଖ ଏଲଏସିରେ ଯେଉଁ ଭଳି ସ୍ଥିତି ଥିଲା ଏବେବି ସମାନ ସ୍ଥିତି ରହିଛି । ହେଲେ ସେହି ଅଞ୍ଚଳରେ ବୁନିଆଦି ଢାଞ୍ଚାରେ ବିକାଶ ହେଉଛି । ଭାରତୀୟ ପ୍ରତିରକ୍ଷା ବିଭାଗ ପୂର୍ବ ଲଦାଖରେ ଏୟାରବେସରୁ ଅପଡେଟ୍ କରୁଛି । ଏହାରି ଭିତରେ ଭାରତୀୟ ନୌସେନା ମାଲାଓ୍ବାର ତଟରେ ଯୁଦ୍ଧାଭ୍ୟାସ ଆୟୋଜନ କରୁଛନ୍ତି । ଏଥିରେ ୪ ଦେଶ ନିଜର ପରାକ୍ରମ ଦେଖାଇବେ । ...