ଏକଜିଟ୍ ପୋଲ୍ ବିତର୍କରେ ଭାଗ ନେବନି କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପରେ ଜୁନ୍ ୧ରେ ଆସିବ ଏକଜିଟ୍ ପୋଲ୍। ଏନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଜନତା। ଏହାକୁ ନେଇ ରାଜନୈତିକ ଦଳଙ୍କମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଏ ତର୍କ ବିତର୍କ। ଏକଜିଟ୍ ପୋଲ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଇଛି କଂଗ୍ରେସ। କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ଏକଜିଟ୍ ପୋଲ୍ ବିତର୍କରେ ଦଳ ଅଂଶଗ୍ରହଣ କରିବ ନାହିଁ। ଏକ ନିର୍ବାଚନରେ ଦଳ କେତେ ସିଟ୍ ପାଇପାରିବ ଏକଜିଟ୍ ପୋଲ୍ ଆକଳନ କରିଛି। ବିଭିନ୍ନ ଏଜେନ୍ସି ସଂଖ୍ୟା ପ୍ରକାଶ କରିବେ।କଂଗ୍ରେସ ବିଶ୍ୱାସ କରେ ଯେ ଲୋକସଭା ନିର୍ବାଚନ ଫଳାଫଳ ଇଣ୍ଡିଆ ମେଣ୍ଟ ସପକ୍ଷରେ ରହିବ। କେବଳ ଏତିକି ନୁହେଁ, ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଦାବି କରିଛନ୍ତି ଯେ ଜୁନ୍ ୪ରେ ଫଳାଫଳ ଘୋଷଣା ହେବା ପରେ ଅନେକ ଏନଡିଏ ସହଯୋଗୀମାନେ ଇଣ୍ଡିଆ ମେଣ୍ଟରେ ଯୋଗଦେବାକୁ ପ୍ରସ୍ତୁତ ରହିବେ। ଦୁଇଟି ପର୍ଯ୍ୟାୟ ପରେ ଟ୍ରେଣ୍ଡକୁ ଦେଖି ମୁଁ କହିଥିଲି ଯେ ଇଣ୍ଡିଆ ମେଣ୍ଟ ସପକ୍ଷରେ ଜନାଦେଶ ଯିବ।କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ କର୍ଣ୍ଣାଟକ, ମହାରାଷ୍ଟ୍ର, ୟୁପି, ବିହାର, ତେଲେଙ୍ଗାନା, ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରିବ। ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ଏଥର କୌଣସି ଓ୍ୱେଭ୍ ନାହିଁ। ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଜୁନ୍ ୧ରେ ଅନୁଷ୍ଠିତ ହେବ। ଏଥିରେ ୮ଟି

ଏକଜିଟ୍ ପୋଲ୍ ବିତର୍କରେ ଭାଗ ନେବନି କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପରେ ଜୁନ୍ ୧ରେ ଆସିବ ଏକଜିଟ୍ ପୋଲ୍। ଏନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଜନତା। ଏହାକୁ ନେଇ ରାଜନୈତିକ ଦଳଙ୍କମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଏ ତର୍କ ବିତର୍କ। ଏକଜିଟ୍ ପୋଲ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଇଛି କଂଗ୍ରେସ। କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ଏକଜିଟ୍ ପୋଲ୍ ବିତର୍କରେ ଦଳ ଅଂଶଗ୍ରହଣ କରିବ ନାହିଁ। ଏକ ନିର୍ବାଚନରେ ଦଳ କେତେ ସିଟ୍ ପାଇପାରିବ ଏକଜିଟ୍ ପୋଲ୍ ଆକଳନ କରିଛି। ବିଭିନ୍ନ ଏଜେନ୍ସି ସଂଖ୍ୟା ପ୍ରକାଶ କରିବେ।

କଂଗ୍ରେସ ବିଶ୍ୱାସ କରେ ଯେ ଲୋକସଭା ନିର୍ବାଚନ ଫଳାଫଳ ଇଣ୍ଡିଆ ମେଣ୍ଟ ସପକ୍ଷରେ ରହିବ। କେବଳ ଏତିକି ନୁହେଁ, ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଦାବି କରିଛନ୍ତି ଯେ ଜୁନ୍ ୪ରେ ଫଳାଫଳ ଘୋଷଣା ହେବା ପରେ ଅନେକ ଏନଡିଏ ସହଯୋଗୀମାନେ ଇଣ୍ଡିଆ ମେଣ୍ଟରେ ଯୋଗଦେବାକୁ ପ୍ରସ୍ତୁତ ରହିବେ। ଦୁଇଟି ପର୍ଯ୍ୟାୟ ପରେ ଟ୍ରେଣ୍ଡକୁ ଦେଖି ମୁଁ କହିଥିଲି ଯେ ଇଣ୍ଡିଆ ମେଣ୍ଟ ସପକ୍ଷରେ ଜନାଦେଶ ଯିବ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ କର୍ଣ୍ଣାଟକ, ମହାରାଷ୍ଟ୍ର, ୟୁପି, ବିହାର, ତେଲେଙ୍ଗାନା, ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରିବ। ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ଏଥର କୌଣସି ଓ୍ୱେଭ୍ ନାହିଁ। 

ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଜୁନ୍ ୧ରେ ଅନୁଷ୍ଠିତ ହେବ। ଏଥିରେ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଜୁନ୍ ୪ରେ ନିର୍ବାଚନ ଫଳାଫଳ ଆସିବ।