ହାଲ୍‌କୁ ବଡ଼ ଅର୍ଡର, ୧୫୬ଟି ହାଲୁକା ଲଢ଼ୁଆ ହେଲିକପ୍ଟର କିଣିବ ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ସେନାର ଶକ୍ତି। କାରଣ ପ୍ରତିରକ୍ଷା ମନ୍ତ୍ରାଳୟ କିଣିବାକୁ ଯାଉଛି ୧୫୬ଟି ହାଲୁକା ଲଢ଼ୁଆ ହେଲିକପ୍ଟର। ଏଥିପାଇଁ ମନ୍ତ୍ରାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ (ହାଲ୍‌) ୪୫ ହଜାର କୋଟିର ଟେଣ୍ଡର ମଧ୍ୟ ଦେଇଛି। ଏନେଇ ସୋମବାର ଷ୍ଟକ୍‌ ଏକ୍ସଚେଞ୍ଜ ଫାଇଲିଂରେ ସୂଚନା ଦେଇଛି ହାଲ୍‌। ହାଲ୍‌ ସେବିକୁ ଦେଇଥିବା ସୂଚନା ଅନୁଯାୟୀ, ଏହି ହେଲିକପ୍ଟରରୁ ୯୦ଟି ଭାରତୀୟ ସେନାକୁ ଏବଂ ୬୬ଟି ହେଲିକପ୍ଟର ଭାରତୀୟ ବାୟୁ ସେନାକୁ ଦିଆଯିବ।ଉଲ୍ଲେଖଯୋଗ୍ୟ, ହାଲ୍‌ର ଏହି ହାଲୁକା ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’ ନାଁରେ ଜଣାଯାଏ । ଏହା ବିଶ୍ବର ଏକମାତ୍ର ହେଲିକପ୍ଟର ଯାହା ୫୦୦୦ ବା ମିଟର ଉଚ୍ଚରେ ସହଜରେ ଉଡ଼ାଣ ଏବଂ ଅବତରଣ କରିବାରେ ସକ୍ଷମ। ଫଳରେ ଏହା ସିଆଚିନ୍‌ ଗ୍ଲେସିୟର ଏବଂ ପୂର୍ବ ଲଦାଖ ଭଳି ଅତ୍ୟଧିକ ଉଚ୍ଚ ସ୍ଥାନମାନଙ୍କରେ ସହଜରେ ପରିଚାଳିତ ହୋଇପାରିବ। ଖାଲି ସେତିକି ନୁହେଁ ଏଥିରେ ଶତ୍ରୁକୁ ମାତ୍‌ ଦେବାକୁ ମିସାଇଲ ମଧ୍ୟ ଖଞ୍ଜାଯାଇଛି। ଏହି ହେଲିକପ୍ଟର ଆକାଶରୁ ଭୂପୃଷ୍ଠ ଏବଂ ଭୃପଷ୍ଠରୁ ଆକାଶକୁ ଟାର୍ଗେଟ କରିପାରେ।ସୂଚନାଥାଉକି, ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ବାୟୁସେନା ପାଇଁ ୯୭ଟି ହାଲୁକା ଲଢ଼ୁଆ ଏୟାରକ୍ରାଫ୍ଟ (LCA Mk-1A) ତେଜସ୍‌ ପାଇଁ ଟେଣ୍ଡର ଜାରି କରିଥିଲେ। ନଭେମ୍ବର ୨୦୨୩ରେ ଡିଏସି (ଡିଫେନ୍ସ ଆକ୍ୟୁଜିସନ କାଉନସିଲ) ୯୭ ତେଜସ ବିମାନ କିଣିବାକୁ ମଞ୍ଜୁରୀ ଦେଇଥିଲା।

ହାଲ୍‌କୁ ବଡ଼ ଅର୍ଡର, ୧୫୬ଟି ହାଲୁକା ଲଢ଼ୁଆ ହେଲିକପ୍ଟର କିଣିବ ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ସେନାର ଶକ୍ତି। କାରଣ ପ୍ରତିରକ୍ଷା ମନ୍ତ୍ରାଳୟ କିଣିବାକୁ ଯାଉଛି ୧୫୬ଟି ହାଲୁକା ଲଢ଼ୁଆ ହେଲିକପ୍ଟର। ଏଥିପାଇଁ ମନ୍ତ୍ରାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ (ହାଲ୍‌) ୪୫ ହଜାର କୋଟିର ଟେଣ୍ଡର ମଧ୍ୟ ଦେଇଛି। ଏନେଇ ସୋମବାର ଷ୍ଟକ୍‌ ଏକ୍ସଚେଞ୍ଜ ଫାଇଲିଂରେ ସୂଚନା ଦେଇଛି ହାଲ୍‌। ହାଲ୍‌ ସେବିକୁ ଦେଇଥିବା ସୂଚନା ଅନୁଯାୟୀ, ଏହି ହେଲିକପ୍ଟରରୁ ୯୦ଟି ଭାରତୀୟ ସେନାକୁ ଏବଂ ୬୬ଟି ହେଲିକପ୍ଟର ଭାରତୀୟ ବାୟୁ ସେନାକୁ ଦିଆଯିବ।

ଉଲ୍ଲେଖଯୋଗ୍ୟ, ହାଲ୍‌ର ଏହି ହାଲୁକା ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’ ନାଁରେ ଜଣାଯାଏ । ଏହା ବିଶ୍ବର ଏକମାତ୍ର ହେଲିକପ୍ଟର ଯାହା ୫୦୦୦ ବା ମିଟର ଉଚ୍ଚରେ ସହଜରେ ଉଡ଼ାଣ ଏବଂ ଅବତରଣ କରିବାରେ ସକ୍ଷମ। ଫଳରେ ଏହା ସିଆଚିନ୍‌ ଗ୍ଲେସିୟର ଏବଂ ପୂର୍ବ ଲଦାଖ ଭଳି ଅତ୍ୟଧିକ ଉଚ୍ଚ ସ୍ଥାନମାନଙ୍କରେ ସହଜରେ ପରିଚାଳିତ ହୋଇପାରିବ। ଖାଲି ସେତିକି ନୁହେଁ ଏଥିରେ ଶତ୍ରୁକୁ ମାତ୍‌ ଦେବାକୁ ମିସାଇଲ ମଧ୍ୟ ଖଞ୍ଜାଯାଇଛି। ଏହି ହେଲିକପ୍ଟର ଆକାଶରୁ ଭୂପୃଷ୍ଠ ଏବଂ ଭୃପଷ୍ଠରୁ ଆକାଶକୁ ଟାର୍ଗେଟ କରିପାରେ।

ସୂଚନାଥାଉକି, ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ବାୟୁସେନା ପାଇଁ ୯୭ଟି ହାଲୁକା ଲଢ଼ୁଆ ଏୟାରକ୍ରାଫ୍ଟ (LCA Mk-1A) ତେଜସ୍‌ ପାଇଁ ଟେଣ୍ଡର ଜାରି କରିଥିଲେ। ନଭେମ୍ବର ୨୦୨୩ରେ ଡିଏସି (ଡିଫେନ୍ସ ଆକ୍ୟୁଜିସନ କାଉନସିଲ) ୯୭ ତେଜସ ବିମାନ କିଣିବାକୁ ମଞ୍ଜୁରୀ ଦେଇଥିଲା। ଏହି ଯୁଦ୍ଧ ବିମାନ କିଣିବା ପାଇଁ ୬୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଅନୁମାନ କରାଯାଉଛି।