କୁନାଲ କାମରାଙ୍କ ସପକ୍ଷରେ ବାହାରିଲେ ଉଦ୍ଧବ ଠାକରେ, ଜାଣନ୍ତୁ କହିଛନ୍ତି କ’ଣ?
ମୁମ୍ବାଇ ୨୪।୩: ବ୍ୟଙ୍ଗକାର କୁନାଲ କାମରା ଏକନାଥ ସିନ୍ଦେଙ୍କ ଉପରେ କରିଥିବା ଟିପ୍ପଣୀ ଯୋଗୁ ଏବେ ମହାରାଷ୍ଟ୍ର ରାଜନୀତି ଉଠପଡ ହେଉଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ବୟାନ ପରେ ଏହି ବିବାଦ ଆହୁରି ଜୋର ଧରିଛି। ଏହି ମାମଲାରେ ମହାରାଷ୍ଟ୍ରର ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଫଡନବୀଶଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ସିନ୍ଦେଙ୍କ ବିରୋଧରେ ଅପମାନଜନକ ବ୍ୟଙ୍ଗକୁ ସେ ଖୋଲାଖୋଲି ବିରୋଧ କରୁଛନ୍ତି। ବିବାଦକୁ ଆସିଥିବା କୁନାଲ କାମରାଙ୍କ ବ୍ୟଙ୍ଗକୁ ପ୍ରଥମେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମହାରାଷ୍ଟ୍ରର କ୍ଷମତାସୀନ ମେଣ୍ଟକୁ ପରିହାସ କରି ସେୟାର କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଫଡନବୀଶ ଦେଇଥିବା ବୟାନ ପ୍ରସଙ୍ଗରେ କୁନାଲ କାମରାଙ୍କ ସୁରକ୍ଷାରେ ନିଜେ ଶିବସେନା(ୟୁବିଟି) ନେତା ଉଦ୍ଧବଠାକରେ ବାହାରିଛନ୍ତି। ମୁମ୍ବାଇରେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନର ଜବାବ ଦେଇ ଉଦ୍ଧବ ଠାକରେ ସୋମବାର ଅପରାହ୍ନରେ କହିଛନ୍ତି ଯେ ‘କୁନାଲ କାମରା କିଛି ଭୁଲ କଥା କହିନାହାନ୍ତି’। #WATCH | On Kunal Kamra row and vandalism by Shiv Sena (Shinde faction) workers, Shiv Sena (UBT) chief Uddhav Thackeray says, "I don't think Kunal Kamra said anything wrong. Calling 'gaddar', a 'gaddar' is not an attack on anyone...Hear the f
ମୁମ୍ବାଇ ୨୪।୩: ବ୍ୟଙ୍ଗକାର କୁନାଲ କାମରା ଏକନାଥ ସିନ୍ଦେଙ୍କ ଉପରେ କରିଥିବା ଟିପ୍ପଣୀ ଯୋଗୁ ଏବେ ମହାରାଷ୍ଟ୍ର ରାଜନୀତି ଉଠପଡ ହେଉଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ବୟାନ ପରେ ଏହି ବିବାଦ ଆହୁରି ଜୋର ଧରିଛି। ଏହି ମାମଲାରେ ମହାରାଷ୍ଟ୍ରର ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଫଡନବୀଶଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ସିନ୍ଦେଙ୍କ ବିରୋଧରେ ଅପମାନଜନକ ବ୍ୟଙ୍ଗକୁ ସେ ଖୋଲାଖୋଲି ବିରୋଧ କରୁଛନ୍ତି।
ବିବାଦକୁ ଆସିଥିବା କୁନାଲ କାମରାଙ୍କ ବ୍ୟଙ୍ଗକୁ ପ୍ରଥମେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ମହାରାଷ୍ଟ୍ରର କ୍ଷମତାସୀନ ମେଣ୍ଟକୁ ପରିହାସ କରି ସେୟାର କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଫଡନବୀଶ ଦେଇଥିବା ବୟାନ ପ୍ରସଙ୍ଗରେ କୁନାଲ କାମରାଙ୍କ ସୁରକ୍ଷାରେ ନିଜେ ଶିବସେନା(ୟୁବିଟି) ନେତା ଉଦ୍ଧବଠାକରେ ବାହାରିଛନ୍ତି। ମୁମ୍ବାଇରେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନର ଜବାବ ଦେଇ ଉଦ୍ଧବ ଠାକରେ ସୋମବାର ଅପରାହ୍ନରେ କହିଛନ୍ତି ଯେ ‘କୁନାଲ କାମରା କିଛି ଭୁଲ କଥା କହିନାହାନ୍ତି’।
#WATCH | On Kunal Kamra row and vandalism by Shiv Sena (Shinde faction) workers, Shiv Sena (UBT) chief Uddhav Thackeray says, "I don't think Kunal Kamra said anything wrong. Calling 'gaddar', a 'gaddar' is not an attack on anyone...Hear the full song (from Kunal Kamra's show) and… pic.twitter.com/MKZAs8N90T— ANI (@ANI) March 24, 2025
ଉଦ୍ଧବ ଖୋଲାଖୋଲି କୁନାଲ କାମରାଙ୍କ ପକ୍ଷ ନେବା ସହ ତାଙ୍କୁ ସୁରକ୍ଷା ଦେଇଛନ୍ତି। କ୍ୟାମେରା ଆଗରେ ଉଦ୍ଧବ ପ୍ରତିପକ୍ଷ ନେତାଙ୍କ ନାମ ନନେଇ ନିଜ ମତ ରଖିଛନ୍ତି। ଉଦ୍ଧବ କହିଛନ୍ତି ସେହି ଗୀତରେ କିଛି ବି ଭୁଲ ନାହିଁ..କୁନାଲ କାମରା କିଛି ଭୁଲ କରିନାହାନ୍ତି। ଯିଏ ବିଶ୍ୱାସଘାତକ ସେ ବିଶ୍ୱାସ ଘାତକ। ଏଠାରେ କାହା ଉପରେ ଆକ୍ରମଣର କଥା ପଡି ନି। ଆପଣ ପୁରା ଗୀତ ଶୁଣନ୍ତୁ ଅନ୍ୟମାନଙ୍କୁ ମଧ୍ୟ ଶୁଣାନ୍ତୁ। ଏଥିରେ ଶିବସେନାର କୌଣସି ନେତାଙ୍କ ନେଣଦେଣ ନାହିଁ। ଏହା ‘ଗଦ୍ଦାର ସେନା’ କଥା। ଯେଉଁମାନଙ୍କ ରକ୍ତରେ ଗଦ୍ଦାରୀ ଅଛି ସେମାନେ କେବେ ବି ଶିବ ସୈନିକ ହୋଇ ନପାରନ୍ତି।
ଏହା ପୂର୍ବରୁ ପୁରା ପ୍ରକରଣରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶୀ ଦୁଇଟି ବାକ୍ୟରେ କୁନାଲ କାମରାଙ୍କୁ ବାର୍ତ୍ତା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଫଡନବୀଶ କଡ଼ାଶବ୍ଦରେ କହିଥିଲେ ଯେ ‘ଏପରି କମେଡି ବରଦାସ୍ତ ଯୋଗ୍ୟ ନୁହେଁ, ସେ ତୁରନ୍ତ କ୍ଷମାଯାଚନା କରନ୍ତୁ। ଷ୍ଟାଣ୍ଡପ କମେଡି ଲାଗି ସ୍ୱାଧୀନତା ଅଛି, ହେଲେ ସେ ଯାହା ଇଛା ତାହା ଗାଇ ପାରିବେ ନାହିଁ। କୁନାଲଙ୍କୁ କ୍ଷମା ମାଗିବାକୁ ପଡିବ। ଏହାକୁ ବିଲକୁଲ ବରଦାସ୍ତ କରାଯିବନି’।