ଲଦାଖ ଭବନରେ ସୋନମ ୱାଙ୍ଗଚୁକ୍ ଙ୍କ ଅନସନ ଜାରି

ନୂଆଦିଲ୍ଲୀ ୭।୧୦: ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବି ନେଇ ଆନ୍ଦୋଳନ ଚଳାଇଥିବା ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କ ଅନସନ ଦିଲ୍ଲୀ ଲଦାଖ ଭବନରେ ଜାରି ରହିଛି। ସୋମବାର ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଦେଶ ଶୀର୍ଷ ନେତା ତାଙ୍କୁ ଭେଟିବେ ବୋଲି ଅଧିକାରୀମାନେ ନକହିଛନ୍ତି ସେମାନେ ସେ ପର୍ଯ୍ୟନ୍ତ ଅନସନ ଜାରି ରଖିବେ। ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ ପ୍ରଦର୍ଶନକାରୀ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ ପାଇଁ ଦାବି କରୁଛନ୍ତି ଓ ଏହା ଏକ ସାଧାରଣ ଦାବି। ସେ କହିଛନ୍ତି ଯେ ଏଠାକୁ କ୍ଷମତାସୀନ ଭାରତୀୟ ଜନତାପାର୍ଟି (ବିଜେପି)କୁ ନିର୍ବାଚନ କାଳରେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇବାକୁ ଆସିଛନ୍ତି। ୱାଙ୍ଗଚୁକ କହିଛନ୍ତି ଆମେ ସେ ପର୍ଯ୍ୟନ୍ତ ଏଠାରେ ବସି ରହିବୁ ଯେ ପର୍ଯ୍ୟନ୍ତ ଆମକୁ ନେତା କେବେ ଭେଟିବେ ତାର ଜବାବ ନମିଳିଛି।  ଆମେ ୩୦-୩୨ ଦିନ ପଦଯାତ୍ରା କରିଛୁ, ଏଣୁ ଗୋଟିଏ ସାକ୍ଷାତ କରିବାକୁ ତ ଅନୁମତି ମିଳିବା ଦରକାର। ଜଳବାୟୁ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଲଦାଖକୁ କେନ୍ଦ୍ର ଶାସିତ ରାଜ୍ୟ ଘୋଷଣାରେ ଆମେ ବେଶ୍ ଖୁସି ହୋଇଥିଲୁ। କାରଣ ସେମାନଙ୍କୁ ବିଧାନସଭା ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଆମେ କୌଣସି ଅସାଧାରଣ ଦାବି କରୁ ନାହୁଁ, ଆମେ ଏଠାକୁ ବିଜେପିକୁ ନିର୍ବାଚନୀ ଇସ୍ତାହାରରେ କରିଥିବା ଘୋଷଣା ମନେ ପକାଇ ଦେବାକୁ ଆସିଛୁ। ବର୍ତ

ଲଦାଖ ଭବନରେ ସୋନମ ୱାଙ୍ଗଚୁକ୍ ଙ୍କ ଅନସନ ଜାରି

ନୂଆଦିଲ୍ଲୀ ୭।୧୦: ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବି ନେଇ ଆନ୍ଦୋଳନ ଚଳାଇଥିବା ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କ ଅନସନ ଦିଲ୍ଲୀ ଲଦାଖ ଭବନରେ ଜାରି ରହିଛି। ସୋମବାର ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଦେଶ ଶୀର୍ଷ ନେତା ତାଙ୍କୁ ଭେଟିବେ ବୋଲି ଅଧିକାରୀମାନେ ନକହିଛନ୍ତି ସେମାନେ ସେ ପର୍ଯ୍ୟନ୍ତ ଅନସନ ଜାରି ରଖିବେ। ସୋନମ ୱାଙ୍ଗଚୁକ୍ କହିଛନ୍ତି ଯେ ପ୍ରଦର୍ଶନକାରୀ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ ପାଇଁ ଦାବି କରୁଛନ୍ତି ଓ ଏହା ଏକ ସାଧାରଣ ଦାବି। 

ସେ କହିଛନ୍ତି ଯେ ଏଠାକୁ କ୍ଷମତାସୀନ ଭାରତୀୟ ଜନତାପାର୍ଟି (ବିଜେପି)କୁ ନିର୍ବାଚନ କାଳରେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇବାକୁ ଆସିଛନ୍ତି। ୱାଙ୍ଗଚୁକ କହିଛନ୍ତି ଆମେ ସେ ପର୍ଯ୍ୟନ୍ତ ଏଠାରେ ବସି ରହିବୁ ଯେ ପର୍ଯ୍ୟନ୍ତ ଆମକୁ ନେତା କେବେ ଭେଟିବେ ତାର ଜବାବ ନମିଳିଛି।  ଆମେ ୩୦-୩୨ ଦିନ ପଦଯାତ୍ରା କରିଛୁ, ଏଣୁ ଗୋଟିଏ ସାକ୍ଷାତ କରିବାକୁ ତ ଅନୁମତି ମିଳିବା ଦରକାର। ଜଳବାୟୁ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଲଦାଖକୁ କେନ୍ଦ୍ର ଶାସିତ ରାଜ୍ୟ ଘୋଷଣାରେ ଆମେ ବେଶ୍ ଖୁସି ହୋଇଥିଲୁ। କାରଣ ସେମାନଙ୍କୁ ବିଧାନସଭା ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। 

ଆମେ କୌଣସି ଅସାଧାରଣ ଦାବି କରୁ ନାହୁଁ, ଆମେ ଏଠାକୁ ବିଜେପିକୁ ନିର୍ବାଚନୀ ଇସ୍ତାହାରରେ କରିଥିବା ଘୋଷଣା ମନେ ପକାଇ ଦେବାକୁ ଆସିଛୁ। ବର୍ତ୍ତମାନ ସମୟରେ ଆସାମ, ମେଘାଲୟ, ତ୍ରିପୁରା ଓ ମିଜୋରାମ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ ହୋଇଛନ୍ତି। ୱାଙ୍ଗଚୁକ୍ ଓ ତାଙ୍କ ସମର୍ଥକମାନେ ପ୍ରଥମେ ଜନ୍ତରମନ୍ତରରେ ଅନସନ କରିବାକୁ ଚାହୁଁଥିଲେ। ତେବେ ସେମାନଙ୍କୁ ଅନୁମତି ନ ମିଳିବାରୁ ଦିଲ୍ଲୀ ସ୍ଥିତ ଲଦାଖ ଭବନ ପରିସରରେ ଅନସନ ଆରମ୍ଭ କରିଛନ୍ତି। 

ୱାଙ୍ଗଚୁକ୍ ଓ ସମର୍ଥକମାନେ ଦାବି ନେଇ ଲେହରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରାରେ ଆସିଥିଲେ। ସେମନେ ସିଂଘୁ ବର୍ଡରରେ ପହଞ୍ଚିବା ପରେ ରାଜଧାନୀ ସୀମାରେ ସେପ୍ଟେମ୍ବର ୩୦ ତାରିଖ ଦିନ ଗିରଫ କରାଯାଇଥିଲା। ଦିଲ୍ଲୀ ଚଲୋ ପଦଯାତ୍ରାକୁ ଲେହ ଆପେକ୍ସ ବଡି ନେତୃତ୍ୱ ଦେଉଛନ୍ତି। ପ୍ରଦର୍ଶନକାରୀଙ୍କୁ ଦିଲ୍ଲୀ ପୋଲିସ ୨ ଅକ୍ଟୋବର ରାତିରେ ଛାଡି ଦେଇଥିଲା। ରବିବାର ଅପରାହ୍ନରେ ୱାଙ୍ଗଚୁକ୍ ଲଦାଖ ଭବନରୁ ବାହାରକୁ ବାହାରି ଥିଲେ ଓ ସେ ଅନସନରେ ବସିବାକୁ ଯାଉଥିବା ଘୋଷଣା କରିଥିଲେ।