ଦିଗପହଣ୍ଡି ବିଡ଼ିଓଙ୍କୁ ବିଦାୟ ଏବଂ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସଙ୍କୁ ବିଦାୟ ଏବଂ ନବ ନିଯୁକ୍ତ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦିଗପହଣ୍ଡି ସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜକର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ। ସଭାରେ ବିଡ଼ିଓ ମୁଖ୍ୟ ଅତିଥି ଏବଂ ତହସିଲଦାର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ […] The post ଦିଗପହଣ୍ଡି ବିଡ଼ିଓଙ୍କୁ ବିଦାୟ ଏବଂ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା appeared first on Dharitri Odia News.
ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସଙ୍କୁ ବିଦାୟ ଏବଂ ନବ ନିଯୁକ୍ତ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦିଗପହଣ୍ଡି ସ୍ଥିତ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜକର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ। ସଭାରେ ବିଡ଼ିଓ ମୁଖ୍ୟ ଅତିଥି ଏବଂ ତହସିଲଦାର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଉଭୟଙ୍କୁ ଉପଢୌକନ ଏବଂ ପ୍ରଶସ୍ତି ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କୈଠଖଣ୍ଡିି ପଞ୍ଚାୟତ ସରପଞ୍ଚ ତଥା ଜିଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼, କର ପଡ଼ା ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ଫନେନ୍ଦ୍ର ଚନ୍ଦ୍ର ଗୋସୱାମୀ ସଭାରେ ବିଡ଼ିଓ ଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ପ୍ରତିଟି କ୍ଷେତ୍ରରେ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ସଭାରେ ଉପସ୍ଥିତ ଥିବା ବ୍ଲକ ଯୋଗାଣ ନୀରିକ୍ଷକ ବ୍ରଜେଶ ରୟ , ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଉମେଶ ସେଠୀ,ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇଂ. ଭୀମା ରାଓ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମି ପ୍ରକାଶିନୀ ଜାନି, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଖବରଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବହୁ ସଂଖ୍ୟକ ସରପଞ୍ଚ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
The post ଦିଗପହଣ୍ଡି ବିଡ଼ିଓଙ୍କୁ ବିଦାୟ ଏବଂ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା appeared first on Dharitri Odia News.