‘ଶେଷ ହିତାଧିକାରୀ ଅନ୍ତର୍ଭୁକ୍ତ ଯାଏ ସୁଭଦ୍ରା ପଞ୍ଜୀକରଣ ଚାଲିବ’
କଟକ,୧୫ା୯(କାର୍ତ୍ତିକ ସାହୁ): ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ସୁଭଦ୍ରା ଯୋଜନାର ସୁଫଳ ମିଳିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ଶେଷ ହିତାଧିକାରୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିବ। ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର […] The post ‘ଶେଷ ହିତାଧିକାରୀ ଅନ୍ତର୍ଭୁକ୍ତ ଯାଏ ସୁଭଦ୍ରା ପଞ୍ଜୀକରଣ ଚାଲିବ’ appeared first on Dharitri Odia News.
କଟକ,୧୫ା୯(କାର୍ତ୍ତିକ ସାହୁ): ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ସୁଭଦ୍ରା ଯୋଜନାର ସୁଫଳ ମିଳିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆକାଶବାଣୀ କଟକ କେନ୍ଦ୍ରରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ଶେଷ ହିତାଧିକାରୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିବ। ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାର ସୁଫଳ ଯେପରି ସହଜରେ ସବୁ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ବ ସେଥିପାଇଁ ରାଜ୍ୟ ସରକାର ଯତ୍ନବାନ। ପ୍ରଥମ କିସ୍ତି ଆସନ୍ତା ୧୭ରେ ଓ ଦ୍ୱିତୀୟ କିସ୍ତି ୨୦୨୫ ମାର୍ଚ୍ଚ ୮ରେ ହିତାଧିକାରୀଙ୍କୁ ଦିଆଯିବ ବୋଲି ପରିଡ଼ା କହିଛନ୍ତି। ପଞ୍ଜୀକରଣରେ ହିତାଧିକାରୀଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡ଼ିବ ସେଥିପାଇଁ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯାଇଛି। ଏହି ଅବସରରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଭିଯାନରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ସାମିଲ ହୋଇ ଆକାଶବାଣୀ ପରିସରରେ ଚାରାରୋପଣ କରିଥିଲେ। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ରତନ ପ୍ରସାଦଙ୍କ ସମେତ ଆକାଶବାଣୀ ସମାଚାର ବିଭାଗ, କାର୍ଯ୍ୟକ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
The post ‘ଶେଷ ହିତାଧିକାରୀ ଅନ୍ତର୍ଭୁକ୍ତ ଯାଏ ସୁଭଦ୍ରା ପଞ୍ଜୀକରଣ ଚାଲିବ’ appeared first on Dharitri Odia News.