ପ୍ରତ୍ୟେକ ଭୋଟ୍‌ର ହିସାବ ଦେଲେ ନିର୍ବାଚନ ଆୟୋଗ, କହିଲେ ତଥ୍ୟରେ ପରିବର୍ତ୍ତନ ଅସମ୍ଭବ

ନୂଆଦିଲ୍ଲୀ,୨୫ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦେଶର ୫୭ଟି ଆସନରେ ମତଦାନ ଚାଲିଥିଲା। ଏହି ସମୟରେ ନିର୍ବାଚନ ଆୟୋଗ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ଅନ୍ତିମ ତଥ୍ୟ ପ୍ରକାଶ କରିଛନ୍ତି। କୁହାଯାଇଛି, ଏହି ପାଞ୍ଚଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନମଣ୍ଡଳୀରେ କେତେ ପ୍ରତିଶତ ଲୋକ ଭୋଟ୍‌ ଦେଇଛନ୍ତି। ଏହି ସମୟରେ ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ, ଭୋଟ ପ୍ରତିଶତକୁ ନେଇ କିଛି ଭୁଲ କଥା କୁହାଯାଉଛି। ନିର୍ବାଚନ ଆୟୋଗ […] The post ପ୍ରତ୍ୟେକ ଭୋଟ୍‌ର ହିସାବ ଦେଲେ ନିର୍ବାଚନ ଆୟୋଗ, କହିଲେ ତଥ୍ୟରେ ପରିବର୍ତ୍ତନ ଅସମ୍ଭବ appeared first on Dharitri Odia News.

ପ୍ରତ୍ୟେକ ଭୋଟ୍‌ର ହିସାବ ଦେଲେ ନିର୍ବାଚନ ଆୟୋଗ, କହିଲେ ତଥ୍ୟରେ ପରିବର୍ତ୍ତନ ଅସମ୍ଭବ

ନୂଆଦିଲ୍ଲୀ,୨୫ା୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦେଶର ୫୭ଟି ଆସନରେ ମତଦାନ ଚାଲିଥିଲା। ଏହି ସମୟରେ ନିର୍ବାଚନ ଆୟୋଗ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନର ଅନ୍ତିମ ତଥ୍ୟ ପ୍ରକାଶ କରିଛନ୍ତି। କୁହାଯାଇଛି, ଏହି ପାଞ୍ଚଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନମଣ୍ଡଳୀରେ କେତେ ପ୍ରତିଶତ ଲୋକ ଭୋଟ୍‌ ଦେଇଛନ୍ତି। ଏହି ସମୟରେ ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ, ଭୋଟ ପ୍ରତିଶତକୁ ନେଇ କିଛି ଭୁଲ କଥା କୁହାଯାଉଛି।

ନିର୍ବାଚନ ଆୟୋଗ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି ମିଥ୍ୟା କଥା ପ୍ରଚାର ହୋଇଛି। ଇସିଆଇ ଅନୁଯାୟୀ, ପ୍ରତ୍ୟେକ ପର୍ଯ୍ୟାୟର ନିର୍ବାଚନ ଦିନ ସକାଳ ୯.୩୦ରୁ ସେମାନଙ୍କ ଆପ୍‌ ମାଧ୍ୟମରେ ଭୋଟ୍‌ ତଥ୍ୟ ଉପଲବ୍ଧ। ମତଦାନରେ କୌଣସି ପରିବର୍ତ୍ତନକୁ ଅସ୍ବୀକାର କରି ନିର୍ବାଚନ ଆୟୋଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।

ପ୍ରଥମ ପର୍ଯ୍ୟାୟ: ୬୬.୧୪ ପ୍ରତିଶତ
ଦ୍ୱିତୀୟ ପର୍ଯ୍ୟାୟ: ୬୬.୭୧. ପ୍ରତିଶତ
ତୃତୀୟ ପର୍ଯ୍ୟାୟ: ୬୫.୬୮ ପ୍ରତିଶତ
ଚତୁର୍ଥ ପର୍ଯ୍ୟାୟ ୬୯.୧୬ ପ୍ରତିଶତ
ପଞ୍ଚମ ପର୍ଯ୍ୟାୟ ୬୨.୨୦ ପ୍ରତିଶତ

ନିର୍ବାଚନ ଆୟୋଗ ଭୋଟ୍‌ ପ୍ରତିଶତ ତଥ୍ୟ ପ୍ରକାଶ କରିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୪ ତାରିଖ ଶୁକ୍ରବାର ଏକ ଏନ୍‌ଜିଓ ସୁପ୍ରିମକୋର୍ଟରେ ଏକ ଆବେଦନ କରି ଲୋକ ସଭା ନିର୍ବାଚନ ସମୟରେ ମତଦାନ କେନ୍ଦ୍ରର ତଥ୍ୟକୁ ନିଜ ଓ୍ବେବ୍‌ସାଇଟରେ ଅପଲୋଡ୍‌ କରିବାକୁ ଦାବି କରିଥିଲେ। ତେବେ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ।

ସାଧାରଣ ନିର୍ବାଚନ ମଧ୍ୟରେ ଏହା ନିର୍ବାଚନ ପରିବେଶକୁ ନଷ୍ଟ କରିଦେବ ଏବଂ ନିର୍ବାଚନ ଯନ୍ତ୍ରରେ ବିଶୃଙ୍ଖଳା ସୃଷ୍ଟି କରିବ ବୋଲି ଯୁକ୍ତି ଦର୍ଶାଇ ନିର୍ବାଚନ ଆୟୋଗ ଏନ୍‌ଜିଓର ଦାବିକୁ ବିରୋଧ କରିଥିଲେ।

The post ପ୍ରତ୍ୟେକ ଭୋଟ୍‌ର ହିସାବ ଦେଲେ ନିର୍ବାଚନ ଆୟୋଗ, କହିଲେ ତଥ୍ୟରେ ପରିବର୍ତ୍ତନ ଅସମ୍ଭବ appeared first on Dharitri Odia News.