ଆକାଉଣ୍ଟକୁ ୧ ଟଙ୍କା ଆସି ନ ଥିଲେ ସୁଭଦ୍ରା ଟଙ୍କା ପାଇବେ ନା ନାହିଁ: ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ
ଭୂବନେଶ୍ୱର,୧୬।୯: ରାଜ୍ୟରେ ଏବେ ‘ସୁଭଦ୍ରା’ କ୍ରେଜ୍ ଚାଲିଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡେ ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା ଚାଲିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଭୁବନେଶ୍ୱର ଆସି ଏହି ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫-୫ ହଜାର ଟଙ୍କା ପାଇବେ। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏ ପଠାଇଛନ୍ତି । ଏନେଇ ମୋବାଇଲକୁ କନଫର୍ମେସନ ମେସେଜ ଆସିଛି। ତେବେ ମେସେଜ୍ ଆସି ନ […] The post ଆକାଉଣ୍ଟକୁ ୧ ଟଙ୍କା ଆସି ନ ଥିଲେ ସୁଭଦ୍ରା ଟଙ୍କା ପାଇବେ ନା ନାହିଁ: ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୂବନେଶ୍ୱର,୧୬।୯: ରାଜ୍ୟରେ ଏବେ ‘ସୁଭଦ୍ରା’ କ୍ରେଜ୍ ଚାଲିଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡେ ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା ଚାଲିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଭୁବନେଶ୍ୱର ଆସି ଏହି ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫-୫ ହଜାର ଟଙ୍କା ପାଇବେ। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏ ପଠାଇଛନ୍ତି । ଏନେଇ ମୋବାଇଲକୁ କନଫର୍ମେସନ ମେସେଜ ଆସିଛି। ତେବେ ମେସେଜ୍ ଆସି ନ ଥିବା ହିତାଧୀକାରୀ ଚିନ୍ତିତ ଅଛନ୍ତି ଯେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ କି ନାହିଁ। ଏସବୁ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆକାଉଣ୍ଟକୁ ୧ ଟଙ୍କା ନ ଆସିଥିଲେ ବି ୧୭ରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିବା ସେ କହିଛନ୍ତି।
ସୁଭଦ୍ରା ଯୋଜନାର ଆବେଦନ ମଧ୍ୟରେ ସାଇବର ଠକ ମାତିଛନ୍ତି । କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ ଲିଙ୍କ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ କୌଣସି ଫୋନ କଲ ଯାଉନି । ଯଦି କିଛି ଲିଙ୍କ ଆସୁଥାଏ, ଏହା ସାଇବର ଠକଙ୍କ କାମ ହୋଇପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏଥିପାଇଁ ସତର୍କ ରହନ୍ତୁ, କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ। ଫର୍ମରେ ଆବେଦନ କରନ୍ତୁ, ଇ-କେୱାଇସି ଦିଅନ୍ତୁ, ନିଶ୍ଚିତ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସୁଭଦ୍ରା ଯୋଜନା ସହିତ ନିର୍ବାଚନ ବେଳେ ଦେଇଥିବା ମୋଦି ଗ୍ୟାରେଣ୍ଟି ପୂରଣ କରିବେ। ଯୋଜନା ଲଂଚ ହେବା ପୂର୍ବରୁ ରାଜ୍ୟବ୍ୟାପୀ ଆୟୋଜିତ ହୋଇଛି ସୁଭଦ୍ରା ସ୍ବାଗତ ପଦଯାତ୍ରା। ସୁଭଦ୍ରା ଲାଗି ଏବେ ସୁଦ୍ଧା ପ୍ରାୟ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିସାରିଲେଣି ।
The post ଆକାଉଣ୍ଟକୁ ୧ ଟଙ୍କା ଆସି ନ ଥିଲେ ସୁଭଦ୍ରା ଟଙ୍କା ପାଇବେ ନା ନାହିଁ: ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.