ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଇରାନ କରୁଛି ହସ୍ତକ୍ଷେପ ? ଡୋନାଲ୍ଡ ଟ୍ରମ୍ପଙ୍କ ୱେବସାଇଟ୍ ହ୍ୟାକ୍
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାମ୍ପେନ ୱେବସାଇଟ୍ ହ୍ୟାକ୍ ହୋଇଛି । ଟ୍ରମ୍ପଙ୍କ କ୍ୟାମ୍ପେନିଂ ଟିମ୍ ବିନା କୌଣସି ପ୍ରମାଣରେ ଦାବି କରିଛି ଯେ ଏହା ପଛରେ ଇରାନର ହାତ ରହିଛି । ଯାହାର ଉଦ୍ଦେଶ୍ୟ ୨୦୨୪ ନିର୍ବାଚନରେ ହସ୍ତକ୍ଷେପ ଏବଂ ରାଜନୈତିକ ଅରାଜକତା ସୃଷ୍ଟି କରିବା । ସ୍ଥାନୀୟ ମିଡିଆ ସଂସ୍ଥାନ ଦ୍ୱାରା ଏହି ଖୁଲାସା କରାଯିବା ପରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଏହି ବୟାନ ଜାରି କରାଯାଇଛି । ଆମେରିକୀୟ ମିଡିଆ ସଂସ୍ଥାର ଦାବି ଅନୁସାରେ ଜୁଲାଇ ମାସରେ ସଂସ୍ଥାକୁ ଏକ ଅଜ୍ଞାତ ସୋର୍ସରୁ ଟ୍ରମ୍ପଙ୍କ ବିରୋଧରେ ଗୁଇନ୍ଦା ଦସ୍ତାବିଜ ଅଫର୍ କରାଯାଇଥିଲା ।ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାମ୍ପେନ ଡକ୍ୟୁମେଣ୍ଟକୁ ନେଇ ଦାବି କରିଛି, ‘ଏହି ଦସ୍ତାବିଜ ଆମେରିକାର ବିପକ୍ଷରେ ବିଦେଶୀ ସୋର୍ସରୁ ବେଆଇନ ରୂପେ ହାସଲ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ୨୦୨୪ ନିର୍ବାଚନରେ ହସ୍ତକ୍ଷେପ କରିବା ଏବଂ ଆମ ରାଜନୈତିକ ପ୍ରକ୍ରିୟାରେ ଅରାଜକତା ସୃଷ୍ଟି କରିବା ଥିଲା ।'ଆମେରିକୀୟ ମିଡିଆ ସଂସ୍ଥାନ ପଲିଟିକୋ ଦାବି କରିଥିଲା ଯେ ଜୁଲାଇ ମାସରେ ସଂସ୍ଥାକୁ ଅଜ୍ଞାତ ସୋର୍ସରୁ ଟ୍ରମ୍ପଙ୍କ ଆଭ୍ୟନ୍ତରୀଣ ମାମଲାର କିଛି ଦସ୍ତାବିଜ ଅଫର୍ କରାଯାଇଥିଲା । ସଂସ୍ଥାର ଦାବି ଥିଲା ଯେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭେନ୍ସଙ୍କ ବିରୋଧରେ ବି ଡକ୍ୟୁମେଣ୍ଟ ଅଫର୍ କରାଯାଇଥିଲା ।ଡୋନାଲ୍ଡ ଟ୍ରମ୍ପ ରବିବାର ନିଜ ଟ୍ରୁଥ୍ ସୋସିଆଲର
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାମ୍ପେନ ୱେବସାଇଟ୍ ହ୍ୟାକ୍ ହୋଇଛି । ଟ୍ରମ୍ପଙ୍କ କ୍ୟାମ୍ପେନିଂ ଟିମ୍ ବିନା କୌଣସି ପ୍ରମାଣରେ ଦାବି କରିଛି ଯେ ଏହା ପଛରେ ଇରାନର ହାତ ରହିଛି । ଯାହାର ଉଦ୍ଦେଶ୍ୟ ୨୦୨୪ ନିର୍ବାଚନରେ ହସ୍ତକ୍ଷେପ ଏବଂ ରାଜନୈତିକ ଅରାଜକତା ସୃଷ୍ଟି କରିବା । ସ୍ଥାନୀୟ ମିଡିଆ ସଂସ୍ଥାନ ଦ୍ୱାରା ଏହି ଖୁଲାସା କରାଯିବା ପରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଏହି ବୟାନ ଜାରି କରାଯାଇଛି । ଆମେରିକୀୟ ମିଡିଆ ସଂସ୍ଥାର ଦାବି ଅନୁସାରେ ଜୁଲାଇ ମାସରେ ସଂସ୍ଥାକୁ ଏକ ଅଜ୍ଞାତ ସୋର୍ସରୁ ଟ୍ରମ୍ପଙ୍କ ବିରୋଧରେ ଗୁଇନ୍ଦା ଦସ୍ତାବିଜ ଅଫର୍ କରାଯାଇଥିଲା ।
ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାମ୍ପେନ ଡକ୍ୟୁମେଣ୍ଟକୁ ନେଇ ଦାବି କରିଛି, ‘ଏହି ଦସ୍ତାବିଜ ଆମେରିକାର ବିପକ୍ଷରେ ବିଦେଶୀ ସୋର୍ସରୁ ବେଆଇନ ରୂପେ ହାସଲ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ୨୦୨୪ ନିର୍ବାଚନରେ ହସ୍ତକ୍ଷେପ କରିବା ଏବଂ ଆମ ରାଜନୈତିକ ପ୍ରକ୍ରିୟାରେ ଅରାଜକତା ସୃଷ୍ଟି କରିବା ଥିଲା ।'
ଆମେରିକୀୟ ମିଡିଆ ସଂସ୍ଥାନ ପଲିଟିକୋ ଦାବି କରିଥିଲା ଯେ ଜୁଲାଇ ମାସରେ ସଂସ୍ଥାକୁ ଅଜ୍ଞାତ ସୋର୍ସରୁ ଟ୍ରମ୍ପଙ୍କ ଆଭ୍ୟନ୍ତରୀଣ ମାମଲାର କିଛି ଦସ୍ତାବିଜ ଅଫର୍ କରାଯାଇଥିଲା । ସଂସ୍ଥାର ଦାବି ଥିଲା ଯେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭେନ୍ସଙ୍କ ବିରୋଧରେ ବି ଡକ୍ୟୁମେଣ୍ଟ ଅଫର୍ କରାଯାଇଥିଲା ।
ଡୋନାଲ୍ଡ ଟ୍ରମ୍ପ ରବିବାର ନିଜ ଟ୍ରୁଥ୍ ସୋସିଆଲରେ ଦାବି କରିଛନ୍ତି ଯେ ମାଇକ୍ରୋସଫ୍ଟ ତାଙ୍କ କ୍ୟାମ୍ପେନକୁ ସୂଚୀତ କରିଛି ଯେ ତାଙ୍କର ଏକ ୱେବସାଇଟକୁ ଇରାନ ହ୍ୟାକ୍ କରିଛି । ତେବେ ହ୍ୟାକ୍ ବାବଦରେ ଅଧିକ ସୂଚନା ଦେବାକୁ ସେ ମନା କରିଦେଇଛନ୍ତି । ମାଇକ୍ରୋସଫ୍ଟ ରିସର୍ଚର୍ସର ରିପୋର୍ଟ ମଧ୍ୟ ଟାର୍ଗେଟର ଖୁଲାସା କରିବାକୁ ମନା କରିଦେଇଛି । ୟୁଏନରେ ଇରାନର ସ୍ଥାୟୀ ମିଶନ ଟ୍ରମ୍ପ ଏବଂ ତାଙ୍କ କ୍ୟାମ୍ପେନ ଅଭିଯୋଗକୁ ଖଣ୍ଡନ କରିଛି । ଇରାନ ସରକାରଙ୍କ ପାଖରେ ଆମେରିକା ରାଷ୍ଟ୍ରୀୟ ନିର୍ବାଚନରେ ହସ୍ତକ୍ଷେପ କରିବାର କୌଣସି ଉଦ୍ଦେଶ୍ୟ କିମ୍ୱା ଲକ୍ଷ୍ୟ ନାହିଁ ।