ଲାଇଭ୍ ଭିଡିଓ କରି ଏମବିକେଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି

କୋରାପୁଟ: ଲାଇଭ୍ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀର ଏମବିକେ(ଯିଏ ଗୋଷ୍ଠୀର ଆର୍ଥିକ କାରବାରର ରେକର୍ଡ ବୁଝନ୍ତି)। କୋରାପୁଟ ଜିଲ୍ଲାର ନାରାୟଣପାଟଣା ସଦର ମହକୁମା ପଥରଦେଉଳ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ସୋସିଆଲ ମିଡିଆରେ ପୋଷ୍ଟ କରି  ଏମବିକେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିଛି ବର୍ଷ ହେବ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଥିବା ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଯୁବତୀ।ଭିଡିଓ ଭାଇରାଲ ପରେ ଯୁବତୀଙ୍କୁ ସ୍ଥାନୀୟ ବାସିନ୍ଦା ପୋଲିସ ସହାୟତାରେ ଉଦ୍ଧାର ପରେ ପ୍ରଥମେ ନାରାୟଣପାଟଣା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଯୁବତୀ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଯୁବତୀ ଜଣଙ୍କ ହାତରେ ଧରିଥିବା ମେଡିସିନ ଜବତ୍ କରିଛି ପୋଲିସ। ଜବତ୍ ମେଡିସିନ ଆଜମା ରୋଗର ଔଷଧ ଏବଂ ଏମବିକେ ଆଜମା ରୋଗରେ ପିଡ଼ିତ ମଧ୍ୟ ଥିବା ସୂଚନା ଦେଇଛି ପୋଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 

ଲାଇଭ୍ ଭିଡିଓ କରି ଏମବିକେଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି

କୋରାପୁଟ: ଲାଇଭ୍ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀର ଏମବିକେ(ଯିଏ ଗୋଷ୍ଠୀର ଆର୍ଥିକ କାରବାରର ରେକର୍ଡ ବୁଝନ୍ତି)। କୋରାପୁଟ ଜିଲ୍ଲାର ନାରାୟଣପାଟଣା ସଦର ମହକୁମା ପଥରଦେଉଳ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ସୋସିଆଲ ମିଡିଆରେ ପୋଷ୍ଟ କରି  ଏମବିକେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିଛି ବର୍ଷ ହେବ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଥିବା ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଯୁବତୀ।

ଭିଡିଓ ଭାଇରାଲ ପରେ ଯୁବତୀଙ୍କୁ ସ୍ଥାନୀୟ ବାସିନ୍ଦା ପୋଲିସ ସହାୟତାରେ ଉଦ୍ଧାର ପରେ ପ୍ରଥମେ ନାରାୟଣପାଟଣା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଯୁବତୀ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଯୁବତୀ ଜଣଙ୍କ ହାତରେ ଧରିଥିବା ମେଡିସିନ ଜବତ୍ କରିଛି ପୋଲିସ। ଜବତ୍ ମେଡିସିନ ଆଜମା ରୋଗର ଔଷଧ ଏବଂ ଏମବିକେ ଆଜମା ରୋଗରେ ପିଡ଼ିତ ମଧ୍ୟ ଥିବା ସୂଚନା ଦେଇଛି ପୋଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।