ଶୀତଳାପଲ୍ଲୀ ସମ୍‌ ମଲ୍ଟି ସ୍ପେସିଆଲଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର

ବ୍ରହ୍ମପୁର: ରବିବାର ଶୀତଳାପଲ୍ଲୀ ସମ୍‌ ମଲ୍ଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ବନ୍ଧ୍ୟାଦୋଷର ସମାଧାନ ଓ ଟେଷ୍ଟ ଟ୍ୟୁବ ବେବି ସୁବିଧା ଯୋଗାଇ ଦେଉଥିବା ଆଇଏମଏସ ଓ ସମ୍‌ ହସ୍ପିଟାଲର ସେଣ୍ଟର ଫର ହ୍ୟୁମାନ ରିପ୍ରଡକ୍ସନ ଦ୍ୱାରା ଆୟୋଜନ ହୋଇଥିଲା।ଏହି ଶିବିରିରେ ବହୁ ଦମ୍ପତି ଯୋଗ ଦେଇ ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ନେଇଥିବା କହିଛନ୍ତି ନିର୍ଦେଶକ ଦେବ ପ୍ରସାଦ ଦାଶ। ଯେଉଁ ନିଃସନ୍ତାନ ଦମ୍ପତି ଗର୍ଭ ଧାରଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ଡାକ୍ତରୀ ସହାୟତା ଯୋଗାଇଦେବା ଶିବିରର ଲକ୍ଷ୍ୟ ରହିଥିବା କହିଛନ୍ତି ନିର୍ଦେଶକ।ଅଂଶ ଗ୍ରହଣକାରୀମାନେ ଏ ସମ୍ପର୍କରେ ଅଭିଜ୍ଞ ଡକ୍ଟର ମାନଙ୍କ ଦ୍ୱାରା ଅବଗତ ହୋଇଛନ୍ତି।  ଭୁବନେଶ୍ୱର ସମ ମଲ୍ଟି ସ୍ପେସିଆଲଟି ହସ୍ପିଟାଲ  ଓ ଆଇ ଏମ ଏସ ଓ ସମ ହସ୍ପିଟାଲର ସେଣ୍ଟର ଫର ଫର ହ୍ୟୁମାନ ରିପ୍ରଡକ୍ସନ ଦେଶର ଏକ ଅଗ୍ରଣୀ ଭାବେ ସେବା ଯୋଗାଇବା ଲକ୍ଷ୍ୟ ରଖିଛି। 

ଶୀତଳାପଲ୍ଲୀ ସମ୍‌ ମଲ୍ଟି ସ୍ପେସିଆଲଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର

ବ୍ରହ୍ମପୁର: ରବିବାର ଶୀତଳାପଲ୍ଲୀ ସମ୍‌ ମଲ୍ଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ବନ୍ଧ୍ୟାଦୋଷର ସମାଧାନ ଓ ଟେଷ୍ଟ ଟ୍ୟୁବ ବେବି ସୁବିଧା ଯୋଗାଇ ଦେଉଥିବା ଆଇଏମଏସ ଓ ସମ୍‌ ହସ୍ପିଟାଲର ସେଣ୍ଟର ଫର ହ୍ୟୁମାନ ରିପ୍ରଡକ୍ସନ ଦ୍ୱାରା ଆୟୋଜନ ହୋଇଥିଲା।

ଏହି ଶିବିରିରେ ବହୁ ଦମ୍ପତି ଯୋଗ ଦେଇ ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ନେଇଥିବା କହିଛନ୍ତି ନିର୍ଦେଶକ ଦେବ ପ୍ରସାଦ ଦାଶ। ଯେଉଁ ନିଃସନ୍ତାନ ଦମ୍ପତି ଗର୍ଭ ଧାରଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ଡାକ୍ତରୀ ସହାୟତା ଯୋଗାଇଦେବା ଶିବିରର ଲକ୍ଷ୍ୟ ରହିଥିବା କହିଛନ୍ତି ନିର୍ଦେଶକ।

ଅଂଶ ଗ୍ରହଣକାରୀମାନେ ଏ ସମ୍ପର୍କରେ ଅଭିଜ୍ଞ ଡକ୍ଟର ମାନଙ୍କ ଦ୍ୱାରା ଅବଗତ ହୋଇଛନ୍ତି।  ଭୁବନେଶ୍ୱର ସମ ମଲ୍ଟି ସ୍ପେସିଆଲଟି ହସ୍ପିଟାଲ  ଓ ଆଇ ଏମ ଏସ ଓ ସମ ହସ୍ପିଟାଲର ସେଣ୍ଟର ଫର ଫର ହ୍ୟୁମାନ ରିପ୍ରଡକ୍ସନ ଦେଶର ଏକ ଅଗ୍ରଣୀ ଭାବେ ସେବା ଯୋଗାଇବା ଲକ୍ଷ୍ୟ ରଖିଛି।