ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ରାଜ୍ୟରେ ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଓଡ଼ିଶାର ଖଣି ଓ ଖଣି ସଲଗ୍ନ ଜମି ପାଇଁ ରାଜ୍ୟରେ ଓରିସେଡ ଆଇନ ୨୦୦୪ ଆଣିଥିଲେ ତତ୍କାଳୀନ ସରକାର । ଏହାକୁ ଅସିଦ୍ଧ କରିଛନ୍ତି ଓଡିଶା ହାଇକୋର୍ଟ । ଏହା ପ୍ରତିବାଦରେ ସୁପ୍ରିମକୋର୍ଟ ଯାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ସୁପ୍ରିମକୋର୍ଟରେ […] The post ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା appeared first on KNews Odisha.

ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା
srikant jena

ଭୁବନେଶ୍ୱର : ରାଜ୍ୟରେ ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଓଡ଼ିଶାର ଖଣି ଓ ଖଣି ସଲଗ୍ନ ଜମି ପାଇଁ ରାଜ୍ୟରେ ଓରିସେଡ ଆଇନ ୨୦୦୪ ଆଣିଥିଲେ ତତ୍କାଳୀନ ସରକାର । ଏହାକୁ ଅସିଦ୍ଧ କରିଛନ୍ତି ଓଡିଶା ହାଇକୋର୍ଟ । ଏହା ପ୍ରତିବାଦରେ ସୁପ୍ରିମକୋର୍ଟ ଯାଇଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାୟର କରିଥିବା ପିଟିସନକୁ ପ୍ରତ୍ୟାହାର କରି ଖଣି ଆଇନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼କାନ୍ତୁ ବୋଲି ଶ୍ରୀକାନ୍ତ ଜେନା ଦାବି କରିଛନ୍ତି । ଏହାଦ୍ବାରା ରାଜ୍ୟ ଓ ରାଜ୍ୟବାସୀ ଲାଭବାନ ହେବେ ବୋଲି ସେ କହିଛନ୍ତି । ଏବେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଖଣି ଲେଭି ଟ୍ୟାକସ ସମ୍ପର୍କୀତ ନିର୍ଦ୍ଦେଶନାମାର ରିଭ୍ୟୁ ପାଇଁ ଆଗତ ପିଟିସନକୁ ଖାରଜ କରିଛନ୍ତି ।

ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖଣି ଓ ଏଥି ସଲଗ୍ନ ଜମିରୁ ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ରୟାଲିଟି ଆଦାୟ କରି ପାରିବେ ବୋଲି ୮- ୧ ରେ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମାର ରିଭ୍ୟୁ କରିବା ପାଇଁ କେନ୍ଦ୍ର ସରକାର, କର୍ଣ୍ଣାଟକ ଆଇରନ ଓ ଷ୍ଟିଲ ମାନୁଫାକଚରସ ଆସୋସିଏସନ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା ।

ପ୍ରଧାନ ଵିଚାରପତି ଡକ୍ଟର ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ଼ଙ୍କ ସମେତ ୮ ଜଣ ବିଚାରପତି ରିଭ୍ୟୁ କରିବାର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି । ତେବେ ଜଣେ ମାତ୍ର ବିଚାରପତି ଜଷ୍ଟିସ ବି ଭି ନାଗରତ୍ନା ରିଭ୍ୟୁ ସପକ୍ଷରେ ଥିଲେ । ସୁପ୍ରିମକୋର୍ଟ ରୂଲ ୨୦୧୩ ଅନୁଯାୟୀ ଏହି ନିର୍ଦ୍ଦେଶନାମାରେ ରିଭ୍ୟୁ କରିବାର ଆବଶ୍ୟକତା ନଥିବା ସୁପ୍ରିମକୋର୍ଟ ଦର୍ଶାଇଥିଲେ ।

The post ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା appeared first on KNews Odisha.