ବର୍ଷକୁ ୧୪ କୋଟି ଦରମା ! ବିଜନେସ୍ କ୍ଲାସ୍ ଯାତ୍ରା ସହ ଅନେକ କିଛି... BCCIଠାରୁ ପାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଆସନ୍ତା ଜୁଲାଇ ଶେଷ ବେଳକୁ ଟିମ୍ ସହ ଯୋଡ଼ି ହେବେ । ରାହୁଲ ଦ୍ରାବିଡ଼ଙ୍କ ସ୍ଥାନରେ ଭାରତୀୟ କ୍ରିକେଟ୍ ଟିମର ଏହି ଗୁରୁତ୍ୱପୂର୍ଣ୍ଣ ପଦ ଗ୍ରହଣ କରିବାକୁ ଯାଉଥିବା ଗମ୍ଭୀରଙ୍କ କାନ୍ଧରେ ବହୁ ଦାୟିତ୍ୱ ରହିବ । ଆଗାମୀ ସାଢେ ତିନି ବର୍ଷ ଯାଏଁ ସେ ଏହି ଭୂମିକାରେ ରହିବେ । ତାଙ୍କର ଦାୟିତ୍ୱ ସହ କାମର ଚାପର ମଧ୍ୟ ବଢିବ ।ଭାରତୀୟ ଟିମ୍ ପାଇଁ ଦୀର୍ଘ ବର୍ଷ ଖେଳିବା ସହ ଦୁଇଟି ୱାର୍ଲଡ୍ କପ ବିଜୟୀ ଦଳର ସଦସ୍ୟ ଥିବା ଗମ୍ଭୀର କ୍ରିକେଟରେ ଅନେକ କିଛି ଦେଖିସାରିଛନ୍ତି । ଏବେ କୋଚ୍ ଭାବେ ନିଜକୁ ପ୍ରମାଣିତ କରିବେ । ଭାରତୀୟ ଟିମର ମୁଖ୍ୟ କୋଚ୍ ହେବା ପରେ ବୋର୍ଡ ପକ୍ଷରୁ ଗୌତମ ଗମ୍ଭୀରକୁ ଅନେକ ସୁବିଧା ମଧ୍ୟ ମିଳିବ ।ରିପୋର୍ଟ ଅନୁସାରେ ଗୌତମ ଗମ୍ଭୀରଙ୍କ ନିଯୁକ୍ତି ଘୋଷଣା ବିଳମ୍ୱ ପଛରେ ଦରମାକୁ ବୁଝାମଣା କଥା ସାମନାକୁ ଆସିଥିଲା । ପୂର୍ବତନ ରାହୁଲ ଦ୍ରାବିଡ଼ ଭାରତୀୟ ଟିମର ମୁଖ୍ୟ କୋଚ୍ ଭାବେ ବର୍ଷକୁ ୧୨ କୋଟି ଟଙ୍କା ନେବା ସହ ଅନ୍ୟ ସୁବିଧା ପାଉଥିଲେ । ତେବେ ଗୌତମ ଗମ୍ଭୀର ଏହାଠାରୁ ଅଧିକ ଦରମା ପାଇପାରନ୍ତି । ୨୦୧୯ ମସିହାରେ ଭାରତୀୟ କ୍ରିକେଟ୍ ବୋର୍ଡ ଏହାର ଡିଏ ପଲିସିରେ ପରିବର୍ତ୍ତନ ଆଣି କୋଚ୍ ପାଇଁ ୨୧ ହଜାର ଟଙ୍କା କରିଥିଲା । ଅନ୍ୟପଟେ ବିଦେଶ ଯାତ୍ରା ବେଳେ ଗୌତମ ଗମ୍ଭୀରଙ୍କ ପାଇଁ ବିଜନେସ୍ କ୍ଲାସ୍ ଯାତ୍ରା ସହ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବ ବିସିସିଆ

ବର୍ଷକୁ ୧୪ କୋଟି ଦରମା ! ବିଜନେସ୍ କ୍ଲାସ୍ ଯାତ୍ରା ସହ ଅନେକ କିଛି... BCCIଠାରୁ ପାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଆସନ୍ତା ଜୁଲାଇ ଶେଷ ବେଳକୁ ଟିମ୍ ସହ ଯୋଡ଼ି ହେବେ । ରାହୁଲ ଦ୍ରାବିଡ଼ଙ୍କ ସ୍ଥାନରେ ଭାରତୀୟ କ୍ରିକେଟ୍ ଟିମର ଏହି ଗୁରୁତ୍ୱପୂର୍ଣ୍ଣ ପଦ ଗ୍ରହଣ କରିବାକୁ ଯାଉଥିବା ଗମ୍ଭୀରଙ୍କ କାନ୍ଧରେ ବହୁ ଦାୟିତ୍ୱ ରହିବ । ଆଗାମୀ ସାଢେ ତିନି ବର୍ଷ ଯାଏଁ ସେ ଏହି ଭୂମିକାରେ ରହିବେ । ତାଙ୍କର ଦାୟିତ୍ୱ ସହ କାମର ଚାପର ମଧ୍ୟ ବଢିବ ।

ଭାରତୀୟ ଟିମ୍ ପାଇଁ ଦୀର୍ଘ ବର୍ଷ ଖେଳିବା ସହ ଦୁଇଟି ୱାର୍ଲଡ୍ କପ ବିଜୟୀ ଦଳର ସଦସ୍ୟ ଥିବା ଗମ୍ଭୀର କ୍ରିକେଟରେ ଅନେକ କିଛି ଦେଖିସାରିଛନ୍ତି । ଏବେ କୋଚ୍ ଭାବେ ନିଜକୁ ପ୍ରମାଣିତ କରିବେ । ଭାରତୀୟ ଟିମର ମୁଖ୍ୟ କୋଚ୍ ହେବା ପରେ ବୋର୍ଡ ପକ୍ଷରୁ ଗୌତମ ଗମ୍ଭୀରକୁ ଅନେକ ସୁବିଧା ମଧ୍ୟ ମିଳିବ ।

ରିପୋର୍ଟ ଅନୁସାରେ ଗୌତମ ଗମ୍ଭୀରଙ୍କ ନିଯୁକ୍ତି ଘୋଷଣା ବିଳମ୍ୱ ପଛରେ ଦରମାକୁ ବୁଝାମଣା କଥା ସାମନାକୁ ଆସିଥିଲା । ପୂର୍ବତନ ରାହୁଲ ଦ୍ରାବିଡ଼ ଭାରତୀୟ ଟିମର ମୁଖ୍ୟ କୋଚ୍ ଭାବେ ବର୍ଷକୁ ୧୨ କୋଟି ଟଙ୍କା ନେବା ସହ ଅନ୍ୟ ସୁବିଧା ପାଉଥିଲେ । ତେବେ ଗୌତମ ଗମ୍ଭୀର ଏହାଠାରୁ ଅଧିକ ଦରମା ପାଇପାରନ୍ତି । ୨୦୧୯ ମସିହାରେ ଭାରତୀୟ କ୍ରିକେଟ୍ ବୋର୍ଡ ଏହାର ଡିଏ ପଲିସିରେ ପରିବର୍ତ୍ତନ ଆଣି କୋଚ୍ ପାଇଁ ୨୧ ହଜାର ଟଙ୍କା କରିଥିଲା । ଅନ୍ୟପଟେ ବିଦେଶ ଯାତ୍ରା ବେଳେ ଗୌତମ ଗମ୍ଭୀରଙ୍କ ପାଇଁ ବିଜନେସ୍ କ୍ଲାସ୍ ଯାତ୍ରା ସହ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବ ବିସିସିଆଇ ।