ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପଡ଼ିଲା ମହଙ୍ଗା, କୋହଲିଙ୍କ ଉପରେ ଜରିମାନା ଲଗାଇଲା BCCI
ନୂଆଦିଲ୍ଲୀ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ତାରକା ବ୍ୟାଟର ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କୋହଲିଙ୍କ ଉପରେ ଜରିମାନା ଲଗାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ନୋ ବଲ୍କୁ ନେଇ କୋହଲି ଅମ୍ପାୟରଙ୍କ ଯୁକ୍ତିତର୍କ କରିଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନସ୍ଵରୂପ ବିସିସିଆଇ ତାଙ୍କ ଉପରେ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା ଲଗାଇଛି। Also read: T-20 ବିଶ୍ୱକପ୍ରେ ପାଣ୍ଡ୍ୟା ଓ ରାହୁଲଙ୍କୁ ମିଳିବନି ଚାନ୍ସ ! IPL ପ୍ରଦର୍ଶନ ବିଗାଡିଲା ଗଣିତଆଇପିଏଲ୍ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବିରାଟ କୋହଲି ନିଜ ଦୋଷ ସ୍ଵୀକାର କରି ନେଇଛନ୍ତି। ତେଣୁ ମାମଲାରେ ଆଉ କୌଣସି ଶୁଣାଣିର ଆବଶ୍ୟକତା ପଡ଼ି ନାହିଁ। ଘଟଣାରେ ଅଇପିଏଲ୍ର ଆଚାର ସଂହିତାର ଧାରା ୨.୮ର ଲେବଲ ୧ରେ କୋହଲି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫଳସ୍ଵରୂପ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା ଭାବେ କଟାଯାଇଛି। ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି।ସୂଚନାଯୋଗ୍ୟ, ବେଙ୍ଗାଲୁରୁ ଇନିଂସର ତୃତୀୟ ଓଭରର ପ୍ରଥମ ବଲ୍ରେ ଅମ୍ପାୟର କୋହଲିଙ୍କୁ କ୍ୟାଚ୍ ଆଉଟ୍ ଦେଇଥିଲେ। ବଲ୍ ଯେବେ ବ୍ୟାଟ୍ରେ ବାଜିଥିଲା ସେହି ସମୟରେ ବଲ୍ କୋହଲିଙ
ନୂଆଦିଲ୍ଲୀ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ତାରକା ବ୍ୟାଟର ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କୋହଲିଙ୍କ ଉପରେ ଜରିମାନା ଲଗାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ନୋ ବଲ୍କୁ ନେଇ କୋହଲି ଅମ୍ପାୟରଙ୍କ ଯୁକ୍ତିତର୍କ କରିଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନସ୍ଵରୂପ ବିସିସିଆଇ ତାଙ୍କ ଉପରେ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା ଲଗାଇଛି।
Also read: T-20 ବିଶ୍ୱକପ୍ରେ ପାଣ୍ଡ୍ୟା ଓ ରାହୁଲଙ୍କୁ ମିଳିବନି ଚାନ୍ସ ! IPL ପ୍ରଦର୍ଶନ ବିଗାଡିଲା ଗଣିତ
ଆଇପିଏଲ୍ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବିରାଟ କୋହଲି ନିଜ ଦୋଷ ସ୍ଵୀକାର କରି ନେଇଛନ୍ତି। ତେଣୁ ମାମଲାରେ ଆଉ କୌଣସି ଶୁଣାଣିର ଆବଶ୍ୟକତା ପଡ଼ି ନାହିଁ। ଘଟଣାରେ ଅଇପିଏଲ୍ର ଆଚାର ସଂହିତାର ଧାରା ୨.୮ର ଲେବଲ ୧ରେ କୋହଲି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫଳସ୍ଵରୂପ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା ଭାବେ କଟାଯାଇଛି। ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ବେଙ୍ଗାଲୁରୁ ଇନିଂସର ତୃତୀୟ ଓଭରର ପ୍ରଥମ ବଲ୍ରେ ଅମ୍ପାୟର କୋହଲିଙ୍କୁ କ୍ୟାଚ୍ ଆଉଟ୍ ଦେଇଥିଲେ। ବଲ୍ ଯେବେ ବ୍ୟାଟ୍ରେ ବାଜିଥିଲା ସେହି ସମୟରେ ବଲ୍ କୋହଲିଙ୍କ ଅଣ୍ଟା ଉପରେ ଥିଲା। କିନ୍ତୁ କ୍ରିଜକୁ ଦେଖିଲେ ବଲ୍ ତାଙ୍କ ଅଣ୍ଟା ତଳକୁ ଯାଉଥିଲା। ଏହିପରି ହର୍ଷିତ ରାଣାଙ୍କ ବଲ୍ ଅଣ୍ଟା ତଳକୁ ଥିବାରୁ ଏବଂ ନିୟମ ଅନୁସାରେ ବିରାଟ କୋହଲିଙ୍କୁ ଆଉଟ୍ ଦିଆଯାଇଥିଲା। ମାତ୍ର କୋହଲି ନିଷ୍ପତ୍ତିକୁ ସ୍ଵୀକାର କରି ନଥିଲେ ଏବଂ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ପଡ଼ିଆ ଅମ୍ପାୟର କିଛି ନ କହି କେବଳ ପଡ଼ିଆ ବାହାରକୁ ଯିବା ପାଇଁ କୋହଲିଙ୍କୁ କହିଥିଲେ।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୬ ଓ୍ଵିକେଟ୍ ହରାଇ ୨୨୨ ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ୨୨୧ ରନ କରି ପାରିଥିଲା। ଏହିପରି ରୋମାଞ୍ଚକର ମୁକାବିଲାକୁ କୋଲକାତା ଏକ ରନରେ ଜିତି ନେଇଥିଲା।