ଫଡ୍‌ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା

ନାଗପୁର, ୧୮।୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ଘୋର ବିପର୍ଯ୍ୟୟ ପରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେ ମଙ୍ଗଳବାର ନାଗପୁର ବିଧାନ ଭବନଠାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଭେଟିଛନ୍ତି। ନିର୍ବାଚନରେ ଭାଜପାର ବଡ଼ ବିଜୟ ହୋଇଥିବାରୁ ଉଦ୍ଧବ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଯାଇଥିବା ଜଣାପଡ଼ିଛି। ତାଙ୍କ ସହ ପୁଅ ତଥା ଓ୍ବର୍ଲି ବିଧାୟକ ଆଦିତ୍ୟ ଠାକ୍‌ରେ, ବିଧାୟକ ଅନିଲ ପରବ ଓ ବରୁଣ ସରଦେଶାଇ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ରର ସ୍ବାର୍ଥ […] The post ଫଡ୍‌ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା appeared first on Dharitri Odia News.

ଫଡ୍‌ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା

ନାଗପୁର, ୧୮।୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ଘୋର ବିପର୍ଯ୍ୟୟ ପରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେ ମଙ୍ଗଳବାର ନାଗପୁର ବିଧାନ ଭବନଠାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଭେଟିଛନ୍ତି। ନିର୍ବାଚନରେ ଭାଜପାର ବଡ଼ ବିଜୟ ହୋଇଥିବାରୁ ଉଦ୍ଧବ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଯାଇଥିବା ଜଣାପଡ଼ିଛି। ତାଙ୍କ ସହ ପୁଅ ତଥା ଓ୍ବର୍ଲି ବିଧାୟକ ଆଦିତ୍ୟ ଠାକ୍‌ରେ, ବିଧାୟକ ଅନିଲ ପରବ ଓ ବରୁଣ ସରଦେଶାଇ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ରର ସ୍ବାର୍ଥ ପାଇଁ ଏକାଠି କାମ କରିବା ଉଦ୍ଦେଶ୍ୟରେ ଏପରି ଭେଟ୍‌ଘାଟ ହୋଇଥିବା ଆଦିତ୍ୟ କହିଛନ୍ତି। ଆଦିତ୍ୟ କହିଛନ୍ତି, ତାଙ୍କ ଦଳର ମୁଖିଆ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଫଡ୍‌ନବିସ ଓ ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କୁ ଭେଟି ରାଜ୍ୟ ସ୍ବାର୍ଥ ସମ୍ପର୍କିତ ବହୁ ବିଷୟ ଉପରେ ଆଲୋଚନା କରିଛନ୍ତି। ଆଦିତ୍ୟ କହିଛନ୍ତି, ଆମେ ସମସ୍ତେ ଲୋକଙ୍କ ପ୍ରତିନିଧି। ଶାସକ ଦଳ ମଧ୍ୟ ଆମକୁ ଶୁଣିବା ଉଚିତ। ଏହାଦ୍ୱାରା ଲୋକଙ୍କ ମଙ୍ଗଳ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ ନାଗପୁରରେ ଶୀତ ଅଧିବେଶନ ଚାଲିଛି।

The post ଫଡ୍‌ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା appeared first on Dharitri Odia News.