Viral Video: ବାଘ ବେକରେ ଚେନ୍ ବାନ୍ଧି କୁକୁର ପରି ଘୂରାଉଥିଲା କୁନି ପିଲା, ଆଉ ତା’ ପରେ…
ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁନି ପିଲା ଗୋଟିଏ ଚେନ୍ରେ ଏକ ବାଘ ବନ୍ଧା ଯାଇଥିବା ବେଳେ ପିଲାଟି ବାଘକୁ କୁକୁର ପରି ବୁଲାଉଛି। ପିଲାଟି ଯେଉଁ ଦିଗକୁ ବାଘକୁ ବୁଲାଉଛି ସେ ସେହି ଦିଗକୁ ବୁଲୁଛି। ସେ ବାଘର ଏମିତି ଯତ୍ନ ନେଉଛି, ଯେପରି ଏହା ବାଘ ନୁହେଁ ଏକ କୁକୁର। […] The post Viral Video: ବାଘ ବେକରେ ଚେନ୍ ବାନ୍ଧି କୁକୁର ପରି ଘୂରାଉଥିଲା କୁନି ପିଲା, ଆଉ ତା’ ପରେ… appeared first on Dharitri Odia News.
ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁନି ପିଲା ଗୋଟିଏ ଚେନ୍ରେ ଏକ ବାଘ ବନ୍ଧା ଯାଇଥିବା ବେଳେ ପିଲାଟି ବାଘକୁ କୁକୁର ପରି ବୁଲାଉଛି। ପିଲାଟି ଯେଉଁ ଦିଗକୁ ବାଘକୁ ବୁଲାଉଛି ସେ ସେହି ଦିଗକୁ ବୁଲୁଛି। ସେ ବାଘର ଏମିତି ଯତ୍ନ ନେଉଛି, ଯେପରି ଏହା ବାଘ ନୁହେଁ ଏକ କୁକୁର। କିନ୍ତୁ ପିଲାଟି ନିଜ ଆଡ଼କୁ ଚେନ୍ ଟାଣିବାକୁ ଚେଷ୍ଟା କରିବା ମାତ୍ରେ ବାଘଟି କ୍ରୋଧରେ ଗର୍ଜନ କଲା। ଏପରି ପରିସ୍ଥିତିରେ ପିଲାଟି ଚେନ୍ ଛାଡି ପଳାଇଲା।
nouman.hassan1 ନାମକ ଏକ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ୫,୬୦୦ରୁ ଅଧିକ ଲୋକ ମନ୍ତବ୍ୟ ଦେଇଛନ୍ତି। ବଣ୍ଟି ସେନ୍ ନାମକ ଜଣେ ୟୁଜର୍ ଲେଖିଛନ୍ତି, ଭିଡିଓ କରିବା ଚକ୍କରରେ ପୁଅକୁ ମୃତ୍ୟୁ ମୁଖକୁ ଠେଲି ଦିଅ ନାହିଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭାଇ ଏହା ବାଘ, ଏହାକୁ ବିଲେଇ ଭାବି ଭୁଲ କରନ୍ତୁ ନାହିଁ। ଆଉ ଜଣେ ଲେଖିଛନ୍ତି, ଜୀବନ ନେବାକୁ ବାଘକୁ ଦୁଇ ମିନିଟ୍ ଲାଗିବ। ଅଧିକାଂଶ ଲୋକ ସେମାନଙ୍କ ମନ୍ତବ୍ୟରେ ଏହି ଭିଡିଓକୁ ସମାଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଭାରତରେ ଏଭଳି ବିପଜ୍ଜନକ ପ୍ରାଣୀ ରଖିବା ଉପରେ ନିଷେଧାଦେଶ ରହିଛି। କିନ୍ତୁ ଆରବ ଦେଶରେ ଲୋକମାନେ ବାଘ, ସିଂହ, ଚିତା ଭଳି ବିପଜ୍ଜନକ ପଶୁମାନଙ୍କୁ ଘରେ ରଖିଥାନ୍ତି। ଏଥି ସହିତ ପାକିସ୍ତାନରେ ମଧ୍ୟ ବାଘ ଓ ସିଂହ ପାଳନ କରିବା ଖବର ମଧ୍ୟ ଅନେକ ଥର ଶୁଣିବାକୁ ମିଳିଛି।
The post Viral Video: ବାଘ ବେକରେ ଚେନ୍ ବାନ୍ଧି କୁକୁର ପରି ଘୂରାଉଥିଲା କୁନି ପିଲା, ଆଉ ତା’ ପରେ… appeared first on Dharitri Odia News.