ସ୍ବାମୀ ମୁଖାଗ୍ନି ଦେବା ସମୟରେ ଜୁଇରୁ ଜୀବିତ ହୋଇଉଠିଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…

ବ୍ରହ୍ମପୁର,୧୨ା୨(ତନୁଶ୍ରୀ ନାହାକ/ସ୍ମୃତିରଞ୍ଜନ ମହାଲିକ): କଥାରେ ଅଛି ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ଠିକ୍‌ ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ବ୍ରହ୍ମପୁରରେ। ଜୁଇରେ ନିଆଁ ଲାଗିବା ପୂର୍ବରୁ ମୃତ ବୃଦ୍ଧା ଜଣକ ଜୀବିତ ହୋଇ ଉଠିଛନ୍ତି। ଘଟଣାଟି ବିଶ୍ୱାସ ନ ହେଲେ ବି ସତ। ବ୍ରହ୍ମପୁର ସହରର ୨୫ ନଂ ଓ୍ବାର୍ଡସ୍ଥିତ ବିଜିପୁର ମଶାଣିରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ୨୮ନଂ ଓ୍ବାର୍ଡସ୍ଥିତ ଗୁଡସରୋଡ୍‌ […] The post ସ୍ବାମୀ ମୁଖାଗ୍ନି ଦେବା ସମୟରେ ଜୁଇରୁ ଜୀବିତ ହୋଇଉଠିଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ… appeared first on Dharitri Odia News.

ସ୍ବାମୀ ମୁଖାଗ୍ନି ଦେବା ସମୟରେ ଜୁଇରୁ ଜୀବିତ ହୋଇଉଠିଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…

ବ୍ରହ୍ମପୁର,୧୨ା୨(ତନୁଶ୍ରୀ ନାହାକ/ସ୍ମୃତିରଞ୍ଜନ ମହାଲିକ): କଥାରେ ଅଛି ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ଠିକ୍‌ ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ବ୍ରହ୍ମପୁରରେ। ଜୁଇରେ ନିଆଁ ଲାଗିବା ପୂର୍ବରୁ ମୃତ ବୃଦ୍ଧା ଜଣକ ଜୀବିତ ହୋଇ ଉଠିଛନ୍ତି। ଘଟଣାଟି ବିଶ୍ୱାସ ନ ହେଲେ ବି ସତ। ବ୍ରହ୍ମପୁର ସହରର ୨୫ ନଂ ଓ୍ବାର୍ଡସ୍ଥିତ ବିଜିପୁର ମଶାଣିରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ୨୮ନଂ ଓ୍ବାର୍ଡସ୍ଥିତ ଗୁଡସରୋଡ୍‌ ତ୍ରିନାଥ ମନ୍ଦିର ସାହିର ଶିବରାମ ପାଳ (୫୪)ଙ୍କ ସ୍ତ୍ରୀ ବୁଚି ଆମା (୫୦)। ଶିବରାମଙ୍କ ସ୍ତ୍ରୀ ଗତ ୭ ବର୍ଷ ଧରି ପାରାଲିସିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଗତ ୧ ତାରିଖ ସନ୍ଧ୍ୟାରେ ଗ୍ୟାସରେ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସରେ ନିଆଁ ଲାଗି ପୋଡ଼ି ହୋଇଯାଇଥିଲେ। ସେ ପୋଡ଼ି ହୋଇ ଘର ବାରଣ୍ଡାରେ ପଡ଼ିଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ। ସ୍ବାମୀ ପହଞ୍ଚି ବୁଚି ଆମାଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମେଡିକାଲରେ ତାଙ୍କର ଚିକିତ୍ସା କରାଯିବା ସହ ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ସାଲାଇନ ଲଗାଇବା ନିମନ୍ତେ ତାଙ୍କର ଶିରା ପ୍ରଶିରା ଦେଖା ନ ଯିବାରୁ ଡାକ୍ତର ତାଙ୍କୁ ଘରକୁ ନେଇଯିବା ପାଇଁ କହିଥିଲେ। ଫଳରେ ଶିବରାମ ସ୍ତ୍ରୀଙ୍କୁ ଧରି ଘରକୁ ଫେରିଆସିଥିଲେ। ଏହାପରେ ସେ ସ୍ତ୍ରୀଙ୍କର ସମସ୍ତ ସେବା ଶୁଶୁ୍ରଷା କରୁଥିଲେ। କିନ୍ତୁ ସୋମବାର ଭୋର୍‌ ସମୟରେ ବୁଚି ଆମାଙ୍କ ମୃତ୍ୟୁ ଘଟିଥିବା ସ୍ବାମୀ ଶିବରାମ ଜାଣିବାକୁ ପାଇଥିଲେ। ସେ ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ଚିରଞ୍ଜୀବ ପାତ୍ର ଏ ବାବଦରେ ସ୍ଥାନୀୟ କର୍ପୋରେଟରଙ୍କୁ ଜଣାଇଥିଲେ। ଶବ ବୁହା ଗାଡ଼ିକୁ ଡକାଇ ମରଶରୀରକୁ ଶ୍ମଶାନ ନେବାରେ ସହଯୋଗ କରିଥିଲେ। ଶ୍ମଶାନରେ ମୃତଦେହକୁ ଜୁଇ ଉପରେ ରଖାଯିବା ପରେ ସ୍ବାମୀ ଶିବରାମ ନିଆଁ ଲଗାଇବା ପାଇଁ ୩ଥର ବୁଲିଥିଲେ। ଏହାପରେ ଜୁଇରେ ନିଆଁ ଲଗାଇବାକୁ ଯିବା ସମୟରେ ମୃତ ବୁଚି ଆମା ଆଖି ଖୋଲିଥିବା ଶ୍ମଶାନରେ କାର୍ଯ୍ୟରତ ଜଣେ ଶବଦାହ କର୍ମଚାରୀ ଦେଖିଥିଲେ। ସେ ଶିବରାମଙ୍କୁ ଜଣାଇଥିଲେ। ଶିବରାମ ସ୍ତ୍ରୀ ଜୀବିତ ଥିବା ଜାଣି ଆମ୍ବୁଲାନ୍ସ ଯୋଗେ ନିଜ ଘରକୁ ନେଇଯାଇଥିଲେ। ଯାହାକୁ ଶୁଣି ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ତେବେ ଶିବରାମଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ
ବର୍ତ୍ତମାନ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୁଚି ଆମା ଘରେ ପଡ଼ିରହିଛନ୍ତି । ଏପରିକି ତାଙ୍କ ଦେହରେ ପୋକ ହୋଇଯାଇଥିବା ସେ କହିଛନ୍ତି। ସ୍ତ୍ରୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାକୁ ଶିବରାମ ନିବେଦନ କରିଛନ୍ତି।

 

The post ସ୍ବାମୀ ମୁଖାଗ୍ନି ଦେବା ସମୟରେ ଜୁଇରୁ ଜୀବିତ ହୋଇଉଠିଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ… appeared first on Dharitri Odia News.