୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା
ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି। ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ଏକାଗ୍ର ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀରେ ୧୫,୦୦,୦୦୦ ଅଂଶଧନ କିମ୍ବା ୦.୦୪ ପ୍ରତିଶତ ଅଂଶ ରହିଛି। ନାତିଙ୍କୁ ଷେୟାର ଦାନ କରିବା ପରେ ଇନଫୋସିସରେ ନାରାୟଣ ମୁର୍ତ୍ତୀଙ୍କ ଅଂଶଧନ ୦.୪୦ ପ୍ରତିଶତରୁ ୦.୩୬ ପ୍ରତିଶତକୁ ଖସି ଆସିଛି। ସେ […] The post ୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା appeared first on Dharitri Odia News.
ନୂଆଦିଲ୍ଲୀ,୧୮।୩: ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି। ଏକ୍ସଚେଞ୍ଜ ଫାଇଲିଂ ଅନୁଯାୟୀ, ଏକାଗ୍ର ରୋହନ ମୁର୍ତ୍ତୀ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀରେ ୧୫,୦୦,୦୦୦ ଅଂଶଧନ କିମ୍ବା ୦.୦୪ ପ୍ରତିଶତ ଅଂଶ ରହିଛି।
ନାତିଙ୍କୁ ଷେୟାର ଦାନ କରିବା ପରେ ଇନଫୋସିସରେ ନାରାୟଣ ମୁର୍ତ୍ତୀଙ୍କ ଅଂଶଧନ ୦.୪୦ ପ୍ରତିଶତରୁ ୦.୩୬ ପ୍ରତିଶତକୁ ଖସି ଆସିଛି। ସେ ବର୍ତ୍ତମାନ କମ୍ପାନୀର ପ୍ରାୟ ୧.୫୧ କୋଟି ଅଂଶଧନ ଧାରଣ କରିଛନ୍ତି। ଏହି କାରବାର ‘ଅଫ ମାର୍କେଟ’ ଢଙ୍ଗରେ କରାଯାଇଥିଲା। ନଭେମ୍ବରରେ ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ଜେଜେବାପା ହୋଇଥିଲେ। ସେମାନଙ୍କର ପୁଅ ରୋହନ ମୁର୍ତ୍ତୀ ଏବଂ ପତ୍ନୀ ଅପର୍ଣ୍ଣା କ୍ରିଷ୍ଣନ ଏକ ପୁଅକୁ ସ୍ବାଗତ କରିଥିଲେ। ନାରାୟଣ ମୁର୍ତ୍ତୀ ଏବଂ ସୁଧା ମୁର୍ତ୍ତୀ ମଧ୍ୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଅକ୍ଷତା ମୁର୍ତ୍ତୀଙ୍କ ଦୁଇ ଝିଅଙ୍କ ଜେଜେବାପା-ଜେଜେ ମା’ ଅଟନ୍ତି। ନାରାୟଣ ମୁର୍ତ୍ତୀ ୧୯୮୧ରେ ଇନଫୋସିସ ପ୍ରତିଷ୍ଠା କରିଥିଲେ।
The post ୪ ମାସର ନାତିକୁ ୨୪୦ କୋଟିରୁ ଅଧିକ ଟଙ୍କାର ଉପହାର ଦେଲେ ଇନଫୋସିସ ପ୍ରତିଷ୍ଠାତା appeared first on Dharitri Odia News.