ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର,୧୩।୪: ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଭୁବନେଶ୍ୱର ଓୟୁଏଟିର କୁଳପତି ପ୍ରଫେସର (ଡ.) ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ। ସେହିଭଳି ମୁଖ୍ୟବକ୍ତା ଭାବେ ପୂର୍ବତନ ଭାରତୀୟ ପ୍ରଶାସନ ସେବାର ବରିଷ୍ଠ ଅଧିକାରୀ ତଥା ବର୍ତ୍ତମାନର ଓଡ଼ିଶା ବୀମା ଲୋକପାଳ (ଇନ୍‌ସ୍ୟୁରାନ୍ସ […] The post ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ appeared first on Dharitri Odia News.

ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର,୧୩।୪: ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଭୁବନେଶ୍ୱର ଓୟୁଏଟିର କୁଳପତି ପ୍ରଫେସର (ଡ.) ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ। ସେହିଭଳି ମୁଖ୍ୟବକ୍ତା ଭାବେ ପୂର୍ବତନ ଭାରତୀୟ ପ୍ରଶାସନ ସେବାର ବରିଷ୍ଠ ଅଧିକାରୀ ତଥା ବର୍ତ୍ତମାନର ଓଡ଼ିଶା ବୀମା ଲୋକପାଳ (ଇନ୍‌ସ୍ୟୁରାନ୍ସ ଓମ୍ବୁଡସ୍‌ମ୍ୟାନ) ମନୋଜ କୁମାର ପରିଡ଼ା ନିଜର ଓଜସ୍ବିନୀ ଭାଷଣରେ ଉଦ୍‌ବୋଧିତ କରିଥିଲେ ା ଅନ୍ୟତମ ଅତିଥି ଭାବେ ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ବୋର୍ଡ ଅଫ୍‌ ଗଭର୍ନର୍ସ ସଦସ୍ୟ ନିରଞ୍ଜନ ସାହୁଙ୍କ ସମେତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଅଶୋକ ମହାପାତ୍ର ତଥା ସମ୍‌ ହସ୍ପିଟାଲର ମୁଖ୍ୟ ଉପଦେଷ୍ଟା ପ୍ରମୁଖ ଅତିଥିଭାବରେ ଯୋଗଦାନ କରିଥିଲେ ା ଏହି ଅବସରରେ ୨୦୨୨, ୨୦୨୩ ଓ ୨୦୨୪ ଶିକ୍ଷାବର୍ଷ ପିଜିଡିଏମ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୮୦ଜଣ କୃତୀ ଛାତ୍ରୀଛାତ୍ରମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥିଗଣ ଦୀକ୍ଷାନ୍ତ ସମାରୋହର ଉପାଧି ପ୍ରଦାନ କରିବା ସହ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ ା
ସେହିଭଳି ସମାରୋହ ଉତ୍ସବରେ ଓଡିଏମ୍‌ର ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ନିର୍ଦ୍ଦେଶକ ପ୍ରଫେସର ଡ. ଗୋବିନ୍ଦ ଚନ୍ଦ୍ର ଦାଶ, ଡିନ୍‌ ପ୍ରଫେସର ସତ୍ୟବ୍ରତ ଭୂୟାଁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ, ଶିକ୍ଷା ନିର୍ଦ୍ଦେଶକ ଆର୍ତ୍ତତ୍ରାଣ ମିଶ୍ର ଏବଂ ବିଜ୍‌ନେସ୍‌ ସ୍କୁଲର ସମସ୍ତ ଅଧ୍ୟାପକଅଧ୍ୟାପିକା ଓ ଛାତ୍ରୀଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ ା
ପରିଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

The post ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ appeared first on Dharitri Odia News.