ବରଗଡ଼ର ଭାଜପା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ପୂର୍ବତନ ବିଜେଡି ବିଧାୟକ
ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନବନିର୍ବାଚିତ ଭାଜପା ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀଙ୍କ ବିରୋଧରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ (ବିଜେଡ଼ି) ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଛନ୍ତିି । ବିଧାୟକ ଷଡ଼ଙ୍ଗୀ ତାଙ୍କ ନାମାଙ୍କନ ପତ୍ରରେ ଭୁଲ ତଥ୍ୟ ଉଲ୍ଲେଖ କରିଥିବା ଅଭିଯୋଗ କରି ପୂର୍ବତନ ଆଚାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଧାୟକ ଷଡ଼ଙ୍ଗୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ସତ୍ତ୍ବେ ସେ ତାହା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରି ନ ଥିବା ବେଳେ ସଠିକ ସମ୍ପତ୍ତି […] The post ବରଗଡ଼ର ଭାଜପା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ପୂର୍ବତନ ବିଜେଡି ବିଧାୟକ appeared first on Dharitri Odia News.
ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନବନିର୍ବାଚିତ ଭାଜପା ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀଙ୍କ ବିରୋଧରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ (ବିଜେଡ଼ି) ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଛନ୍ତିି । ବିଧାୟକ ଷଡ଼ଙ୍ଗୀ ତାଙ୍କ ନାମାଙ୍କନ ପତ୍ରରେ ଭୁଲ ତଥ୍ୟ ଉଲ୍ଲେଖ କରିଥିବା ଅଭିଯୋଗ କରି ପୂର୍ବତନ ଆଚାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଧାୟକ ଷଡ଼ଙ୍ଗୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ସତ୍ତ୍ବେ ସେ ତାହା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରି ନ ଥିବା ବେଳେ ସଠିକ ସମ୍ପତ୍ତି ତାଲିକା ମଧ୍ୟ ଠିକ୍ ଭାବେ ଦର୍ଶାଇ ନଥିବା ପୂର୍ବତନ ବିଧାୟକ ଆଚାର୍ଯ୍ୟ ଆପତ୍ତି ଉଠାଇଛନ୍ତି । ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଥିବା ଜଣା ପଡ଼ିଛି । ତେବେ ବିଧାୟକ ଷଡ଼ଙ୍ଗୀ ଫୋନ ନ ଉଠାଇବାରୁ ଏ ନେଇ ତାଙ୍କ ମତାମତ ମିଳିପାରି ନାହିଁ।
ପ୍ରକାଶ ଥାଉ କି, ଗତ ସାଧାରଣ ନିର୍ବାଚନରେ ବିଧାୟକ ଷଡ଼ଙ୍ଗୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ତଥା ପୂର୍ବତନ ବିଜେଡି ବିଧାୟକ ଆଚାର୍ଯ୍ୟଙ୍କଠାରୁ ୪୭୭୨ ଭୋଟ ବ୍ୟବଧାନରେ ବିଜୟୀ ହେବା ସହିତ ବିଧାୟକ ନିର୍ବାଚିତ ହୋଇଛନ୍ତି।
The post ବରଗଡ଼ର ଭାଜପା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ପୂର୍ବତନ ବିଜେଡି ବିଧାୟକ appeared first on Dharitri Odia News.