ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ସସ୍‌ପେନ୍ସ; ଶେଷ ସମୟରେ ସର୍‌ପ୍ରାଇଜ୍ ଦେବ କି ବିଜେପି ?

ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଶେଷ ସମୟରେ ସର୍‌ପ୍ରାଇଜ୍ ଦେବ କି ବିଜେପି ? ଏକନାଥ ସିନ୍ଦେ ସିଏମ୍ ରାସ୍ତାରୁ ଓହରିବା ପରେ ଫଡନାବିସଙ୍କ ରାସ୍ତା ସଫା ହୋଇଛି । ହେଲେ ଏବେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏନେଇ ଗୁରୁବାର ଦିଲ୍ଲୀରେ ମହାୟୁତିର ପ୍ରମୁଖ ନେତାଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବିଜେପି ବରିଷ୍ଠ ନେତା ଅମିତ୍ ଶାହଙ୍କ ସହ ଆଲୋଚନା କରିବେ ଦେବେନ୍ଦ୍ର ଫଡନାବିସ୍, ଏକନାଥ ସିନ୍ଦେ, ଅଜିତ୍ ପାଓ୍ବାର । ଆଜି ସଂଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ । ଖୁବ୍ ଶୀଘ୍ର ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପ୍ରାୟତଃ ପକ୍କା ହୋଇଯାଇଛି । ଶିବସେନା ନେତା ଏକନାଥ ସିନ୍ଦେ ନରମ  ଆଭିମୁଖ୍ୟ ପୋଷଣ କରି ଫଡ଼ନବିସଙ୍କ ପାଇଁ ବାଟ ଛାଡ଼ିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ  ମନରେ କୌଣସି ଲାଳସା ନାହିଁ ଏବଂ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଯାହା ନିଷ୍ପତ୍ତି ନେବେ ତାହାକୁ ସେ   ସ୍ୱୀକାର କରିବେ ବୋଲି କହିଛନ୍ତି । ତେବେ ଉପ-ମୁଖ୍ୟମନ୍ତ୍ରୀ ପଦକୁ ସିନ୍ଦେ ସ୍ୱୀକାର କରିବେ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ସିରସାଟ୍‌ କହିଛନ୍ତି । ଗତ ୨୩ ତାରିଖରେ ମହାରାଷ୍ଟ୍ର ବିଧାନସଭା  ନିର୍ବାଚନ ଫଳ ବା

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ସସ୍‌ପେନ୍ସ; ଶେଷ ସମୟରେ ସର୍‌ପ୍ରାଇଜ୍ ଦେବ କି ବିଜେପି ?

ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଶେଷ ସମୟରେ ସର୍‌ପ୍ରାଇଜ୍ ଦେବ କି ବିଜେପି ? ଏକନାଥ ସିନ୍ଦେ ସିଏମ୍ ରାସ୍ତାରୁ ଓହରିବା ପରେ ଫଡନାବିସଙ୍କ ରାସ୍ତା ସଫା ହୋଇଛି । ହେଲେ ଏବେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏନେଇ ଗୁରୁବାର ଦିଲ୍ଲୀରେ ମହାୟୁତିର ପ୍ରମୁଖ ନେତାଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବିଜେପି ବରିଷ୍ଠ ନେତା ଅମିତ୍ ଶାହଙ୍କ ସହ ଆଲୋଚନା କରିବେ ଦେବେନ୍ଦ୍ର ଫଡନାବିସ୍, ଏକନାଥ ସିନ୍ଦେ, ଅଜିତ୍ ପାଓ୍ବାର । ଆଜି ସଂଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ । ଖୁବ୍ ଶୀଘ୍ର ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । 

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପ୍ରାୟତଃ ପକ୍କା ହୋଇଯାଇଛି । ଶିବସେନା ନେତା ଏକନାଥ ସିନ୍ଦେ ନରମ  ଆଭିମୁଖ୍ୟ ପୋଷଣ କରି ଫଡ଼ନବିସଙ୍କ ପାଇଁ ବାଟ ଛାଡ଼ିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ  ମନରେ କୌଣସି ଲାଳସା ନାହିଁ ଏବଂ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଯାହା ନିଷ୍ପତ୍ତି ନେବେ ତାହାକୁ ସେ   ସ୍ୱୀକାର କରିବେ ବୋଲି କହିଛନ୍ତି । ତେବେ ଉପ-ମୁଖ୍ୟମନ୍ତ୍ରୀ ପଦକୁ ସିନ୍ଦେ ସ୍ୱୀକାର କରିବେ ନାହିଁ ବୋଲି ଶିବସେନା ନେତା ସଞ୍ଜୟ ସିରସାଟ୍‌ କହିଛନ୍ତି । ଗତ ୨୩ ତାରିଖରେ ମହାରାଷ୍ଟ୍ର ବିଧାନସଭା  ନିର୍ବାଚନ ଫଳ ବାହାରିଥିଲା । ରେଜଲ୍ଟ ବାହାରିବାର ୪ ଦିନ  ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ଅଡୁଆ ତୁଟୁନି ।

ଉଲ୍ଲେଖଯୋଗ୍ୟ ବିଜେପି  ନେତୃତ୍ୱାଧୀନ ‘ମହାୟୁତି’ ମେଣ୍ଟକୁ ୨୩୩ ଆସନ ମିଳିଛି । ମେଣ୍ଟରେ ଥିବା ୩  ପ୍ରମୁଖ ଦଳ ମଧ୍ୟରୁ ବିଜେପି ସର୍ବାଧିକ ୧୩୨ ଆସନ ପାଇଥିବା ବେଳେ ଶିବସେନା ସିନ୍ଦେ ଗୋଷ୍ଠୀ ୫୭ ଓ  ଏନ୍‌ସିପି ଅଜିତ ଗୋଷ୍ଠୀ ୪୧ଟି ଆସନ ଜିତିଛି ।