ପୋଲ ତଳୁ ମିଳିଲା ମୃତଦେହ, ପାଖରେ ପଡିଛି ପଲ୍‌ସର ବାଇକ୍‌

ଟିଟିଲାଗଡ଼ ୧୭।୦୪ : ନିର୍ମାଣାଧିନ ପୋଲରୁ ମିଳିଲା ମୃତଦେହ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିକଟସ୍ଥ ଜଗୁଆ ଗାଁରୁ ଠାବ ହୋଇଛି ମୃତଦେହ । ଏବେ ଯାଏଁ ମିଳିନାହିଁ ମୃତ ଯୁବକଙ୍କ ପରିଚୟ ।ଖବର ଅନୁଯାୟୀ, ଟିଟିଲାଗଡରୁ ସିନ୍ଧେକେଲାକୁ ସଂଯୋଗ କରୁଥିବା ମୁଖ୍ୟ ରାଜ୍ୟ ରାଜପଥରେ ଏକ ମୃତଦେହ ମିଳିଛି । ଏକ କଳା ରଙ୍ଗର ପଲସର ବାଇକ୍‌ ପୋଲ ତଳେ ଚାପି ହୋଇ ରହିଥିବା ବେଳେ ପାଖରେ ଏକ ମୃତଦେହ ପଡି ରହିଛି । ତେବେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ହେଲେ ଏବେ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ପୋଲିସର ତଦନ୍ତ ପରେ ହିଁ ଏହା ହତ୍ୟା ନା ଅନ୍ୟ କିଛି । ତାହା ଜଣାପଡିବ ।  

ପୋଲ ତଳୁ ମିଳିଲା ମୃତଦେହ, ପାଖରେ ପଡିଛି ପଲ୍‌ସର ବାଇକ୍‌

ଟିଟିଲାଗଡ଼ ୧୭।୦୪ : ନିର୍ମାଣାଧିନ ପୋଲରୁ ମିଳିଲା ମୃତଦେହ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିକଟସ୍ଥ ଜଗୁଆ ଗାଁରୁ ଠାବ ହୋଇଛି ମୃତଦେହ । ଏବେ ଯାଏଁ ମିଳିନାହିଁ ମୃତ ଯୁବକଙ୍କ ପରିଚୟ ।

ଖବର ଅନୁଯାୟୀ, ଟିଟିଲାଗଡରୁ ସିନ୍ଧେକେଲାକୁ ସଂଯୋଗ କରୁଥିବା ମୁଖ୍ୟ ରାଜ୍ୟ ରାଜପଥରେ ଏକ ମୃତଦେହ ମିଳିଛି । ଏକ କଳା ରଙ୍ଗର ପଲସର ବାଇକ୍‌ ପୋଲ ତଳେ ଚାପି ହୋଇ ରହିଥିବା ବେଳେ ପାଖରେ ଏକ ମୃତଦେହ ପଡି ରହିଛି । ତେବେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ହେଲେ ଏବେ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ପୋଲିସର ତଦନ୍ତ ପରେ ହିଁ ଏହା ହତ୍ୟା ନା ଅନ୍ୟ କିଛି । ତାହା ଜଣାପଡିବ ।