ମିଛ କହିଛନ୍ତି ସାଉଦି ମଡେଲ ? ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଉନି ଇସଲାମିକ ଦେଶ, ସାମନାକୁ ଆସିଲା ସତ

ନୂଆଦିଲ୍ଲୀ: କିଛି ଦିନେ ପୂର୍ବେ ଖବର ଆସିଥିଲା ଯେ ସାଉଦି ଆରବର ମଡେଲ ରୁମି ଅଲକାହତାନୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାମିଲ ହେବାକୁ ଯାଉଛନ୍ତି । ତାଙ୍କର ଏହି ଘୋଷଣାର ସପ୍ତାହ ପରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ ଚଳିତ ବର୍ଷ ସାଉଦି ଆରବର ଅଂଶ ଗ୍ରହଣକୁ ନେଇ ବୟାନ ଦେଇଛି । ସଂଗଠନ ସେହି ସମସ୍ତ ରିପୋର୍ଟକୁ ଖଣ୍ଡନ କରିଛି, ଯେଉଁଥିରେ କୁହାଯାଇଥିଲା ଯେ ସାଉଦି ଆରବର ମଡେଲ ରୁମି ଚଳିତ ବର୍ଷ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି । ବୟାନରେ କୁହାଯାଇଛି, 'ସାଉଦି ଆରବ ଏବେ ସୁଦ୍ଧା ସେହି ଦେଶଙ୍କ ମଧ୍ୟରେ ସାମିଲ ନାହିଁ, ଯେଉଁମାନେ ଚଳିତ ବର୍ଷ ଭାଗ ନେବା ପାଇଁ ସ୍ପଷ୍ଟ କରିଛନ୍ତି । ଯେପର୍ଯ୍ୟନ୍ତ ଚୂଡାନ୍ତ ନହୋଇଛି ଏବଂ ଆମ ଅନୁମୋଦନ କମିଟି ଦ୍ୱାରା ଏହାକୁ ସ୍ପଷ୍ଟ ନକରାଯାଇଛି, ସେପର୍ଯ୍ୟନ୍ତ ସାଉଦି ଆରବକୁ ଆମର ପ୍ରତିଷ୍ଠିତ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ସୁଯୋଗ ମିଳିବ ନାହିଁ ।'ପଢନ୍ତୁ: ମୁସଲିମ୍ ଦେଶରେ ପରିବର୍ତ୍ତନର ଲହର, ପ୍ରଥମ ଥର ମିସ୍ ୟୁନିଭର୍ସରେ ଭାଗ ନେବ ସାଉଦି ଆରବସାଉଦି ମଡେଲ ଘୋଷଣା କରିଥିଲେ ଯେ ସେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି ବୟାନରେ ସେ ଦାବି କରିଥିଲେ ଯେ ସେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାଉଦି ଆରବ ସାମ୍ରାଜ୍ୟର ପ୍ରଥମ ପ୍ରତିଯୋଗୀ ହେବେ । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଏହି ପ୍ରତିଯୋଗିତା ୨୦୨୪ ସେପ୍ଟେମ୍ୱରରେ ମେକ୍ସିକୋରେ ଆୟୋଜନ କରାଯିବ ।

ମିଛ କହିଛନ୍ତି ସାଉଦି ମଡେଲ ? ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଉନି ଇସଲାମିକ ଦେଶ, ସାମନାକୁ ଆସିଲା ସତ

ନୂଆଦିଲ୍ଲୀ: କିଛି ଦିନେ ପୂର୍ବେ ଖବର ଆସିଥିଲା ଯେ ସାଉଦି ଆରବର ମଡେଲ ରୁମି ଅଲକାହତାନୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାମିଲ ହେବାକୁ ଯାଉଛନ୍ତି । ତାଙ୍କର ଏହି ଘୋଷଣାର ସପ୍ତାହ ପରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ ଚଳିତ ବର୍ଷ ସାଉଦି ଆରବର ଅଂଶ ଗ୍ରହଣକୁ ନେଇ ବୟାନ ଦେଇଛି । ସଂଗଠନ ସେହି ସମସ୍ତ ରିପୋର୍ଟକୁ ଖଣ୍ଡନ କରିଛି, ଯେଉଁଥିରେ କୁହାଯାଇଥିଲା ଯେ ସାଉଦି ଆରବର ମଡେଲ ରୁମି ଚଳିତ ବର୍ଷ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି । 

ବୟାନରେ କୁହାଯାଇଛି, 'ସାଉଦି ଆରବ ଏବେ ସୁଦ୍ଧା ସେହି ଦେଶଙ୍କ ମଧ୍ୟରେ ସାମିଲ ନାହିଁ, ଯେଉଁମାନେ ଚଳିତ ବର୍ଷ ଭାଗ ନେବା ପାଇଁ ସ୍ପଷ୍ଟ କରିଛନ୍ତି । ଯେପର୍ଯ୍ୟନ୍ତ ଚୂଡାନ୍ତ ନହୋଇଛି ଏବଂ ଆମ ଅନୁମୋଦନ କମିଟି ଦ୍ୱାରା ଏହାକୁ ସ୍ପଷ୍ଟ ନକରାଯାଇଛି, ସେପର୍ଯ୍ୟନ୍ତ ସାଉଦି ଆରବକୁ ଆମର ପ୍ରତିଷ୍ଠିତ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ସୁଯୋଗ ମିଳିବ ନାହିଁ ।'

ପଢନ୍ତୁ: ମୁସଲିମ୍ ଦେଶରେ ପରିବର୍ତ୍ତନର ଲହର, ପ୍ରଥମ ଥର ମିସ୍ ୟୁନିଭର୍ସରେ ଭାଗ ନେବ ସାଉଦି ଆରବ

ସାଉଦି ମଡେଲ ଘୋଷଣା କରିଥିଲେ ଯେ ସେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି ବୟାନରେ ସେ ଦାବି କରିଥିଲେ ଯେ ସେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାଉଦି ଆରବ ସାମ୍ରାଜ୍ୟର ପ୍ରଥମ ପ୍ରତିଯୋଗୀ ହେବେ । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଏହି ପ୍ରତିଯୋଗିତା ୨୦୨୪ ସେପ୍ଟେମ୍ୱରରେ ମେକ୍ସିକୋରେ ଆୟୋଜନ କରାଯିବ ।