ଶାହିଦ ଆଫ୍ରିଦି ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ! ଦାବି ପରେ ପାକିସ୍ତାନରେ ହଇଚଇ

ନୂଆଦିଲ୍ଲୀ ୧୪/୦୫: ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍ । ଖାସ୍ କରି ୟୁଜର୍ସମାନେ ପ୍ରବଳ ଟ୍ରୋଲ କରୁଛନ୍ତି । ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ନେଇଥିବା ପ୍ରତିଶୋଧକୁ ନେଇ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି କ୍ରୋଧିତ । ଏହି କାରଣରୁ ସେ ପ୍ରତିଦିନ ବିଷ ଓଗାଳୁଛନ୍ତି । ଏଥିପାଇଁ ଲୋକେ ଅନୁମାନ ଆରମ୍ଭ କରିଛନ୍ତି ଯେ ସେ ଏବେ ରାଜନୀତିରେ କ୍ୟାରିଅର କରିବେ । କହୁଛନ୍ତି ଯେ ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି ଆଫ୍ରିଦି । କହିବାକୁ ଗଲେ ଆଫ୍ରିଦି ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତୀୟ ସେନାକୁ ଦାୟୀ କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପ୍ରାଣ ହରାଇଥିଲେ । ଏହା ପରେ ଆଫ୍ରିଦି ଲଗାତାର ଭାରତ ବିରୋଧରେ ନିଜର ବୟାନ ଦେଇ ଆସୁଛନ୍ତି । ରବିବାର କରାଚୀରେ ଏକ "ୟୌମ-ଏ-ତାଶକୁର" (କୃତଜ୍ଞତା ଦିବସ) ରାଲିରେ ଭାଷଣ ଦେଇ, ପୂର୍ବତନ କ୍ରିକେଟ ଅଧିନାୟକ ପାକିସ୍ତାନର ସଶସ୍ତ୍ର ସେନାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶଂସା କରିଥିଲେ। ସେ ଆଉ ଏକ ମିଥ୍ୟା ଦାବି କରିଥିଲେ ଯେ ଭାରତୀୟ ସେନାର ଅପରେସନ ସିନ୍ଦୁରରେ ନିରୀହ ପ୍ରାଣ ହରାଇଥିଲେ । ଭାରତ କେବଳ ପାକିସ୍ତାନ ଦ୍ୱାରା ପୋଷଣ କରାଯାଉଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରିଥିଲା।ଆଫ୍ରିଦି କହିଥି

ଶାହିଦ ଆଫ୍ରିଦି ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ! ଦାବି ପରେ ପାକିସ୍ତାନରେ ହଇଚଇ

ନୂଆଦିଲ୍ଲୀ ୧୪/୦୫: ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍ । ଖାସ୍ କରି ୟୁଜର୍ସମାନେ ପ୍ରବଳ ଟ୍ରୋଲ କରୁଛନ୍ତି । ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ନେଇଥିବା ପ୍ରତିଶୋଧକୁ ନେଇ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି କ୍ରୋଧିତ । ଏହି କାରଣରୁ ସେ ପ୍ରତିଦିନ ବିଷ ଓଗାଳୁଛନ୍ତି । 

ଏଥିପାଇଁ ଲୋକେ ଅନୁମାନ ଆରମ୍ଭ କରିଛନ୍ତି ଯେ ସେ ଏବେ ରାଜନୀତିରେ କ୍ୟାରିଅର କରିବେ । କହୁଛନ୍ତି ଯେ ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି ଆଫ୍ରିଦି । କହିବାକୁ ଗଲେ ଆଫ୍ରିଦି ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତୀୟ ସେନାକୁ ଦାୟୀ କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପ୍ରାଣ ହରାଇଥିଲେ । ଏହା ପରେ ଆଫ୍ରିଦି ଲଗାତାର ଭାରତ ବିରୋଧରେ ନିଜର ବୟାନ ଦେଇ ଆସୁଛନ୍ତି । 

ରବିବାର କରାଚୀରେ ଏକ "ୟୌମ-ଏ-ତାଶକୁର" (କୃତଜ୍ଞତା ଦିବସ) ରାଲିରେ ଭାଷଣ ଦେଇ, ପୂର୍ବତନ କ୍ରିକେଟ ଅଧିନାୟକ ପାକିସ୍ତାନର ସଶସ୍ତ୍ର ସେନାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶଂସା କରିଥିଲେ। ସେ ଆଉ ଏକ ମିଥ୍ୟା ଦାବି କରିଥିଲେ ଯେ ଭାରତୀୟ ସେନାର ଅପରେସନ ସିନ୍ଦୁରରେ ନିରୀହ ପ୍ରାଣ ହରାଇଥିଲେ । ଭାରତ କେବଳ ପାକିସ୍ତାନ ଦ୍ୱାରା ପୋଷଣ କରାଯାଉଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରିଥିଲା।

ଆଫ୍ରିଦି କହିଥିଲେ, ଆମେ ସମସ୍ତେ ଶାନ୍ତି ପାଇଁ ଏକାଠି ହୋଇଛୁ। ଆମ ଦେଶ ଆମକୁ ଶାନ୍ତି ଶିଖାଏ। ଯେଉଁମାନେ ପ୍ରମାଣ ବିନା ଆମ ଉପରେ ଅଭିଯୋଗ ଆଣନ୍ତି, ସେମାନେ ମନେ ରଖିବା ଉଚିତ ଯେ ଆମେ ଦୀର୍ଘ ସମୟ ଧରି ଆତଙ୍କବାଦର ଶିକାର ହୋଇଛୁ। ଆମେ ଆମର ୮୦,୯୦, କିମ୍ବା ତା ଠୁ ଅଧିକ ଲୋକଙ୍କୁ ହରାଇଛୁ। କୌଣସି ତଦନ୍ତ ବିନା ଆପଣ କେମିତି ୧୦ ମିନିଟ୍ ମଧ୍ୟରେ ପାକିସ୍ତାନକୁ ଦୋଷାରୋପ କରିପାରିବେ?

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେବାର କିଛି ଦିନ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ମେ ୭ ତାରିଖରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ହେଉଛି ନିୟନ୍ତ୍ରଣ ରେଖା ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣର ଏକ ସିରିଜ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ମିଶନରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।