ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା

ଭୋଗରାଇ,୨ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଡ ଆଉସା ଗ୍ରାମର ଧରଣୀଧର ପାତ୍ର (୫୦) ନାମକ ରିକ୍ସା ଚାଳକ ଋଣ ଭାର ସହି ନ ପାରି ଆତ୍ମହତ୍ୟା ଭଳି ଚରମ ପନ୍ଥା ଅବଲମ୍ବନ କରିଛନ୍ତି। ସେ ରିକ୍ସା ଚଳାଇ ଯେତିକି ରୋଜଗାର କରୁଥିଲେ ସେଥିରେ ସ୍ତ୍ରୀ ଓ ୨ ଝିଅର ଭରଣପୋଷଣ କରୁଥିଲେ। ପରେ ସେ ସମବାୟ ସମିତି ଓ ବିଭିନ୍ନ ଲୋକଙ୍କଠାରୁ ଋଣ ନେଇ ବଡ ଝିଅକୁ ବିବାହ ଦେଇଥିଲେ। ତେବେ କରଜ ଶୁଝି […] The post ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା appeared first on Dharitri Odia News.

ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା

ଭୋଗରାଇ,୨ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଡ ଆଉସା ଗ୍ରାମର ଧରଣୀଧର ପାତ୍ର (୫୦) ନାମକ ରିକ୍ସା ଚାଳକ ଋଣ ଭାର ସହି ନ ପାରି ଆତ୍ମହତ୍ୟା ଭଳି ଚରମ ପନ୍ଥା ଅବଲମ୍ବନ କରିଛନ୍ତି। ସେ ରିକ୍ସା ଚଳାଇ ଯେତିକି ରୋଜଗାର କରୁଥିଲେ ସେଥିରେ ସ୍ତ୍ରୀ ଓ ୨ ଝିଅର ଭରଣପୋଷଣ କରୁଥିଲେ। ପରେ ସେ ସମବାୟ ସମିତି ଓ ବିଭିନ୍ନ ଲୋକଙ୍କଠାରୁ ଋଣ ନେଇ ବଡ ଝିଅକୁ ବିବାହ ଦେଇଥିଲେ। ତେବେ କରଜ ଶୁଝି ନ ପାରି ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ଗ୍ରାମବାସୀ କହିଛନ୍ତି। ସାନଝିଅ, ସ୍ତ୍ରୀ ଏବଂ ସେ ନିଜେ ୩ ଓଳି ପେଟପୁରା ଖାଇବା ଓ ପିନ୍ଧିବା ନିମନ୍ତେ ଖଣ୍ଡେ ଭଲ ବସ୍ତ୍ର ଅର୍ଥ ଯୋଗାଡ଼ କରି ପାରୁ ନ ଥିବାରୁ ଧରଣୀଧର ସବୁବେଳେ ଚିନ୍ତାରେ ରହୁଥିଲେ। ପରିବାର ଅଭାବ ଯୋଗୁ ପେଟ ପୋଷିବା ନିମନ୍ତେ ସ୍ତ୍ରୀ ୪ ମାସ ହେଲା ହାଇଦ୍ରାବାଦକୁ ଚାଲିଯିବା ପରେ ଧରଣୀଧର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଗୁରୁବାର ସକାଳେ ସାନଝିଅ ବାପାଙ୍କୁ ଝୁଲନ୍ତା ଅବସ୍ଥାରେ ଘରେ ଦେଖି ପଡୋଶୀଙ୍କୁ ଡାକିବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ସ୍ତ୍ରୀ ଚାଲିଯିବା ପରଠୁ ମାନସିକ ଭାରସାମ୍ୟ ହରାଇ ଏଭଳି ପନ୍ଥା ଆପଣାଇ ନେଲେ ବୋଲି ପସରବିନ୍ଧା ସରପଞ୍ଚ ସୁମନ୍ତ ବେହେରା କହିଛନ୍ତି। ଭୋଗରାଇ ଥାନା ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା(ନଂ.୩୩/୨୪) ରୁଜୁ କରି ପ୍ରାଥମିକ ତଦନ୍ତ ଜାରି ରଖିଥିବା ବେଳେ ଜଳେଶ୍ୱରପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ରିକ୍ସା ଚାଳକଙ୍କ ସ୍ତ୍ରୀ ଘରେ ପହଞ୍ଚିଥିବା ବେଳେ ଶୁଦ୍ଧିକ୍ରିୟା ନିମନ୍ତେ ଅର୍ଥ ଅଭାବ ଯୋଗୁ ସେ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି।

The post ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା appeared first on Dharitri Odia News.