କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…
ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିଜେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ନିକଟରେ ବିଜେଡିରେ ଯୋଗ ଦେଇଥିବା ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଯାଜପୁର ଜିଲା ବଡ଼ଚଣା ଆସନରୁ ଟିକେଟ ପାଇଛନ୍ତି। ବର୍ଷାଙ୍କ ବ୍ୟତିତ ରଘୁନାଥ ସାହୁଙ୍କୁ ଚିଲିକା ଟିକେଟ ମିଳିଛି। ସେହିଭଳି ଅଭିମନ୍ୟୁ ସେଠୀଙ୍କୁ ଆନନ୍ଦପୁରରୁ […] The post କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ… appeared first on Dharitri Odia News.
ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିଜେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ନିକଟରେ ବିଜେଡିରେ ଯୋଗ ଦେଇଥିବା ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଯାଜପୁର ଜିଲା ବଡ଼ଚଣା ଆସନରୁ ଟିକେଟ ପାଇଛନ୍ତି।
ବର୍ଷାଙ୍କ ବ୍ୟତିତ ରଘୁନାଥ ସାହୁଙ୍କୁ ଚିଲିକା ଟିକେଟ ମିଳିଛି। ସେହିଭଳି ଅଭିମନ୍ୟୁ ସେଠୀଙ୍କୁ ଆନନ୍ଦପୁରରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରାଙ୍କ ଉପରେ ଦଳ ଆଶା ପ୍ରକାଶ କରିଥିବା ବେଳେ ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରାଯାଇଛି। ସେହିଭଳି ସାରସକଣାରୁ ଦେବାଶିଷ ମାରାଣ୍ଡି,ରେମୁଣାରୁ ବିଦ୍ୟାସ୍ମତତର ମହାଳିକ, ସିମୁଳିଆରୁ ସୁଭାଷିନୀ ସାହୁ ଏବଂ କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ ଟିକେଟ ପାଇଛନ୍ତି।
ପ୍ରକାଶ ଯେ, ବଡ଼ଚଣା ଆସନ ଲାଗି ବରିଷ୍ଠ ନେତା ଅମରପ୍ରସାଦ ଶତପଥୀ ଟିକେଟ ଆଶାୟୀ ଥିଲେ। ହେଲେ ତାଙ୍କ ଟିକେଟ କାଟି ବିଜେଡି ଅଭିନେତ୍ରୀ ବର୍ଷାଙ୍କୁ ପ୍ରାର୍ଥୀ କରିଛି।
The post କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ… appeared first on Dharitri Odia News.