ଲଗ୍‌ଜୁରୀ ଓ୍ୱାଚ୍‌

ଘଣ୍ଟା ପିନ୍ଧିବା ସମସ୍ତଙ୍କର ସଉକ ହୋଇଥାଏ, ତେଣୁ ସବୁବେଳେ ସମସ୍ତଙ୍କ ଭିତରେ ଘଣ୍ଟା ସମ୍ପର୍କରେ ତଥ୍ୟ ଜାଣିବାକୁ ଆଗ୍ରହ ରହିଥାଏ । ଆସନ୍ତୁ ଜାଣିବା ଭାରତର ୧୦ ଟି ଏଭଳି ଲଗ୍‌ଜୁରୀ ଘଣ୍ଟା ସମ୍ପର୍କରେ ଯାହା ସବୁଠାରୁ ଅଧିକ ବିକ୍ରି ହୋଇଥାଏ । ରୋଲେକ୍ସ ୧୯୦୫ରେ ଲଣ୍ଡନ୍‌ରେ ପ୍ରତିଷ୍ଠା ହୋଇଥିଲା ରୋଲେକ୍ସ ଓ୍ୱାଚ୍‌ ବ୍ରାଣ୍ଡ୍‌ । ହେଲେ ୧୯୦୮ରେ ଏହାର ଅଫିସ୍‌ ସୁଇଜରଲାଣ୍ଡ୍‌ରେ ତିଆରି କରାଯାଇଥିଲା । ଏହି ବ୍ରାଣ୍ଡ୍‌ର ଘଣ୍ଟା ସବୁସ୍ଥାନରେ ଲଗ୍‌ଜୁରୀ ଘଣ୍ଟା ଭିତରେ […]

ଲଗ୍‌ଜୁରୀ ଓ୍ୱାଚ୍‌

ଘଣ୍ଟା ପିନ୍ଧିବା ସମସ୍ତଙ୍କର ସଉକ ହୋଇଥାଏ, ତେଣୁ ସବୁବେଳେ ସମସ୍ତଙ୍କ ଭିତରେ ଘଣ୍ଟା ସମ୍ପର୍କରେ ତଥ୍ୟ ଜାଣିବାକୁ ଆଗ୍ରହ ରହିଥାଏ । ଆସନ୍ତୁ ଜାଣିବା ଭାରତର ୧୦ ଟି ଏଭଳି ଲଗ୍‌ଜୁରୀ ଘଣ୍ଟା ସମ୍ପର୍କରେ ଯାହା ସବୁଠାରୁ ଅଧିକ ବିକ୍ରି ହୋଇଥାଏ ।
ରୋଲେକ୍ସ
୧୯୦୫ରେ ଲଣ୍ଡନ୍‌ରେ ପ୍ରତିଷ୍ଠା ହୋଇଥିଲା ରୋଲେକ୍ସ ଓ୍ୱାଚ୍‌ ବ୍ରାଣ୍ଡ୍‌ । ହେଲେ ୧୯୦୮ରେ ଏହାର ଅଫିସ୍‌ ସୁଇଜରଲାଣ୍ଡ୍‌ରେ ତିଆରି କରାଯାଇଥିଲା । ଏହି ବ୍ରାଣ୍ଡ୍‌ର ଘଣ୍ଟା ସବୁସ୍ଥାନରେ ଲଗ୍‌ଜୁରୀ ଘଣ୍ଟା ଭିତରେ ଅଧିକ ବିକ୍ରିର ତଥ୍ୟା ରହିଛି । ଭାରତରେ ମଧ୍ୟ ଏହି ବ୍ରାଣ୍ଡ୍‌ ସବୁଠାରୁ ଆଗରେ ରହିଛି । ଏହି ବ୍ରାଣ୍ଡ୍‌ର ରୋଲେକ୍ସ ସବ୍‌ମରିନର୍‌ ଘଣ୍ଟା ସବୁଠାରୁ ଅଧିକ ବିକ୍ରି ହୋଇଥାଏ । ଯାହାର ଦାମ ହେଉଛି ୧୦ ରୁ ୧୫ ଲକ୍ଷ । ଏହାକୁ ଡାଇଭ୍‌ ଓ୍ୱାଚ୍‌ର ଆଖ୍ୟା ମଧ୍ୟ ଦିଆଯାଇଥାଏ । ଏହା ନିଜର ସ୍ୱତନ୍ତ୍ର ଡିଜାଇନ୍‌ ଓ ସ୍ଥାୟୀତ୍ୱ ପାଇଁ ପରିଚିତ ।
ଓମେଗା
ଲଗ୍‌ଜୁରୀ ଓ୍ୱାଚ୍‌ ବ୍ରାଣ୍ଡ୍‌ ଭିତରେ ଓମେଗାର ନାଁ ସବୁବେଳେ ଆଗରେ ଥାଏ । ୧୮୪୮ରେ ଏହି କମ୍ପାନୀକୁ ସୁଇଜରଲାଣ୍ଡ୍‌ରେ ପ୍ରତିଷ୍ଠା କରାଯାଇଥିଲା । ଭାରତରେ ଏହି କମ୍ପାନୀର ସିମାଷ୍ଟର ମଡେଲ୍‌ ଖୁବ ଅଧିକ ଲୋକପ୍ରିୟ ଓ ଅଧିକ ବିକ୍ରି ମଧ୍ୟ ହୋଇଥାଏ । ଏହି ମଡେଲର ଦାମ ୪ରୁ ୧୨ ଲକ୍ଷ ଭିତରେ ରହିଥାଏ । ଏହି ଘଣ୍ଟାଟି ବିଶେଷଭାବେ ଅଫିସ୍‌ ଗୋଇଁ ଲୋକଙ୍କ ଭିତରେ ଖୁବ ପରିଚିତ । କିଛି ପ୍ରଫେସନାଲ କାମ ହେଲେ ଆଗ ଏହି ଘଣ୍ଟାକୁ ଖୋଜା ଯାଇଥାଏ । ଏହା ନିଜର ସ୍ୱତନ୍ତ୍ର ଡିଜାଇନ୍‌ ପାଇଁ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ ।
ଅର୍ଡେମାସ ପିଗୁଏଟ୍‌ ରୟାଲ
ଲଗ୍‌ଜୁରୀ ଓ୍ୱାଚ୍‌ର ଇତିହାସରେ ଏହି ଘଣ୍ଟାଟି ହେଉଛି ସବୁଠାରୁ ଆକନିକ୍‌ ଘଣ୍ଟା । ଏହି କମ୍ପାନୀ ମଡର୍ଣ୍ଣ ଲଗ୍‌ଜୁରୀ ଓ୍ୱାଚ୍‌ର ପରିଭାଷାକୁ ବଦଳାଇଛି । ଏହାକୁ ୧୮୭୫ମସିହାରେ ସୁଜରଲାଣ୍ଡରେ ପ୍ରତିଷ୍ଠା କରାଯାଇଥିଲା । ଏହାର ସବୁ ମଡେଲ୍‌ ନିଜର ସ୍ୱତନ୍ତ୍ର ଡିଜାଇନ୍‌ ପାଇଁ ଖୁବ ଲୋକପ୍ରିୟ । ଏହାର ରୟାଲ ଓକ୍‌ ମଡେଲ ଭାରତରେ ବିକ୍ରି ହେଉଥିବା ଲଗ୍‌ଜୁରୀ ଓ୍ୱାଚ୍‌ ତାଲିକାରେ ସାମିଲ ରହିଛି । ଏହାର ଦାମ ୨୦ ରୁ ୪୦ ଲକ୍ଷ । ଏହା ଏଭଳି ଏକ ପିସ୍‌ ଯେଉଁଥିରେ ଇନେଭେସନ ସହିତ ଟ୍ରାଡିସନ ମିଶି ରହିଛି ।

ପାଟେକ୍‌ ଫିଲିପ୍‌
ପାଟେକ୍‌ ଫିଲିପ୍‌ ଘଣ୍ଟା ମାର୍କେଟ୍‌ର ଏକ ନାମକରା ବ୍ରାଣ୍ଡ୍‌ ଯାହା ଅନେକ ଲୋକଙ୍କର ତାଲିକାରେ ସବୁଠାରୁ ଆଗରେ ରହିଥାଏ । ଏହା ୧୮୩୯ରେ ସୁଇଜରଲାଣ୍ଡରେ ପ୍ରତିଷ୍ଠା କରାଯାଇଥିଲା । ଏହାର ନଟିଲସ୍‌ ବ୍ରାଣ୍ଡ୍‌ ଭାରତରେ ଖୁବ ଲୋକପ୍ରିୟ । ଲଗ୍‌ଜୁରୀ ଓ୍ୱାଚ୍‌କୁ ଭଲ ପାଉଥିବା ଲୋକଙ୍କ ପାଖରେ ଏହି କଲେକସନ ଯେମିତି ହେଲେ ରହିଥାଏ । ଏହାର ଦାମ ୫୦ ରୁ ୬୦ ଲକ୍ଷ ଭିତରେ ରହିଥାଏ । ଏହାରୟୁନିକ୍‌ ଡିଜାଇନ୍‌ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥାଏ । ଏହାର ଏଲିଗାଣ୍ଟ ଡିଜାଇନ୍‌ ସବୁ ବର୍ଗର ଲୋକଙ୍କୁ ପସନ୍ଦ ଆସିଥାଏ ।
କାର୍ଟିୟର
କାର୍ଟିୟର ଓ୍ୱାଚ୍‌ ଲଗ୍‌ଜୁରୀ ଓ୍ୱାଚ୍‌ ବ୍ରାଣ୍ଡ ଭିତରେ ଖୁବ ସୁନ୍ଦର । ଏହାର ଘଣ୍ଟାକୁ ଲୋକ ଗହଣା ସହିତ ତୁଳନା କରିଥାଆନ୍ତି । ଏହି ବ୍ରାଣ୍ଡ୍‌ର ସାଣ୍ଟୋସ୍‌ – ଡୁମୋଣ୍ଟ ମଡେଲଟି ଖୁବ ପପୁଲାର । ଏହି ମଡେଲ୍‌ର ଦାମ ୪ ରୁ ୮ଲକ୍ଷ ଟଙ୍କା ରହିଥାଏ । ଏହାର ସ୍କୋୟାର କେସ୍‌ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥାଏ । କିଛି ଲୋକଙ୍କୁ ଏହା ଭିଣ୍ଟେଜ ଫିଲିଂ ଦେଇଥାଏ ।