ରାଜନୀତିରେ ଅଜବ ଦୃଶ୍ୟ, ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ନେତା
ପାଟନା,୧୩।୫: ଟିକେଟ୍ କଟିବାର ଦୁଖ ନେତାଙ୍କ ଠାରୁ ଅଧିକ ଅବା କିଏ ବୁଝି ପାରିବ। ଟିକେଟ୍ କଟିଲେ ନେତାଏ ପାର୍ଟି ଛାଡି ଦିଅନ୍ତି ତ କେହି ନିଜ ଦଳୀୟ ସମର୍ଥକଙ୍କୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ କରି ଦିଅନ୍ତି। କିନ୍ତୁ ଟିକେଟ୍ କଟିବାରୁ କେଉଁ ନେତାଙ୍କୁ ମଞ୍ଚ ଉପରେ କାନ୍ଦିବାର ଦେଖିଛନ୍ତି କି? ନେତା ଜଣକ ମଞ୍ଚ ଉପରେ ଜନ ସମାବେଶଙ୍କୁ ସମ୍ବୋଧିତ କରିବା ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ହଠାତ୍ ଏପରି ଦୃଶ୍ୟ ସଭାକୁ […] The post ରାଜନୀତିରେ ଅଜବ ଦୃଶ୍ୟ, ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ନେତା appeared first on Dharitri Odia News.
ପାଟନା,୧୩।୫: ଟିକେଟ୍ କଟିବାର ଦୁଖ ନେତାଙ୍କ ଠାରୁ ଅଧିକ ଅବା କିଏ ବୁଝି ପାରିବ। ଟିକେଟ୍ କଟିଲେ ନେତାଏ ପାର୍ଟି ଛାଡି ଦିଅନ୍ତି ତ କେହି ନିଜ ଦଳୀୟ ସମର୍ଥକଙ୍କୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ କରି ଦିଅନ୍ତି। କିନ୍ତୁ ଟିକେଟ୍ କଟିବାରୁ କେଉଁ ନେତାଙ୍କୁ ମଞ୍ଚ ଉପରେ କାନ୍ଦିବାର ଦେଖିଛନ୍ତି କି? ନେତା ଜଣକ ମଞ୍ଚ ଉପରେ ଜନ ସମାବେଶଙ୍କୁ ସମ୍ବୋଧିତ କରିବା ସମୟରେ ଭୋ ଭୋ ହୋଇ କାନ୍ଦିଛନ୍ତି। ହଠାତ୍ ଏପରି ଦୃଶ୍ୟ ସଭାକୁ ଆର୍ଶ୍ଚଯ୍ୟ ପରିସ୍ଥିତିରେ ପକାଇ ଦେଇଥିଲା। କାନ୍ଦି କାନ୍ଦି ନେତା ଜଣକ ଟିକେଟ୍ ନ ଦେବାରୁ ଦଳର ହାଇକମାଣ୍ଡଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ନେତାଙ୍କୁ ତାଙ୍କ ସମର୍ଥକମାନେ ସମ୍ଭାଳି ନେଇଥିଲେ।
अररिया लोकसभा सीट से टिकट कटने पर भावुक हुए पूर्व राजद सांसद सरफराज आलम #ArariaLokSabha #Araria #ArariaNews #BiharPolitics pic.twitter.com/GsRz0OgfAw
— Md Shamim Akhtar (@mdshamimakhtar_) April 12, 2024
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବିହାରରେ। ପୂର୍ବତନ ଆରଜେଡି ଏମପି ସରଫରାଜ ଆଲମ ଟିକେଟ୍ କଟି ଥିବାରୁ ମଞ୍ଚ ଉପରେ କାନ୍ଦି ପକାଇଛନ୍ତି। ମଞ୍ଚ ଉପରେ ସେ ନିଜ ସମର୍ଥକ ଓ ଜନତାଙ୍କୁ ସମ୍ବୋଧିତ କରିବା ସଭୟରେ ଭାବୁକ ହୋଇ ପଡିଥିଲେ। ତେବେ ତାଙ୍କୁ ତାଙ୍କ ସମର୍ଥକମାନେ ସମ୍ଭାଳିଥିଲେ। ମଞ୍ଚରେ ସେ ନିଜ ବାପା ତଥା ପୂର୍ବତନ କେନ୍ଦ୍ରୀୟ ଗୃହରାଜ୍ୟ ମନ୍ତ୍ରୀ ତସଲିମୁଦ୍ଦିନଙ୍କୁ ମନେପକାଇଥିଲେ। ଏହି ଭିତରେ ସେ ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ତେଜସ୍ବୀ ଯାଦବଙ୍କ ଉପରେ ଅସନ୍ତୋଷ ଝାଡିଥିଲେ। କହିରଖୁଛୁ କି, ଆରଜେଡି ସରଫରାଜଙ୍କ ସାନ ଭାଇ ଶାହନବାଜ ଆଲମଙ୍କୁ ଟିକେଟ୍ ଦେଇଛି। ଯାହାଯୋଗୁ ସରଫରାଜ ବିରକ୍ତି ପ୍ରକାଶ କରିଥିଲେ।
The post ରାଜନୀତିରେ ଅଜବ ଦୃଶ୍ୟ, ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଲେ ନେତା appeared first on Dharitri Odia News.