ଏସ୍ବିଆଇକୁ ପୁଣି ‘ସୁପ୍ରିମ’ ଝଟ୍କା: ବଣ୍ଡ ନମ୍ବର ସହ ସବୁକିଛି ଏସ୍ବିଆଇକୁ ଦେବାକୁ ପଡିବ
ନୂଆଦିଲ୍ଲୀ,୧୮ା୩:ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନ ଥିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ନିର୍ବାଚନ ବଣ୍ଡ ସମ୍ପର୍କରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଚାହୁଁଥିବା ସୂଚନା ଦେବାରେ ଏସବିଆଇ ସକ୍ଷମ ହୋଇ ନାହିଁ। ଆମେ ଯାହା ପଚାରିଛୁ ତାହା ପ୍ରଦାନ କରିବାକୁ ଏସବିଆଇ ବାଧ୍ୟ। ପ୍ରତ୍ୟେକ ସୂଚନା ବିସ୍ତୃତ ଭାବରେ ଦେବାକୁ ପଡିବ। […] The post ଏସ୍ବିଆଇକୁ ପୁଣି ‘ସୁପ୍ରିମ’ ଝଟ୍କା: ବଣ୍ଡ ନମ୍ବର ସହ ସବୁକିଛି ଏସ୍ବିଆଇକୁ ଦେବାକୁ ପଡିବ appeared first on Dharitri Odia News.
ନୂଆଦିଲ୍ଲୀ,୧୮ା୩:ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନ ଥିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ନିର୍ବାଚନ ବଣ୍ଡ ସମ୍ପର୍କରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଚାହୁଁଥିବା ସୂଚନା ଦେବାରେ ଏସବିଆଇ ସକ୍ଷମ ହୋଇ ନାହିଁ। ଆମେ ଯାହା ପଚାରିଛୁ ତାହା ପ୍ରଦାନ କରିବାକୁ ଏସବିଆଇ ବାଧ୍ୟ। ପ୍ରତ୍ୟେକ ସୂଚନା ବିସ୍ତୃତ ଭାବରେ ଦେବାକୁ ପଡିବ।
କୋର୍ଟ ଆହୁରି କହିଛନ୍ତି,ଏସବିଆଇକୁ ବଣ୍ଡ ନମ୍ବର ଦେବାକୁ ପଡ଼ିବ। ଏହା ବ୍ୟତୀତ ବଣ୍ଡ ସହ ଜଡିତ ପ୍ରତ୍ୟେକ ସୂଚନା ମଧ୍ୟ କୋର୍ଟକୁ ଦେବାକୁ ପଡିବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏସବିଆଇ କୌଣସି ସୂଚନା ଲୁଚାଇ ନାହିଁ ବୋଲି ଏକ ଆଫିଡେଭିଟ ଦେବା ଉଚିତ୍। ଏହା ଉପରେ ଏସବିଆଇ କହିଛି ଯେ, ଆମେ ଭୋଟର ବଣ୍ଡ ନମ୍ବର ଦେବୁ।
ଏସ୍ବିଆଇ ଗତ ୫ ବର୍ଷରେ ଜାରି ବଣ୍ଡ୍ ଉପରେ ପୂରା ବିବରଣୀ ଦାଖଲ କରିବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇଥିବା କମ୍ପାନୀଗୁଡ଼ିକ ସମ୍ପର୍କରେ ଇଂଲିଶ୍ ଅକ୍ଷର କ୍ରମାନ୍ବୟ ଓ ସଂଖ୍ୟା ଅନୁଯାୟୀ ବଣ୍ଡ୍ ନମ୍ବର ପ୍ରଘଟ କରିବାକୁ ନିର୍ଦ୍ଦେଶ ରହିଛି।
ଇଂଲିଶ୍ ଅକ୍ଷର କ୍ରମାନ୍ବୟ ଓ ସଂଖ୍ୟା ଅନୁଯାୟୀ ବଣ୍ଡ୍ ନମ୍ବରଗୁଡ଼ିକ ସାମ୍ନାକୁ ଆସିଲେ ବଣ୍ଡ୍ କ୍ରେତାମାନେ କେଉଁ ଦଳକୁ କେତେ ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି ତାହା ସ୍ପଷ୍ଟ ହୋଇଯିବ। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସ୍ବିଆଇ ଦାଖଲ କରିନାହିଁ, ଯାହାକି ପ୍ରଘଟ ହେବା ଜରୁରୀ ବୋଲି ସିଜେଆଇ କହିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୧୧ ରାୟର ମୁଖ୍ୟାଂଶରେ ପରିବର୍ତ୍ତନ ପାଇଁ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ଏସ୍ବିଆଇ ଦାଖଲ କରିଥିବା ତଥ୍ୟ ଜଉମୁଦ ଲଫାଫାରେ ଥିଲା। ଇସି ନିଜ ପାଖରେ ଏହାର କପି ରଖି ନ ଥିବା ଉକ୍ତ ପିଟିଶନରେ ଦର୍ଶାଇଥିଲେ। ଏହାର ଶୁଣାଣି ବେଳେ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଦେଇଛନ୍ତି।
The post ଏସ୍ବିଆଇକୁ ପୁଣି ‘ସୁପ୍ରିମ’ ଝଟ୍କା: ବଣ୍ଡ ନମ୍ବର ସହ ସବୁକିଛି ଏସ୍ବିଆଇକୁ ଦେବାକୁ ପଡିବ appeared first on Dharitri Odia News.