ଟ୍ରମ୍ପ୍ ଫେରିଲେ ଭୟଙ୍କର ପରିଣାମ
ଓ୍ବାଶିଂଟନ୍,୨୪ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନଭେମ୍ବର ୫ ନିର୍ବାଚନରେ ପୁଣି ବିଜୟୀ ହୋଇ ହ୍ବାଇଟ୍ ହାଉସ୍କୁ ଫେରିଲେ ଦେଶବାସୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଉପରାଷ୍ଟ୍ରପତି କମଲା ହାରିସ୍ ଚେତାଇ ଦେଇଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହାରିସ୍ ପ୍ରେସିଡେନ୍ସିଆଲ ଆକ୍ସେପ୍ଟେନ୍ସ ସ୍ପିଚ୍ରେ ନିଜକୁ ଜଣେ ଏଭଳି ନେତ୍ରୀ ଭାବେ ଉପସ୍ଥାପିତ କରିଛନ୍ତି, ଯିଏକି ସମସ୍ତ ଆମେରିକୀୟଙ୍କୁ ସାଙ୍ଗରେ ନେଇ ଏକ ନୂତନ ମାର୍ଗରେ ଦେଶକୁ ଆଗେଇ ନେବେ। କିନ୍ତୁ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ […] The post ଟ୍ରମ୍ପ୍ ଫେରିଲେ ଭୟଙ୍କର ପରିଣାମ appeared first on Dharitri Odia News.
ଓ୍ବାଶିଂଟନ୍,୨୪ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନଭେମ୍ବର ୫ ନିର୍ବାଚନରେ ପୁଣି ବିଜୟୀ ହୋଇ ହ୍ବାଇଟ୍ ହାଉସ୍କୁ ଫେରିଲେ ଦେଶବାସୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଉପରାଷ୍ଟ୍ରପତି କମଲା ହାରିସ୍ ଚେତାଇ ଦେଇଛନ୍ତି।
ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହାରିସ୍ ପ୍ରେସିଡେନ୍ସିଆଲ ଆକ୍ସେପ୍ଟେନ୍ସ ସ୍ପିଚ୍ରେ ନିଜକୁ ଜଣେ ଏଭଳି ନେତ୍ରୀ ଭାବେ ଉପସ୍ଥାପିତ କରିଛନ୍ତି, ଯିଏକି ସମସ୍ତ ଆମେରିକୀୟଙ୍କୁ ସାଙ୍ଗରେ ନେଇ ଏକ ନୂତନ ମାର୍ଗରେ ଦେଶକୁ ଆଗେଇ ନେବେ। କିନ୍ତୁ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନ ଜିତିଲେ ଆମେରିକୀୟମାନେ ‘ଅତ୍ୟନ୍ତ ଗମ୍ଭୀର’ ପରିଣାମ ଭୋଗିବେ ବୋଲି ସେ ସତର୍କ କରାଇଛନ୍ତି। ଭାରତୀୟ-ଆଫ୍ରିକୀୟ ବଂଶୋଦ୍ଭବ ହାରିସ୍ ଶିକାଗୋରେ ଗୁରୁବାର ରାତିରେ ଆୟୋଜିତ ଡେମୋକ୍ରାଟିକ୍ ନ୍ୟାଶନାଲ କନ୍ଭେନ୍ସନରେ ଦଳୀୟ ନାମାଙ୍କନ ଗ୍ରହଣ କରିଛନ୍ତି। ପୂର୍ବତନ ଫାଷ୍ଟ ଲେଡି ହିଲାରି କ୍ଲିଣ୍ଟନ୍ଙ୍କ ପରେ ହାରିସ୍ ହେଉଛନ୍ତି ଡେମୋକ୍ରାଟିକ୍ ନାମାଙ୍କନ ଗ୍ରହଣ କରିବାରେ ଦ୍ୱିତୀୟ ମହିଳା। ଏହି ଅବସରରେ ୫୯ ବର୍ଷୀୟା ହାରିସ୍ ମଞ୍ଚାସୀନ ହେବାବେଳକୁ ଷ୍ଟାଣ୍ଡିଂ ଓଭେଶନ୍ ଜରିଆରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ହାରିସ୍ଙ୍କ ୪୦ ମିନିଟର ଭାଷଣ ବେଳେ ସମର୍ଥକମାନେ ବାରମ୍ବାର ସ୍ଲୋଗାନ ଦେଇଥିଲେ, ୟେସ୍ ୟୁ କ୍ୟାନ୍!
The post ଟ୍ରମ୍ପ୍ ଫେରିଲେ ଭୟଙ୍କର ପରିଣାମ appeared first on Dharitri Odia News.