ଆଉ ଦୁଇ ଦିନ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ

ଭୁବନେଶ୍ୱର,୧୭।୩: ୧୯ ତାରିଖ ଯାଏଁ କଲବଲ କରିବ ଅସମ୍ଭାଳ ତାତି । ଆଗାମୀ ୨ ଦିନ ରାଜ୍ୟରେ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ ରହିଛି। ଏନେଇ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଏବଂ ବୌଦ୍ଧ ଜିଲା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ହିଟୱେଭକୁ ନେଇ ଅନୁଗୋଳ, ବଲାଙ୍ଗୀର, ସୁନ୍ଦରଗଡ଼ରେ ଅରେଞ୍ଜ ୱାର୍ନିଂ ସହ ମୟୂରଭଞ୍ଜ, କେନ୍ଦୁଝର ଢେଙ୍କାନାଳ ଓ ଗଜପତି ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ । […] The post ଆଉ ଦୁଇ ଦିନ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ appeared first on Dharitri Odia News.

ଆଉ ଦୁଇ ଦିନ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ

ଭୁବନେଶ୍ୱର,୧୭।୩: ୧୯ ତାରିଖ ଯାଏଁ କଲବଲ କରିବ ଅସମ୍ଭାଳ ତାତି । ଆଗାମୀ ୨ ଦିନ ରାଜ୍ୟରେ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ ରହିଛି। ଏନେଇ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଏବଂ ବୌଦ୍ଧ ଜିଲା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ହିଟୱେଭକୁ ନେଇ ଅନୁଗୋଳ, ବଲାଙ୍ଗୀର, ସୁନ୍ଦରଗଡ଼ରେ ଅରେଞ୍ଜ ୱାର୍ନିଂ ସହ ମୟୂରଭଞ୍ଜ, କେନ୍ଦୁଝର ଢେଙ୍କାନାଳ ଓ ଗଜପତି ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ରାଜ୍ୟରେ ରେକର୍ଡ ଭାଙ୍ଗୁଛି ପାରଦ। ମାର୍ଚ୍ଚ ଅଧାରୁ ଜଳୁଛି ଅଧାରୁ ଅଧିକ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଦୈନିକ ରେକର୍ଡ ଭାଙ୍ଗଛି ପାରଦ। ଲଗାତାର ଦ୍ୱିତୀୟ ଦିନ ପାଇଁ ବୌଦ୍ଧ ଦେଶର ଉତ୍ତପ୍ତ ସହର ପାଲଟିଛି। ଶନିବାର ବୌଦ୍ଧରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରବିବାର ସର୍ବୋଚ୍ଚ ୪୩.୬ ଡିଗ୍ରୀରେ ପହଞ୍ଚି ଥିଲା।

ହେଲେ ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ଆଉ ଦୁଇ ଦିନ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ appeared first on Dharitri Odia News.