ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ
କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି। ଏହି ଘଟଣାରେ ଘଟଗାଁ ଥାନା ଅନ୍ତର୍ଗତ ଧୋବାପିଟଣା ଗ୍ରାମର ଅଭିଯୁକ୍ତ ପିଣ୍ଟୁ ମୁଣ୍ତା(୨୪)ଙ୍କୁ ୨୧ସି ଧାରା ୩୭୬(୨)(ଏ) ରେ ୧୦ବର୍ଷ ସଶ୍ରମ କାରାଦଣ୍ତ ଶୁଣାଇବା ସହ ୧୦ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ତରେ ଦଣ୍ତିତ କରି ପୀଡ଼ିତାଙ୍କୁ ୮ଲକ୍ଷ ଟଙ୍କା ଅନୁକମ୍ପା ମୂଳକ […] The post ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ appeared first on Dharitri Odia News.
କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି। ଏହି ଘଟଣାରେ ଘଟଗାଁ ଥାନା ଅନ୍ତର୍ଗତ ଧୋବାପିଟଣା ଗ୍ରାମର ଅଭିଯୁକ୍ତ ପିଣ୍ଟୁ ମୁଣ୍ତା(୨୪)ଙ୍କୁ ୨୧ସି ଧାରା ୩୭୬(୨)(ଏ) ରେ ୧୦ବର୍ଷ ସଶ୍ରମ କାରାଦଣ୍ତ ଶୁଣାଇବା ସହ ୧୦ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ତରେ ଦଣ୍ତିତ କରି ପୀଡ଼ିତାଙ୍କୁ ୮ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ପାଇଁ ସରକାରଙ୍କୁ ସୁପାରିସ କରିଛନ୍ତି।
ସୂଚନାନୁଯାୟୀ, ୧୫ବର୍ଷର ପୀଡ଼ିତାଙ୍କୁ ବଡ଼ବାପାର ପୁଅ ଭାଇଙ୍କ ମୃତ୍ୟୁ ପରେ ତାଙ୍କୁ ତାଙ୍କ ଭାଉଜ ଡାକି ନେଇଥିଲେ। କିଛିଦିନ ପରେ ପୀଡ଼ିତା ଭାଇ ଭାଉଜଙ୍କ ଅପା ପୁଅ ପିଣ୍ଟୁ ଆସି ପୀଡ଼ିତାଙ୍କ ଭାଉଜଙ୍କ ଘରେ ରହି ଭାଉଜଙ୍କ ଅନୁପସ୍ଥିତିରେ ପୀଡ଼ିତାଙ୍କୁ ଧମକଦେଇ ବାରମ୍ବାର ବଳାତ୍କାର କରି ଏକଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ତେବେ ତାଙ୍କର ଶରୀର ପରିବର୍ତ୍ତନ ହେବାରୁ ଭଉଣୀ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇବାରୁ ଅନ୍ତସତ୍ତ୍ୱା ଥିବା ଜଣାପଡ଼ିଥିଲା। ଏହି ଘଟଣା ସମ୍ପର୍କରେ ପୀଡ଼ିତାଙ୍କୁ ପଚାରିବାରୁ ପିଣ୍ଟୁ ଜରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ପ୍ରକାଶ କରିଥିଲେ। ଏହି ଖବର ଲୋକଲୋଚନକୁ ଆସିବା ପରେ ପିଣ୍ଟୁ ଚମ୍ପଟ ମାରିଥିଲେ। ସେ ବିବାହିତ ଥିବାବେଳେ ତାଙ୍କର ସ୍ତ୍ରୀ ଓ ୩ଟି ପିଲା ଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ଅଙ୍ଗନଓ୍ବାଡି କର୍ମୀଙ୍କ ସହିତ ପୀଡ଼ିତାଙ୍କ ବାପା ମା’ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ଆଣି ଭର୍ତ୍ତି କରିଥିଲେ। ସେଠାରେ ପୀଡ଼ିତା ଏକ ଶିଶୁକନ୍ୟା ଜନ୍ମଦେଇଥିଲେ। ଚାଇଲ୍ଡ ଲାଇନର ଗୀତାଞ୍ଜଳି ମିଶ୍ର ଜାଣିବା ପରେ ପୀଡ଼ିତାଙ୍କୁ ଥଇଥାନ କରି କୋର୍ଟ ମାଧ୍ୟମରେ ୨୦୧୮ନଭେମ୍ବର ୧୬ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ କେସ୍ ନଂ ୩୨୯/୧୮ ଏକ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପିଣ୍ଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ପୋକ୍ସୋ କୋର୍ଟ କେନ୍ଦୁଝର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ୨୦ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା କେସ୍ ପରିଚାଳନା କରିଥିଲେ।
The post ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ appeared first on Dharitri Odia News.