୧୧ କେଭି ବିଦ୍ୟୁତ ତାର ଲାଗି ଶ୍ରମିକ ଗୁରୁତର, ମେଡିକାଲରେ ଭର୍ତ୍ତି
ବିନିକା ୨୫।୩: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ଗ୍ରାମରେ ଅଘଟଣ l ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ଗ୍ରାମରେ ଅସଦୁଲ୍ ଜକର ନାମକ ଜଣେ ବଙ୍ଗାଳୀ ରାଜମିସ୍ତ୍ରୀ ଘର ନିର୍ମାଣ କାର୍ଯ୍ୟ କରୁଥିଲେ l ଘର କାମ କରୁଥିବା ସମୟରେ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇଥିଲେ l ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଡାକ୍ତରଖାନାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । You Can Read :ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ ପ୍ରାର୍ଥୀ, କହିଲେ- ସାଧାରଣ ଜନତାଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ସମାଧାନ କରିବାକୁ ଦେବେ ପ୍ରାଥମିକତା
ବିନିକା ୨୫।୩: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ଗ୍ରାମରେ ଅଘଟଣ l ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ଗ୍ରାମରେ ଅସଦୁଲ୍ ଜକର ନାମକ ଜଣେ ବଙ୍ଗାଳୀ ରାଜମିସ୍ତ୍ରୀ ଘର ନିର୍ମାଣ କାର୍ଯ୍ୟ କରୁଥିଲେ l ଘର କାମ କରୁଥିବା ସମୟରେ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇଥିଲେ l ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଡାକ୍ତରଖାନାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
You Can Read :