ତୃତୀୟ ଦିନରେ ଡ୍ରାଇଭର ସଂଘ ଆନ୍ଦୋଳନ, ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି, ପରିବା ଦରରେ ଲାଗିଲା ନିଆଁ
ଭୁବନେଶ୍ଵର: ଡ୍ରାଇଭର ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଏହାର ପ୍ରଭାବ ଏବେ ସାଧାରଣ ପରିବହନ ଉପରେ ପରିଲକ୍ଷିତ ହୋଇଛି। ଏପରିକି ପେଟ୍ରୋଲ ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ କିଛି ସ୍ଥାନରେ ଦେଖାଦେଇଛି। ସେପଟେ ରାଜ୍ୟ ସରକାର ସ୍ଥିତିରେ ସମୀକ୍ଷା କରିବା ସହିତ ପୋଲିସ ସୁରକ୍ଷାରେ ପେଟ୍ରୋଲ ଡିଜେଲ ପରିବହନ କରାଯାଉଛି। ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ। କିଛି ସ୍ଥାନରେ ପେଟ୍ରୋଲ ଷ୍ଟକ ଶେଷ ଲେଖାଯାଇଛି। ବାଡ଼ ପକାଇ ବନ୍ଦ କରି ଦିଆଯାଇଛି। ଏ ହେଉଛି ରାଜଧାନୀ ଭୁବନେଶ୍ବର ଦୃଶ୍ୟ। ସୋନପୁର ବିନିକାର ଦୃଶ୍ୟ। ତେଲ ସରିଯାଇଛି ପେଟ୍ରୋଲ ପମ୍ପ ବନ୍ଦ। ସେହିପରି ରାଜ୍ୟର ପରିବା ମଣ୍ଡି ଗୁଡ଼ିକରେ ମଧ୍ୟ ଦେଖାଦେଇଛି ଅଭାବ। ଏମିତିବି ବର୍ଷା ଦିନେ ପରିବା ମାର୍କେଟ ହାଇ। ସେଥିରେ ପୁଣି ଟ୍ରକ ଆସୁନଥିବାରୁ ଦର ଆହୁରି ବଢ଼ିଲାଣି। ଡ୍ରାଇଭର ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଆଜି ଲୋକଙ୍କ ହୀନସ୍ଥା ମଧ୍ୟ ଦୁଇ ଗୁଣା ହୋଇଛି।ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡର ଦୃଶ୍ୟ। ଏଠାକୁ ଲୋକେ ପହଞ୍ଚିବା ବେଳେ ବସ୍ ସିନା ଅଛି କିନ୍ତୁ ଚକା ଗଡୁନି। ତେଣୁ ବାହାର ରାଜ୍ୟକୁ ଯିବା ପାଇଁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି। ସେହିପରି ଟ୍ରେନରେ ଓହ୍ଲାଉଥିବା ଲୋକେ ମଧ୍ୟ ନିଜ ଘରକୁ ଯାଇପାରୁ ନାହାନ୍ତି। ସେହିପରି ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ମଧ୍ୟ ଲୋକେ ହଇରାଣ ହେଉଥିବା ଦେଖାଯାଇଛି। ବସ୍ ଟ୍ରକ ଚଳାଚଳ
ଭୁବନେଶ୍ଵର: ଡ୍ରାଇଭର ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଏହାର ପ୍ରଭାବ ଏବେ ସାଧାରଣ ପରିବହନ ଉପରେ ପରିଲକ୍ଷିତ ହୋଇଛି। ଏପରିକି ପେଟ୍ରୋଲ ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ କିଛି ସ୍ଥାନରେ ଦେଖାଦେଇଛି। ସେପଟେ ରାଜ୍ୟ ସରକାର ସ୍ଥିତିରେ ସମୀକ୍ଷା କରିବା ସହିତ ପୋଲିସ ସୁରକ୍ଷାରେ ପେଟ୍ରୋଲ ଡିଜେଲ ପରିବହନ କରାଯାଉଛି।
ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ। କିଛି ସ୍ଥାନରେ ପେଟ୍ରୋଲ ଷ୍ଟକ ଶେଷ ଲେଖାଯାଇଛି। ବାଡ଼ ପକାଇ ବନ୍ଦ କରି ଦିଆଯାଇଛି। ଏ ହେଉଛି ରାଜଧାନୀ ଭୁବନେଶ୍ବର ଦୃଶ୍ୟ। ସୋନପୁର ବିନିକାର ଦୃଶ୍ୟ। ତେଲ ସରିଯାଇଛି ପେଟ୍ରୋଲ ପମ୍ପ ବନ୍ଦ। ସେହିପରି ରାଜ୍ୟର ପରିବା ମଣ୍ଡି ଗୁଡ଼ିକରେ ମଧ୍ୟ ଦେଖାଦେଇଛି ଅଭାବ। ଏମିତିବି ବର୍ଷା ଦିନେ ପରିବା ମାର୍କେଟ ହାଇ। ସେଥିରେ ପୁଣି ଟ୍ରକ ଆସୁନଥିବାରୁ ଦର ଆହୁରି ବଢ଼ିଲାଣି। ଡ୍ରାଇଭର ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ଆଜି ଲୋକଙ୍କ ହୀନସ୍ଥା ମଧ୍ୟ ଦୁଇ ଗୁଣା ହୋଇଛି।
ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡର ଦୃଶ୍ୟ। ଏଠାକୁ ଲୋକେ ପହଞ୍ଚିବା ବେଳେ ବସ୍ ସିନା ଅଛି କିନ୍ତୁ ଚକା ଗଡୁନି। ତେଣୁ ବାହାର ରାଜ୍ୟକୁ ଯିବା ପାଇଁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି। ସେହିପରି ଟ୍ରେନରେ ଓହ୍ଲାଉଥିବା ଲୋକେ ମଧ୍ୟ ନିଜ ଘରକୁ ଯାଇପାରୁ ନାହାନ୍ତି। ସେହିପରି ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ମଧ୍ୟ ଲୋକେ ହଇରାଣ ହେଉଥିବା ଦେଖାଯାଇଛି। ବସ୍ ଟ୍ରକ ଚଳାଚଳ ବନ୍ଦ ରହିବା କାରଣରୁ ଲୋକଙ୍କ କଷ୍ଟ ବଢ଼ିବାରେ ଲାଗିଛି।
ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ବିଭିନ୍ନ ସଂଗଠନର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି। ଲୋକ ସେବା ଭବନରେ ବସିଥିବା ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ନେଇ ଆଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ । କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟରେ ଦିନକୁ ୬ଶହ ଟ୍ୟାଙ୍କର ତେଲ ଆବଶ୍ୟକତା ଥିବା ବେଳେ ବିଭିନ୍ନ ସ୍ଥାନକୁ ତୈଳ ଯୋଗାଣ କରାଯାଉଛି। ଡ୍ରାଇଭରମାନଙ୍କ ସହିତ ଆଲୋଚନା ଚାଲିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ।

ପୋଲିସ ପାଟ୍ରୋଲିଂରେ ଯାଉଛି ଟ୍ୟାଙ୍କର। ସାଲେପୁର-କଟକ ରାସ୍ତାରେ ଅଟକି ଥିବା ଟ୍ୟାଙ୍କରଗୁଡ଼ିକୁ ପୋଲିସ ଏସକର୍ଡରେ ନିଆଯାଉଛି। ସେହିପରି ବାଲେଶ୍ବର, ଝାରସୁଗୁଡ଼ାରେ ମଧ୍ୟ ପୋଲିସ ଏସକର୍ଟରେ ଟ୍ୟାଙ୍କର ଗୁଡ଼ିକୁ ନିଆଯାଉଛି । ପାରାଦ୍ଵୀପର ଏଚପିସିଏଲ , ବିପିସିଏଲ , ଇଣ୍ଡିଆନ ଅଏଲ ତେଲ ଟର୍ମିନାଲ ରେ ପାଖାପାଖି ୧ ହଜାରରୁ ଉର୍ଦ୍ଧ୍ୱ ଟ୍ୟାଙ୍କର ଅଟକି ରହିଛି। ଅବଶ୍ୟ ଜିଲ୍ଲା ପ୍ରଶାସନ ଓ ପୋଲିସ ସହଯୋଗରେ କିଛି ଟ୍ୟାଙ୍କର ଗନ୍ତବ୍ୟସ୍ଥଳକୁ ଯାଇଛି। ସେପଟେ ଏହିସମୟରେ ଯାଆସ କରୁଥିବା ଟ୍ୟାଙ୍କରଗୁଡ଼ିକୁ କିଛି ସ୍ଥାନରେ ଆନ୍ଦୋଳନକାରୀ ଆକ୍ରମଣ କରୁଥିବା ଖବର ଆସୁଛି। ଆଉ କିଛି ସ୍ଥାନରେ ଗୋଡ଼ତଳେ ପଡ଼ି ଗାଡ଼ି ମଟର ବନ୍ଦ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ। ଡ୍ରାଇଭର ସଂଘରେ ଫାଟ ସୃଷ୍ଟି ପାଇଁ ଚେଷ୍ଟା କରାଯାଉଛି ବୋଲି ସଂଘର ସଦସ୍ୟ କହିଛନ୍ତି।

ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚଳାଇଛି ଡ୍ରାଇଭର ସଂଘ। ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରମାନଙ୍କୁ ସୁରକ୍ଷା । ୬୦ ବର୍ଷ ବୟସ୍ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ ଭଳି ଦାବି କରିଛନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରୀ ରହିବ ବୋଲି ଡ୍ରାଇଭର ସଙ୍ଘ ପକ୍ଷରୁ କୁହା ଯାଇଛି। ସେପଟେ ସରକାର ଆଶା ରଖିଛନ୍ତୁ ଖୁବ ଶୀଘ୍ର ସମାଧାନ ସୂତ୍ର ବାହାରିବ ଏବଂ ସ୍ବାଭାବିକତା ଆସିବ।