ବ୍ରେକ୍‌ ଫେଲ ହୋଇ ପାଠାଗାର ଭିତରେ ପସିଲା ଯାତ୍ରୀବାହୀ ବସ୍‌, ଜଣେ ଗୁରୁତର

କୋରାପୁଟ : ବଡ ଧରଣ ଅଘଟଣରୁ ବର୍ତ୍ତିଲେ କୋରାପୁଟ ସହରବାସୀ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶହ ଶହ ଲୋକଙ୍କ ବଂଚିଗଲା ଜୀବନ । ବ୍ରେକ ଫେଲ ହୋଇ ସହର ମଧ୍ୟରେ ଗଡି ଚାଲିଥିଲା ବସ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବସଟିକୁ ପାଠାଗାର ଭିତରକୁ ପାଶୈ ଦେଇଥିଲେ । ଫଳରେ ବହୁ ଜୀବନ ବଞ୍ଚାଇ ଦିଆଯାଇ ପାରିଛି । ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ନେବାକୁ ଲକ୍ଷ୍ମୀପୁର ଅଭିମୁଖେ ଯାଉଥୁବାବେଳେ ବସ ଦୁର୍ଘଟଣା ହୋଇଥିଲା […] The post ବ୍ରେକ୍‌ ଫେଲ ହୋଇ ପାଠାଗାର ଭିତରେ ପସିଲା ଯାତ୍ରୀବାହୀ ବସ୍‌, ଜଣେ ଗୁରୁତର appeared first on KNews Odisha.

ବ୍ରେକ୍‌ ଫେଲ ହୋଇ ପାଠାଗାର ଭିତରେ ପସିଲା ଯାତ୍ରୀବାହୀ ବସ୍‌, ଜଣେ ଗୁରୁତର
bus

କୋରାପୁଟ : ବଡ ଧରଣ ଅଘଟଣରୁ ବର୍ତ୍ତିଲେ କୋରାପୁଟ ସହରବାସୀ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶହ ଶହ ଲୋକଙ୍କ ବଂଚିଗଲା ଜୀବନ । ବ୍ରେକ ଫେଲ ହୋଇ ସହର ମଧ୍ୟରେ ଗଡି ଚାଲିଥିଲା ବସ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବସଟିକୁ ପାଠାଗାର ଭିତରକୁ ପାଶୈ ଦେଇଥିଲେ । ଫଳରେ ବହୁ ଜୀବନ ବଞ୍ଚାଇ ଦିଆଯାଇ ପାରିଛି ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ନେବାକୁ ଲକ୍ଷ୍ମୀପୁର ଅଭିମୁଖେ ଯାଉଥୁବାବେଳେ ବସ ଦୁର୍ଘଟଣା ହୋଇଥିଲା । ଜିଲ୍ଲାପାଳ ଅଫିସ ଠାରୁ ସଂସ୍କୃତି ଭବନ କଳା ମନ୍ଦିର ଛକ ଦେଇ ୨୬ ନଂ ଜାତୀୟ ରାଜପଥ ପାରି ହୋଇ ବଜାର ମଧ୍ୟଦେଇ ଶେଷରେ ବିଜୁ ପାଠାଗାର ମଧ୍ୟରେ ପସିଯାଇଥିଲା ବସ ।

ବଜାର ମଧ୍ୟରେ ୨୦୦ ମି ଦୁର ଅତିକ୍ରମ କରିବା ପରେ ବ୍ରେକ ଫେଲ ହୋଇ ଏଭଳି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଂଚି ଭିଡକୁ ନିୟନ୍ତ୍ରୀତ କରୁଥିବା ଜଣାଯାଇଛି । OD 10 D6188 ନଂ ବସଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।

The post ବ୍ରେକ୍‌ ଫେଲ ହୋଇ ପାଠାଗାର ଭିତରେ ପସିଲା ଯାତ୍ରୀବାହୀ ବସ୍‌, ଜଣେ ଗୁରୁତର appeared first on KNews Odisha.