ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ଜଣେ ଅଭିଯୁକ୍ତ ଗିରଫ

ଜଗତସିଂହପୁର : ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ  ।  ଅନ୍ୟ ଜଣକୁ ଖୋଜୁଛି ପୋଲିସ  ।  ବିଭିନ୍ନ ସ୍ଥାନରେ ତନାଘନା ତଦନ୍ତ ଚଳାଇଛି ।  ପୀଡ଼ିତାଙ୍କ ବାନ୍ଧବୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।  ଗୋଟିଏ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି ।  ଘଟଣାର ତଦନ୍ତ ପାଇଁ ସଦର ଥାନା ପୋଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରିଛି ।  ୨୪ ଘଣ୍ଟା ମଧ୍ୟରେ ଯଦି ଆସାମୀ ଗିରଫ ନହୁଏ […] The post ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ଜଣେ ଅଭିଯୁକ୍ତ ଗିରଫ appeared first on KNews Odisha.

ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ଜଣେ ଅଭିଯୁକ୍ତ ଗିରଫ
jsinghpur

ଜଗତସିଂହପୁର : ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ  ।  ଅନ୍ୟ ଜଣକୁ ଖୋଜୁଛି ପୋଲିସ  ।  ବିଭିନ୍ନ ସ୍ଥାନରେ ତନାଘନା ତଦନ୍ତ ଚଳାଇଛି ।  ପୀଡ଼ିତାଙ୍କ ବାନ୍ଧବୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।  ଗୋଟିଏ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି ।  ଘଟଣାର ତଦନ୍ତ ପାଇଁ ସଦର ଥାନା ପୋଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରିଛି ।  ୨୪ ଘଣ୍ଟା ମଧ୍ୟରେ ଯଦି ଆସାମୀ ଗିରଫ ନହୁଏ ଜଗତସିଂହପୁର ଏସପି ଅଫିସ ଘେରାଉ କରିବ ବୋଲି ବିଜୁ ଜନତା ଦଳ ଚେତାବନୀ ଦେଇଛି ।

ଜଗତସିଂହପୁର ଜିଲ୍ଲା ସଦର ଥାନା ଚାନ୍ଦଗଡ଼ ଅଞ୍ଚଳରେ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ବାର୍ଥ ଡେ ଉତ୍ସବରେ ଯୋଗଦେଇ ନିଜ ବାନ୍ଧବୀଙ୍କ ସହ ଯୁବତୀ ଫେରୁଥିବା ବେଳେ ଅଧବାଟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ପାଟିକୁ ବନ୍ଦ କରି ନିଛାଟିଆ ଜାଗାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ପୀଡ଼ିତା ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ । ସେ ଘରେ ବେହୋସ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ନାବାଲିକାଙ୍କ ବାପା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ।

The post ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ଜଣେ ଅଭିଯୁକ୍ତ ଗିରଫ appeared first on KNews Odisha.