୬ ମାସର ଶିଶୁପୁତ୍ରଙ୍କୁ ମାରି ପୋତି ଦେଇଥିଲେ, ଅଭିଯୋଗ ପରେ ଚୌଦ୍ୱାର ପୋଲିସ ମାଟି ଖୋଳି…
ଚୌଦ୍ୱାର,୧୯ା୧୧(ଆଶୁତୋଷ ଦାସ)-ଥିଲେ ୫ ଝିଅ। ଛଅ ମାସ ତଳେ ଜନ୍ମ ହୋଇଥିଲା ଏକମାତ୍ର ପୁଅ। ହେଲେ ସେହି ପୁଅକୁ ହତ୍ୟା କରି ପୋତିଦେଇଥିବା ହୋଇଛି ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲା ଚୌଦ୍ୱାର ପୌରପାଳିକା ୮ନଂ. ୱାର୍ଡ ବ୍ୟାଘ୍ରବାହିନୀ ମନ୍ଦିର ନିକଟ ଆଦିବାସୀ ବସ୍ତିରେ ଦେଖିବାକୁ ମିଳିଛି। ୬ ମାସର ଶିଶୁପୁତ୍ରକୁ ତାଙ୍କ ମା’, ବାପା ମାରିଦେଇ ଓଟିଏମ୍ ସ୍କୁଲ ପଛପଟ ଏକ ଜଙ୍ଗଲିଆ ସ୍ଥାନରେ ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖବରପାଇ […] The post ୬ ମାସର ଶିଶୁପୁତ୍ରଙ୍କୁ ମାରି ପୋତି ଦେଇଥିଲେ, ଅଭିଯୋଗ ପରେ ଚୌଦ୍ୱାର ପୋଲିସ ମାଟି ଖୋଳି… appeared first on Dharitri Odia News.
ଚୌଦ୍ୱାର,୧୯ା୧୧(ଆଶୁତୋଷ ଦାସ)-ଥିଲେ ୫ ଝିଅ। ଛଅ ମାସ ତଳେ ଜନ୍ମ ହୋଇଥିଲା ଏକମାତ୍ର ପୁଅ। ହେଲେ ସେହି ପୁଅକୁ ହତ୍ୟା କରି ପୋତିଦେଇଥିବା ହୋଇଛି ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲା ଚୌଦ୍ୱାର ପୌରପାଳିକା ୮ନଂ. ୱାର୍ଡ ବ୍ୟାଘ୍ରବାହିନୀ ମନ୍ଦିର ନିକଟ ଆଦିବାସୀ ବସ୍ତିରେ ଦେଖିବାକୁ ମିଳିଛି। ୬ ମାସର ଶିଶୁପୁତ୍ରକୁ ତାଙ୍କ ମା’, ବାପା ମାରିଦେଇ ଓଟିଏମ୍ ସ୍କୁଲ ପଛପଟ ଏକ ଜଙ୍ଗଲିଆ ସ୍ଥାନରେ ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶିଶୁପୁତ୍ରର ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ଏସ୍ସିବି ମେଡିକାଲ ପଠାଯାଇଛି। ଏହି ଘଟଣାରେ ପୋଲିସ ମୃତଶିଶୁର ମା’ ସୋମବାରୀ ହେମ୍ବ୍ରମ ଓ ବାପା ରାଜୁ ହେମ୍ବ୍ରମଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୬/୨୪) ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ଶିଶୁପୁତ୍ର ତାଙ୍କ ମା’, ବାପାଙ୍କ ପାଖରେ ଶୋଇଥିବାବେଳେ ମୃତ୍ୟୁ ଘଟିଥିଲା। ପରେ ସେମାନେ ତରବରିଆ ଭାବେ କାହାକୁ କିଛି ନ ଜଣାଇ ମୃତଦେହକୁ ନେଇ ପୋତିଦେଇଥିଲେ। ତେଶୁ ଶିଶୁପୁତ୍ରଙ୍କୁ ତାଙ୍କ ମା’ବାପା ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଟକ ଥିବା ସୋମବାରୀ ଓ ରାଜୁ କହିଛନ୍ତି, ପୁଅକୁ ଥଣ୍ଡା ଓ କଫ ହୋଇଥିଲା। ତେଣୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ଔଷଧ ଖାଇବାକୁ ଦେଇଥିଲୁ। କଫ ଜାକିଦେବାରୁ ସୋମବାର ରାତିରେ ପୁଅର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଆମ ନଁାରେ ମିଥ୍ୟା ଅଭିଯୋଗ କରୁଛନ୍ତି। ଅପରପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନାଧିକାରୀ ବିଶ୍ୱରଞ୍ଜନ ସାହୁ କହିଛନ୍ତି।
The post ୬ ମାସର ଶିଶୁପୁତ୍ରଙ୍କୁ ମାରି ପୋତି ଦେଇଥିଲେ, ଅଭିଯୋଗ ପରେ ଚୌଦ୍ୱାର ପୋଲିସ ମାଟି ଖୋଳି… appeared first on Dharitri Odia News.