ରାତିରେ କଦଳୀ ଖାଉଛନ୍ତି କି? ଜାଣନ୍ତୁ କ’ଣ ହୁଏ

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ। ଏହା ଶରୀରରେ ହିମୋଗ୍ଲୋବିନ୍‌ ମାତ୍ରାକୁ ବଢ଼ାଇଥାଏ। କଦଳୀରେ ଭିଟାମିନ୍‌-ବି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ଏହା ଦେହ ପାଇଁ ଲାଭଦାୟକ । ତେବେ ରାତିରେ କଦଳୀ ଖାଇବାକୁ ଅନେକେ ମନା କରିଥାନ୍ତି। ଅବଶ୍ୟ ଏହା […] The post ରାତିରେ କଦଳୀ ଖାଉଛନ୍ତି କି? ଜାଣନ୍ତୁ କ’ଣ ହୁଏ appeared first on Dharitri Odia News.

ରାତିରେ କଦଳୀ ଖାଉଛନ୍ତି କି? ଜାଣନ୍ତୁ କ’ଣ ହୁଏ

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ ପରେ ଶରୀରକୁ ଆବଶ୍ୟକ ଶକ୍ତି କଦଳୀରୁ ମିଳିଥାଏ। ଏଥିରେ ଆଇରନ ମାତ୍ରା ଭରପୂର ରହିଥାଏ। ଏହା ଶରୀରରେ ହିମୋଗ୍ଲୋବିନ୍‌ ମାତ୍ରାକୁ ବଢ଼ାଇଥାଏ। କଦଳୀରେ ଭିଟାମିନ୍‌-ବି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ଏହା ଦେହ ପାଇଁ ଲାଭଦାୟକ । ତେବେ ରାତିରେ କଦଳୀ ଖାଇବାକୁ ଅନେକେ ମନା କରିଥାନ୍ତି। ଅବଶ୍ୟ ଏହା ପଛରେ ରହିଛି ବିଶେଷ କାରଣ….
– ରାତିରେ କଦଳୀ ଖାଇବା ଦ୍ୱାରା କାଶ, ଥଣ୍ଡା ଓ କଫ ସମସ୍ୟା ବଢ଼ିଥାଏ। ଏଥିସହ ଖାଦ୍ୟ ହଜମରେ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିଥାଏ। ଏହାକୁ ଖାଇବା ପରେ ଆଳସ୍ୟ ମଧ୍ୟ ଅନୁଭୂତ ହୋଇଥାଏ। ଥଣ୍ଡାଜନିତ ସମସ୍ୟାରେ ଆକ୍ରାନ୍ତ ବ୍ୟକ୍ତି କଦଳୀ ଖାଇବା ଅନୁଚିତ ବୋଲି ଆୟୁର୍ବେଦରେ କୁହାଯାଇଛି।

The post ରାତିରେ କଦଳୀ ଖାଉଛନ୍ତି କି? ଜାଣନ୍ତୁ କ’ଣ ହୁଏ appeared first on Dharitri Odia News.