ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ
ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ କମ ପ୍ରତିକ୍ରିୟା ଦିଅନ୍ତି ଓ ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ଏହି ପ୍ରଶ୍ନର ଜବାବ ରଖିଛନ୍ତି ମୋଦି । ସେ କହିଛନ୍ତି, ଗଣମାଧ୍ୟମକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର କରାଯାଇଛି, ସେ ସେହି ରାସ୍ତାକୁ ଯିବାକୁ ଚାହୁଁନାହାଁନ୍ତି। ବର୍ତ୍ତମାନର ଗଣମାଧ୍ୟମ ପୂର୍ବ ପରି ନାହିଁ। ପୂର୍ବରୁ ଗଣମାଧ୍ୟମ ଚେହେରା ହୀନ […] The post ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ କମ ପ୍ରତିକ୍ରିୟା ଦିଅନ୍ତି ଓ ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ଏହି ପ୍ରଶ୍ନର ଜବାବ ରଖିଛନ୍ତି ମୋଦି ।
ସେ କହିଛନ୍ତି, ଗଣମାଧ୍ୟମକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର କରାଯାଇଛି, ସେ ସେହି ରାସ୍ତାକୁ ଯିବାକୁ ଚାହୁଁନାହାଁନ୍ତି। ବର୍ତ୍ତମାନର ଗଣମାଧ୍ୟମ ପୂର୍ବ ପରି ନାହିଁ। ପୂର୍ବରୁ ଗଣମାଧ୍ୟମ ଚେହେରା ହୀନ ଥିଲା। କିଏ ଏହି ଖବର ଲେଖିଛି, ଲେଖିଥିବା ବ୍ୟକ୍ତିର ଚିନ୍ତାଧାରା କେମିତି ସେସବୁ ଖୋଜା ପଡ଼ୁ ନ ଥିଲା। କିନ୍ତୁ ବର୍ତ୍ତମାନ ଆଉ ସେପରି ନାହିଁ।
ପୂର୍ବରୁ ଯୋଗାଯୋଗର କେବଳ ଗୋଟିଏ ଉତ୍ସ ଥିଲା, କିନ୍ତୁ ଆଜି ଅନେକ ମାଧ୍ୟମ ଖୋଲିଗଲାଣି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ପୂର୍ବରୁ ଗଣମାଧ୍ୟମ ବିନା କେଉଁଠିକୁ ଯାଇ ହେଉ ନ ଥିଲା। କିନ୍ତୁ ଆଜି ଯୋଗାଯୋଗର ଅନେକ ମାଧ୍ୟମ ଅଛି। ଜନସାଧାରଣ ମଧ୍ୟ ଗଣମାଧ୍ୟମ ବିନା ନିଜର ସ୍ବର ପ୍ରକାଶ କରିପାରୁଛନ୍ତି, ଆଉ ସେମାନଙ୍କୁ ମତାମତ ମଧ୍ୟ ଦେଇପାରୁଛି ବୋଲି ସେ କହିଛନ୍ତି।
The post ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ appeared first on Dharitri Odia News.