ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…
ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ‘ଦାନା’ରେ ରାଜ୍ୟର ମୁଖ୍ୟତଃ ୩ଟି ଜିଲା ବେଶି ପ୍ରଭାବିତ ହୋଇଛନ୍ତି। ସେହି ଜିଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର। ଉକ୍ତ ଜିଲାଗୁଡ଼ିକରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା। ତେବେ ଅବରୋଧ ହଟାଇବା ପାଇଁ […] The post ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ… appeared first on Dharitri Odia News.
ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ‘ଦାନା’ରେ ରାଜ୍ୟର ମୁଖ୍ୟତଃ ୩ଟି ଜିଲା ବେଶି ପ୍ରଭାବିତ ହୋଇଛନ୍ତି। ସେହି ଜିଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର। ଉକ୍ତ ଜିଲାଗୁଡ଼ିକରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା। ତେବେ ଅବରୋଧ ହଟାଇବା ପାଇଁ ଗଛକଟା କାର୍ଯ୍ୟ ଆରମ୍ଭ ହୋଇଥିଲା। ତାହା ସରିଆସିଲାଣି। ବିଦ୍ୟୁତ୍ ସଂଯୋଗ ମଧ୍ୟ ସ୍ବାଭାବିକ ହେଉଛି। କାଲି ସୁଦ୍ଧା ସରିଯିବ। କେନ୍ଦ୍ରାପଡ଼ାରେ ୯୫% କାମ ସରିଲାଣି, ଆଜି ରାତିରେ ହିଁ କାର୍ଯ୍ୟ ଶେଷ ହୋଇଯିବ।
ଭଦ୍ରକରେ ରାସ୍ତା ଅବରୋଧ ହଟିଛି, ବର୍ଷା ପାଇଁ ବିଦ୍ୟୁତ ମରାମତି ବିଳମ୍ବିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଭଦ୍ରକରେ ୭୭% ବିଦ୍ୟୁତ ମରାମତି କାମ ସରିଛି। କାଲି ସୁଦ୍ଧା ଭଦ୍ରକରେ ବିଦ୍ୟୁତ ମରାମତି କାମ ଶେଷ ହୋଇଯିବ।
ସେହିପରି ବାଲେଶ୍ୱରରେ ରାସ୍ତା ଅବରୋଧ ହଟିଛି, ୮୧% ବିଦ୍ୟୁତ ମରାମତି ହୋଇଛି। ଶିମିଳିପାଳରେ ଅଧିକ ବର୍ଷା ପାଇଁ ବୁଢ଼ାବଳଙ୍ଗ ନଦୀ ବୃଦ୍ଧି ପାଇଛି। ବାଲେଶ୍ୱରର ୬ଟି ଗ୍ରାମ ପଞ୍ଚାୟତର ୨୦ ଗ୍ରାମ ପ୍ରଭାବିତ ହୋଇଛି।
ବାତ୍ୟା ଆଶ୍ରୟସ୍ଥଳକୁ ୮ ଲକ୍ଷ ୯ ହଜାର ୫୧୩ ଜଣ ଆସିଥିଲେ। ଏଥିପାଇଁ ଜିରୋ କାଜୁଆଲିଟି ସମ୍ଭବ ହେଲା। ଏବେ ଆଶ୍ରୟସ୍ଥଳୀରେ ୧ ଲକ୍ଷ ୧୦ ହଜାର ୪୭୦ ଜଣ ଅଛନ୍ତି। ପରିସ୍ଥିତି ମୁକାବିଲା ପାଇଁ ଦୁଇ ଜିଲାକୁ ଅଧିକ ପାଓ୍ବାର ବୋଟ୍ ଯାଇଛି। ମୟୂରଭଞ୍ଜକୁ ୧୧ ଓ ବାଲେଶ୍ୱରକୁ ଅତିରିକ୍ତ ୧୦ଟି ପାଓ୍ବାର ବୋଟ୍ ଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
The post ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ… appeared first on Dharitri Odia News.