ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରବୀଣ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକ ନେତା ମାନେ ଉପସ୍ଥିତ ଥିଲେ। ଆସନ୍ତା ୨୩ […] The post ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି appeared first on Dharitri Odia News.

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରବୀଣ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକ ନେତା ମାନେ ଉପସ୍ଥିତ ଥିଲେ। ଆସନ୍ତା ୨୩ ତାରିଖ ଲକ୍ଷ୍ମଣ ଭନଠାରୁ ଶ୍ରମିକମାନେ ଏକ ରାଲି ଯୋଗେ ବାହାରି ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେଠାରେ ଏକ ପ୍ରତିବାଦ ସଭା ସହିତ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା l ଏହି ପ୍ରସ୍ତୁତି ବୈଠକରେ ଏଆଇଟିୟୁସି ଶ୍ରମିକ ସଂଗଠନର ନୀଳକଣ୍ଠ ଦାଶ, ସନ୍ୟାସୀ ପ୍ରଧାନ, ପ୍ରବୀଣ କୁମାର ଖଟେଇ, ନିରଞ୍ଜନ ରାଉଳ ଓ ଆଇଏନଟିୟୁସି ଶ୍ରମିକ ସଂଗଠନର ଇଜୁ ଆମିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ l

The post ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି appeared first on Dharitri Odia News.