‘ଏଥର ବିଜେଡି ଜିତିଲେ ନବୀନ ନୁହନ୍ତି, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’
ଭୁବନେଶ୍ୱର,୧୬।୫: ବିଜେଡି ଉପରେ ଭାଜପା ପ୍ରାର୍ଥୀ ତଥା ଭୁବନେଶ୍ୱର ଏମ୍ପି ଅପରାଜିତା ଷଢଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ। ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି, ଜାଣନ୍ତୁ ନବୀନ ମୁଖ୍ୟମନ୍ତ୍ରୀ ହେବେନି। ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ। ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଏଭଳି କିଛି କହିଛନ୍ତି ଅପରାଜିତା । ଅପରାଜିତା କହିଛନ୍ତି, ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ […] The post ‘ଏଥର ବିଜେଡି ଜିତିଲେ ନବୀନ ନୁହନ୍ତି, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’ appeared first on Dharitri Odia News.
ଭୁବନେଶ୍ୱର,୧୬।୫: ବିଜେଡି ଉପରେ ଭାଜପା ପ୍ରାର୍ଥୀ ତଥା ଭୁବନେଶ୍ୱର ଏମ୍ପି ଅପରାଜିତା ଷଢଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ। ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି, ଜାଣନ୍ତୁ ନବୀନ ମୁଖ୍ୟମନ୍ତ୍ରୀ ହେବେନି। ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ। ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଏଭଳି କିଛି କହିଛନ୍ତି ଅପରାଜିତା ।
ଅପରାଜିତା କହିଛନ୍ତି, ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ କହୁଛନ୍ତି। ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଏଥର ସକ୍ରିୟ ଶାସନ ବ୍ୟବସ୍ଥା, ଗରିବ ଓ ଯୁବ ବିକାଶ ମୁଖ୍ୟମନ୍ତ୍ରୀ ଦରକାର।
ଆଜି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜଧାନୀରେ ରୋଡ ଶୋ’ କରିଥିଲେ। ରୋଡ ଶୋ’ ସରିବା ପରେ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ଏମ୍ପି ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ, ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଭାଜପାର କିଛି କର୍ମୀ ଉପସ୍ଥିତ ଥିଲେ।
The post ‘ଏଥର ବିଜେଡି ଜିତିଲେ ନବୀନ ନୁହନ୍ତି, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’ appeared first on Dharitri Odia News.