ମସ୍କୋ ଉପରେ ବଡ଼ ଡ୍ରୋନ୍ ଆକ୍ରମଣ
ମସ୍କୋ,୨୨ା୮: ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ୍ ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ଏଥିସହିତ ରୁଷିଆର କୁର୍ସ୍କ ଅଞ୍ଚଳରେ ୟୁକ୍ରେନ ସୈନ୍ୟ ପ୍ରବେଶ କରି ଆକ୍ରମଣ ଚଳାଇଛନ୍ତି। ରୁଷିଆର ଏୟାର ଡିଫେନ୍ସ ଫୋର୍ସ ମସ୍କୋ ଓ ଏହାର ଆଖପାଖ ଅଞ୍ଚଳ ଉପରେ ଉଡ଼ୁଥିବା ୧୧ଟି ଡ୍ରୋନ୍କୁ ଖସାଇଦେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। କେତେକକୁ ପୋଡୋଲ୍ସ୍କ ସହର ଉପରେ ଖସାଇଦିଆଯାଇଥିଲା। ସେହିପରି ବ୍ର଼୍ୟାନସ୍କ ସୀମାରେ ୨୩ଟି ଏବଂ ବେଲ୍ଗୋରୋଡ ସୀମାନ୍ତ ଅଞ୍ଚଳରେ ୬ଟି ଡ୍ରୋନ୍ ଖସାଯାଇଥିବା […] The post ମସ୍କୋ ଉପରେ ବଡ଼ ଡ୍ରୋନ୍ ଆକ୍ରମଣ appeared first on Dharitri Odia News.
ମସ୍କୋ,୨୨ା୮: ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ୍ ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ଏଥିସହିତ ରୁଷିଆର କୁର୍ସ୍କ ଅଞ୍ଚଳରେ ୟୁକ୍ରେନ ସୈନ୍ୟ ପ୍ରବେଶ କରି ଆକ୍ରମଣ ଚଳାଇଛନ୍ତି।
ରୁଷିଆର ଏୟାର ଡିଫେନ୍ସ ଫୋର୍ସ ମସ୍କୋ ଓ ଏହାର ଆଖପାଖ ଅଞ୍ଚଳ ଉପରେ ଉଡ଼ୁଥିବା ୧୧ଟି ଡ୍ରୋନ୍କୁ ଖସାଇଦେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। କେତେକକୁ ପୋଡୋଲ୍ସ୍କ ସହର ଉପରେ ଖସାଇଦିଆଯାଇଥିଲା। ସେହିପରି ବ୍ର଼୍ୟାନସ୍କ ସୀମାରେ ୨୩ଟି ଏବଂ ବେଲ୍ଗୋରୋଡ ସୀମାନ୍ତ ଅଞ୍ଚଳରେ ୬ଟି ଡ୍ରୋନ୍ ଖସାଯାଇଥିବା ମନ୍ତ୍ରଣାଳୟ କହିଛି। ମସ୍କୋ ଉପରେ ଏହା ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି ଏହାର ମେୟର କହିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।
The post ମସ୍କୋ ଉପରେ ବଡ଼ ଡ୍ରୋନ୍ ଆକ୍ରମଣ appeared first on Dharitri Odia News.