ପଦ୍ମପୁର: ଛକାପଞ୍ଝାରେ ଅଟକିଛି ବିଜେଡି ଟିକେଟ

ପଦ୍ମପୁର,୭।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାନସଭା ଆସନରେ କିଏ ବିଜୁ ଜନତା ଦଳର ପ୍ରାର୍ଥୀ ହେବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି । ଗତ ଉପନିର୍ବାଚନରେ ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ପ୍ରାୟ ୪୨ ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିବା ସତ୍ତ୍ୱେ ଦଳ ତାଙ୍କୁ ଭରସା କରିପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଠାରେ ଦଳ ଯୋଗ୍ୟ ପ୍ରାର୍ଥୀଙ୍କୁ ପାଉନି କିମ୍ବା ବାହାରୁ ପ୍ରାର୍ଥୀ ଆମଦାନୀ କରିବ ସେ ନେଇ ମଧ୍ୟ କର୍ମୀ ମହଲରେ ଆଲୋଚନା […] The post ପଦ୍ମପୁର: ଛକାପଞ୍ଝାରେ ଅଟକିଛି ବିଜେଡି ଟିକେଟ appeared first on Dharitri Odia News.

ପଦ୍ମପୁର: ଛକାପଞ୍ଝାରେ ଅଟକିଛି ବିଜେଡି ଟିକେଟ

ପଦ୍ମପୁର,୭।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାନସଭା ଆସନରେ କିଏ ବିଜୁ ଜନତା ଦଳର ପ୍ରାର୍ଥୀ ହେବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି । ଗତ ଉପନିର୍ବାଚନରେ ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ପ୍ରାୟ ୪୨ ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିବା ସତ୍ତ୍ୱେ ଦଳ ତାଙ୍କୁ ଭରସା କରିପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଏଠାରେ ଦଳ ଯୋଗ୍ୟ ପ୍ରାର୍ଥୀଙ୍କୁ ପାଉନି କିମ୍ବା ବାହାରୁ ପ୍ରାର୍ଥୀ ଆମଦାନୀ କରିବ ସେ ନେଇ ମଧ୍ୟ କର୍ମୀ ମହଲରେ ଆଲୋଚନା ଚାଲିଛି। ସେହିପରି ବିଜେଡି ଟିକେଟକୁ ନେଇ ରାଜଧାନୀରେ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଦୁଇ ଆଶାୟୀ ବର୍ଷା ସିଂ ବରିହା ଓ ପଣ୍ୟାଗାର ନିଗମ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବଢେଇଙ୍କ ସମର୍ଥକ ରାଜଧାନୀରେ ଡେରା ପକାଇଥିବା ଜଣାପଡିଛି।

ଏହି ନିବାଚନ ମଣ୍ଡଳୀକୁ ଦଳ ମୁଖିଆ ବିଭିନ୍ନ ସମୟରେ ପର୍ଯ୍ୟବେକ୍ଷକ ପଠାଇ ସ୍ଥିତି ସମୀକ୍ଷା କରିସାରିଛନ୍ତି। ଅପରପକ୍ଷେ ଭାଜପା ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଓ କଂଗ୍ରେସର ଟଙ୍କଧର ସାହୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛି।

ସେହିପରି ସ୍ବାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଥିବା ବରିଷ୍ଠ ଆଇନଜୀବୀ ତଥା ରାଜବୋଡାସମ୍ବର କୃଷକ ସଙ୍ଗଠନର ଆଇନ ପରାମର୍ଶଦାତା ଅଜିତ କୁମାର ଶତପଥୀ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ବିଜେଡିର ଅନ୍ୟତମ ଦାବିଦାର ବରିଷ୍ଠ ବିଜେଡି ନେତା ପ୍ରିତମ ମେହେର ଦଳର ପୁରୁଖା ନେତାଙ୍କୁ ଧରି ଗାଁକୁ ଗାଁ ବୁଲି ସଙ୍ଗଠନ ସଜାଡିବାରେ ଲାଗିପଡିଛନ୍ତି।

The post ପଦ୍ମପୁର: ଛକାପଞ୍ଝାରେ ଅଟକିଛି ବିଜେଡି ଟିକେଟ appeared first on Dharitri Odia News.