ଉପକୂଳରେ ପ୍ରବଳ ବର୍ଷା: ୩ ଘଣ୍ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିବ

ଭୁବନେଶ୍ୱର,୭।୧୦: ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଉପକୂଳର ଓଡ଼ିଶାର ୭ ଜିଲାକୁ ସତର୍କ ସୂଚନା ଜାରି ହୋଇଛି। ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱର୍ନିଂ ଜାରି କରାଯାଇଛି। ଘଡ଼ଘଡ଼ି ନେଇ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ରବିବାର ମଧ୍ୟ […] The post ଉପକୂଳରେ ପ୍ରବଳ ବର୍ଷା: ୩ ଘଣ୍ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିବ appeared first on Dharitri Odia News.

ଉପକୂଳରେ ପ୍ରବଳ ବର୍ଷା: ୩ ଘଣ୍ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିବ

ଭୁବନେଶ୍ୱର,୭।୧୦: ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଉପକୂଳର ଓଡ଼ିଶାର ୭ ଜିଲାକୁ ସତର୍କ ସୂଚନା ଜାରି ହୋଇଛି। ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱର୍ନିଂ ଜାରି କରାଯାଇଛି। ଘଡ଼ଘଡ଼ି ନେଇ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ରବିବାର ମଧ୍ୟ ୩ ଘଣ୍ଟା ପାଇଁ ୩ ଜିଲାକୁ ସତର୍କ ସୂଚନା ଜାରି କରିଥିଲେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଜିଲା ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗକେନ୍ଦ୍ର ସୂଚନା ଦେଇଥିଲେ। ଏସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିଲା। ଅପରାହ୍ନରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା।

The post ଉପକୂଳରେ ପ୍ରବଳ ବର୍ଷା: ୩ ଘଣ୍ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିବ appeared first on Dharitri Odia News.