ଆମେରିକାରେ ଗୁଳିମାଡ଼: ୭ ମୃତ
ଓ୍ବାଶିଂଟନ,୨୩।୧: ଆମେରିକାର ଚିକାଗୋରେ ଦୁଇଟି ଭିନ୍ନ ସ୍ଥାନ ଗୁଳି ମାଡ଼ରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଇଲିନୋଇସର ଜୋଲିଏଟର ଓ୍ବେଷ୍ଟ ଏକର୍ସ ରୋଡର ୨୨୦୦ ବ୍ଲକରେ ଏହି ଗୁଳି ବିନିମୟ ହୋଇଛି। ଏହି ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କ ନଁା ରୋମିଓ ନାନ୍ସ ବୋଲି ଜଣାପଡିଛି। ପୋଲିସ ମୁଖ୍ୟ ବିଲ ଇଭାନ୍ସ କହିଛନ୍ତି ଯେ ଦୁଇଟି ପୃଥକ ଘରେ ଗୁଳି ବିନିମୟରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ବିଭାଗ କହିଛି ଯେ ଅଭିଯୁକ୍ତ […] The post ଆମେରିକାରେ ଗୁଳିମାଡ଼: ୭ ମୃତ appeared first on Dharitri Odia News.
ଓ୍ବାଶିଂଟନ,୨୩।୧: ଆମେରିକାର ଚିକାଗୋରେ ଦୁଇଟି ଭିନ୍ନ ସ୍ଥାନ ଗୁଳି ମାଡ଼ରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଇଲିନୋଇସର ଜୋଲିଏଟର ଓ୍ବେଷ୍ଟ ଏକର୍ସ ରୋଡର ୨୨୦୦ ବ୍ଲକରେ ଏହି ଗୁଳି ବିନିମୟ ହୋଇଛି। ଏହି ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କ ନଁା ରୋମିଓ ନାନ୍ସ ବୋଲି ଜଣାପଡିଛି।
ପୋଲିସ ମୁଖ୍ୟ ବିଲ ଇଭାନ୍ସ କହିଛନ୍ତି ଯେ ଦୁଇଟି ପୃଥକ ଘରେ ଗୁଳି ବିନିମୟରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ବିଭାଗ କହିଛି ଯେ ଅଭିଯୁକ୍ତ ଏକ ଲାଲ ଟୟୋଟା କ୍ୟାମ୍ରି ଚଳାଉଥିଲେ। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ସ୍ଥାନୀୟ ଲୋକଙ୍କଠାରୁ ସାହାଯ୍ୟ ଲୋଡିଛି। ଆମେରିକାରେ ପ୍ରତିଦିନ ଗୁଳି ବିନିମୟ ହୁଏ।ପରିସଂଖ୍ୟାନ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ସପ୍ତାହରେ ଗୁଳି ବିନିମୟରେ ୮୭୫ ଜଣଙ୍କର ମୃତ୍ୟୁ ଘଟିଛି।
The post ଆମେରିକାରେ ଗୁଳିମାଡ଼: ୭ ମୃତ appeared first on Dharitri Odia News.